୩-୨ରେ ସିରିଜ ଜିତିଲା ଓ୍ବେଷ୍ଟଇଣ୍ଡିଜ
ଟାରୋବା,୨୨ା୧୨: ଓ୍ବେଷ୍ଟଇଣ୍ଡିଜ ଅନ୍ତିମ ଓଭରରେ ଇଂଲଣ୍ଡକୁ ପରାସ୍ତ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜକୁ ୩-୨ରେ ଜିତି ନେଇଛି। ସ୍ଥାନୀୟ ବ୍ରାଏନ ଲାରା ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୯.୩ ଓଭରରେ ୧୩୨ ରନ୍ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଓପନର ତଥା ଉଇକେଟକିପର ଫିଲିପ ସଲ୍ଟ ସର୍ବାଧିକ ୩୮ ରନ୍ କରିଥିବା ବେଳେ ଲିଆମ ଲିଭିଂ ଷ୍ଟୋନ ୨୮ ରନ୍ କରିଥିଲେ। ଜବାବରେ ଓ୍ବେଷ୍ଟଇଣ୍ଡିଜ […] The post ୩-୨ରେ ସିରିଜ ଜିତିଲା ଓ୍ବେଷ୍ଟଇଣ୍ଡିଜ appeared first on Dharitri Odia News.
ଟାରୋବା,୨୨ା୧୨: ଓ୍ବେଷ୍ଟଇଣ୍ଡିଜ ଅନ୍ତିମ ଓଭରରେ ଇଂଲଣ୍ଡକୁ ପରାସ୍ତ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜକୁ ୩-୨ରେ ଜିତି ନେଇଛି। ସ୍ଥାନୀୟ ବ୍ରାଏନ ଲାରା ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୯.୩ ଓଭରରେ ୧୩୨ ରନ୍ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଓପନର ତଥା ଉଇକେଟକିପର ଫିଲିପ ସଲ୍ଟ ସର୍ବାଧିକ ୩୮ ରନ୍ କରିଥିବା ବେଳେ ଲିଆମ ଲିଭିଂ ଷ୍ଟୋନ ୨୮ ରନ୍ କରିଥିଲେ।
ଜବାବରେ ଓ୍ବେଷ୍ଟଇଣ୍ଡିଜ ୧୯.୨ ଓଭରରେ ୬ ଉଇକେଟ ବିନିମୟରେ ୧୩୩ ରନ୍ କରି ମ୍ୟାଚ ଜିତି ନେଇଥିଲା। ଦଳର ସାଇ ହୋପ୍ ୪୩ ରନ୍ କରି ଅପରାଜିତ ରହିଥିଲେ। ଶେରଫାନେ ରଥରଫୋର୍ଡ ୩୦ ଓ ଜନସନ ଚାଲର୍ସ ୨୭ ରନ୍ କରିଥିଲେ। ଗୁଡାକେଶ ମୋତି ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ଫିଲିପ ସଲ୍ଟ ପ୍ଲେୟର ଅଫ୍ ଦି ସିରିଜ ବିବେଚିତ ହୋଇଥିଲେ।
The post ୩-୨ରେ ସିରିଜ ଜିତିଲା ଓ୍ବେଷ୍ଟଇଣ୍ଡିଜ appeared first on Dharitri Odia News.