୩ଟି କାରଣ: ଭାରତକୁ ଧୂଳି ଚଟାଇ ନ୍ୟୁଜିଲାଣ୍ଡ ହାତେଇ ପାରେ ଚମ୍ପିୟନ୍ସ ଟ୍ରଫି

ନନ୍ଦିଘୋଷ ବ୍ୟୁରୋ: ଆଜି ଚମ୍ପିୟନ୍ସ ଟ୍ରଫି ଫାଇନାଲ । ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଗ୍ରୁପ୍ ମ୍ୟାଚରେ... The post ୩ଟି କାରଣ: ଭାରତକୁ ଧୂଳି ଚଟାଇ ନ୍ୟୁଜିଲାଣ୍ଡ ହାତେଇ ପାରେ ଚମ୍ପିୟନ୍ସ ଟ୍ରଫି appeared first on .

୩ଟି କାରଣ: ଭାରତକୁ ଧୂଳି ଚଟାଇ ନ୍ୟୁଜିଲାଣ୍ଡ ହାତେଇ ପାରେ ଚମ୍ପିୟନ୍ସ ଟ୍ରଫି

ନନ୍ଦିଘୋଷ ବ୍ୟୁରୋ: ଆଜି ଚମ୍ପିୟନ୍ସ ଟ୍ରଫି ଫାଇନାଲ । ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଗ୍ରୁପ୍ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ଥିଲେ ମଧ୍ୟ ଫାଇନାଲରେ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡକୁ ଟ୍ରଫି ଜିତିବାର ଅଧିକ ଦାବିଦାର କୁହାଯାଉଛି । ଭାରତୀୟ କ୍ରିକେଟ୍ ଫ୍ୟାନ ୨୫ ବର୍ଷ ପୂର୍ବର ପ୍ରତିଶୋଧ କଥା କହୁଥିବା ବେଳେ ଭାରତକୁ ଫାଇନଲ ଜିତିବା ଏତେ ସହଜ ହେବ ନାହିଁ ।

ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଆଜି ଖେଳାଯିବ ଫାଇନାଲ ମ୍ୟାଚ୍ । ଭାରତ ଲିଗ୍ ପର୍ଯ୍ୟାୟରେ ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲକୁ ଆସିଥିଲା । ସେମିରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଫାଇନାଲକୁ ଆସିଛି । ଅନ୍ୟପକ୍ଷେ ନ୍ୟୁଜିଲାଣ୍ଡ ବାଂଲାଦେଶ ଓ ପାକିସ୍ତାନକୁ ହରାଇ ସେମିଫାଇନାଲକୁ ଯାଇଥିଲା । ଆଉ ସେମିରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲକୁ ଆସିଛି । ବର୍ତ୍ତମାନ ସ୍ଥିତିରେ ନ୍ୟୁଜିଲାଣ୍ଡ ପାଖରେ ଭାରତ ତୁଳନାରେ ଭଲ ବୋଲର ରହିଛନ୍ତି । ଏହାସହ ନ୍ୟୁଜିଲାଣ୍ଡ ବ୍ୟାଟର୍ ବଡ଼ ସ୍କୋର କରୁଛନ୍ତି । ଅନ୍ୟପକ୍ଷେ ପରିସ୍ଥିତି ହିସାବରେ ଭାରତ ନ୍ୟୁଜିଲାଣ୍ଡଠାରୁ ଆଗରେ ଥିଲେ ବି କ୍ବିଓ୍ବି ଦଳକୁ ହାଲକାରେ ନିଆଯାଇ ପାରିବ ନାହିଁ । ଉଭୟ ଦଳଙ୍କ ପାଖରେ ଟ୍ରଫି ଜିତିବାର ସମାନ ସୁଯୋଗ ରହିଛି । ବର୍ତ୍ତମାନ ଭାରତ ଟପ କ୍ଲାସ କ୍ରିକେଟ ଖେଳୁଛି । ହେଲେ ନ୍ୟୁଜିଲାଣ୍ଡର ରଣନୀତି ବନାଇବା ଓ ଚାପରେ ଶାନ୍ତ ରହି ଖେଳିବାର କଳା ଏହି ଦଳକୁ ଅଧିକ ଶକ୍ତିଶାଳୀ କରୁଛି । ସେହିପରି ଦୁବାଇରେ ପୂର୍ବରୁ ଖେଳି ସାରିଥିବାରୁ ଭାରତ ପରି ସେମାନେ ବି ସେଠିକାର ସ୍ଥିତି ସମ୍ପର୍କରେ ଅବଗତ ଅଛନ୍ତି । ଆଇସିସି ନକ୍ ଆଉଟ୍ ମ୍ୟାଚରେ ନ୍ୟୁଜିଲାଣ୍ଡ, ଭାରତ ବିରୋଧରେ ଭଲ ପ୍ରଦର୍ଶନ କରିଆସିଛି । ଏପରିକି ୪ଟି ମ୍ୟାଚରୁ ଭାରତକୁ ୩ ଥର ପରାଜୟର ସାମ୍ନା କରିବାକୁ ପଡ଼ିଛି । ତେବେ ଆସନ୍ତୁ ଜାଣିବା କେଉଁ ୩ଟି କାରଣ ପାଇଁ ନ୍ୟୁଜିଲାଣ୍ଡକୁ ଭାରତ ଅପେକ୍ଷା ଅଧିକ ଦାବିଦାର କୁହାଯାଉଛି ।

ନ୍ୟୁଜିଲାଣ୍ଡ ସ୍ପିନ୍ ବି କିଛି କମ ନୁହେଁ

ଭାରତର ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଏହାର ସ୍ପିନର । ବରୁଣ ଚକ୍ରବର୍ତ୍ତି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ପରି ସ୍ପିନର ଭାରତ ପାଖରେ ରହିଛି । ତେବେ ନ୍ୟୁଜିଲାଣ୍ଡ ବି ପଛରେ ନାହିଁ । ମିଚେଲ ସେଣ୍ଟନର, ମାଇକେଲ ବ୍ରେସଓ୍ବେଲ ଏବଂ ଗ୍ଲେନ ଫିଲିପ୍ସଙ୍କ ପରି ବୋଲର ଭାରତୀୟ ବ୍ୟାଟିଂ ଲାଇନ୍ ଅପକୁ ଧ୍ବଂସ କରିବାକୁ ସକ୍ଷମ ।

ବ୍ୟାଟିଂ ଓ ବୋଲିଂରେ ନ୍ୟୁଜିଲାଣ୍ଡ ଆଗରେ

କେନ ଓ୍ବିଲିୟମସନ, ରଚିନ ରବୀନ୍ଦ୍ର, ଟମ ଲେଥମ ଏବଂ ଓ୍ବିଲ ୟଙ୍ଗ ପୂର୍ବରୁ ଶତକ ମାରିଛନ୍ତି । ରବୀନ୍ଦ୍ର ତ ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି ଶତକ ମାରି ସାରିଛନ୍ତି । ଦ୍ରୁତ ବୋଲର ବୋଲରଙ୍କୁ ହିସାବ କଲେ ନ୍ୟୁଜିଲାଣ୍ଡ ଭାରତଠାରୁ ଆଗରେ ରହିଛି । ମେଟ ହେନେରୀ, କାଇଲ ଜେମିସନ ଏବଂ ଓ୍ବିଲିୟମ ଓରୋକେ ଭଲ ପ୍ରଦର୍ଶନ କରୁଛନ୍ତି । ସେପଟେ ଭାରତ ମହମ୍ମଦ ସାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭରସାରେ ପଡ଼ିଆକୁ ଓହ୍ଲାଇବ । ଏମିତି ସ୍ଥିତିରେ ତୃତୀୟ ଦ୍ରୁତ ବୋଲରଙ୍କ ଆବଶ୍ୟକତା ପଡ଼ିଲେ, ଭାରତ ସମସ୍ୟାରେ ପଡ଼ିପାରେ ।

ଫିଲ୍ଡିଂରେ ନ୍ୟୁଜିଲାଣ୍ଡ ଆଗରେ

ଫିଲ୍ଡିଂ କଥା ଉଠିଲେ ଭାରତ ନ୍ୟୁଜିଲାଣ୍ଡ ସମ୍ମୁଖରେ ଛିଡ଼ା ହୋଇପାରିବ ନାହିଁ । ନ୍ୟୁଜିଲାଣ୍ଡ ପାଖରେ ଜଣକୁ ବଳି ଆଉ ଜଣେ ଏମିତି ଖେଳାଳି ଅଛନ୍ତି, ଯିଏ ଫିଲ୍ଡିଂରେ ୨୦ରୁ ୨୫ ରନର ଅନ୍ତର ଆଣି ପାରିବେ । ଗ୍ଲେନ ଫିଲିପ୍ସ, କେନ ଓ୍ବିଲିୟମସନ ଏବଂ ରଚିନ ରବୀନ୍ଦ୍ର ମଧ୍ୟ ଭଲ ଫିଲ୍ଡିଂ କରନ୍ତି । ଅଧିନାୟକ ମିଜେଲ ସେଣ୍ଟନରଙ୍କ ଆଗରେ ଗୋଟିଏ ରନ ପାଇଁ ଭାରତୀୟ ବ୍ୟାଟରଙ୍କୁ ସଂଘର୍ଷ କରିବାକୁ ପଡ଼ିବ । ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳି ଏକାଧିକ କ୍ୟାଚ୍ ଛାଡ଼ି ଥିବା ବେଳ ନ୍ୟୁଜିଲାଣ୍ଡର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି ।

The post ୩ଟି କାରଣ: ଭାରତକୁ ଧୂଳି ଚଟାଇ ନ୍ୟୁଜିଲାଣ୍ଡ ହାତେଇ ପାରେ ଚମ୍ପିୟନ୍ସ ଟ୍ରଫି appeared first on .