୩ଟି ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ରାଲି; ୧୬ ଯାଏଁ ବିଭିନ୍ନ ଜନସଭାକୁ କରିବେ ସମ୍ବୋଧନ

ନୂଆଦିଲ୍ଲୀ,୨।୪: ବାଜିଲାଣି ବିଜୟ ଶଙ୍ଖ । ପ୍ରଚାର ମୈଦାନକୁ ଓହ୍ଲାଇଲେଣି ପ୍ରାର୍ଥୀ ।  ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହେଲାଣି । ତେବେ ବୁଧବାରଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ରାଜ୍ୟରେ ମାରାଥନ ରାଲି କରିବେ । ଏହି ସମ୍ବୋଧନ ରାଲି ଆସନ୍ତା ୧୬ ତାରିଖ ଯାଏ ଚାଲିବ । ଉତ୍ତରାଖଣ୍ଡ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ମୋଦି।  ରିପୋର୍ଟ ଅନୁସାରେ, ଏପ୍ରିଲ ୨ରେ ଅର୍ଥାତ୍‌ ଆସନ୍ତାକାଲି ସେ ଉତ୍ତରାଖଣ୍ଡର ରୁଦ୍ରପୁର ଓ  ରାଜସ୍ଥାନର କୋଠରୁତାଲିରେ ଜନସଭା କରିବେ ।  ଏପ୍ରିଲ ୬ ତାରିଖରେ ସେ ଉତ୍ତରପ୍ରଦେଶର  ସାହାରନ୍‌ପୁରରେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ସଂଧ୍ୟାରେ ଗାଜିଆବାଦରେ ଏକ ରୋଡ୍‌ ଶୋ’ କରିବେ ନରେନ୍ଦ୍ର ମୋଦି ।  ଏପ୍ରିଲ ୯ ତାରିଖରେ ପିଲଭିତ୍‌ରେ ଏକ ବ୍ୟାପକ  ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ୧୬  ତାରିଖରେ ସେ ରାଜ୍ୟର ମୋରାଦାବାଦରେ ଏକ  ଜନସଭା କରିବେ । ଲୋକସଭା  ନିର୍ବାଚନକୁ ଆଉ ମାତ୍ର କେଇ ସପ୍ତାହ ବାକି ଥିବାବେଳେ ବିଜେପି ଏପ୍ରିଲ ୬ ତାରିଖରେ  ଦଳର ପ୍ରତିଷ୍ଠା ଦିବସକୁ ‘୪୦୦ ପାର୍‌' ସ୍ଲୋଗାନ୍‌  ସହିତ ପାଳନ କରିବ । ପ୍ରତିଷ୍ଠା ଦିବସ ଦିନ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରିବା ଲାଗି ଦଳ ଏହାର   କେନ୍ଦ୍ରୀୟ ନେତାଙ୍କଠାରୁ ଆରମ୍ଭ କରି ବୁଥ୍‌ସ୍ତରର  କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଜାରି କରିଛି । ଏ

୩ଟି ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ରାଲି; ୧୬ ଯାଏଁ ବିଭିନ୍ନ ଜନସଭାକୁ କରିବେ ସମ୍ବୋଧନ

ନୂଆଦିଲ୍ଲୀ,୨।୪: ବାଜିଲାଣି ବିଜୟ ଶଙ୍ଖ । ପ୍ରଚାର ମୈଦାନକୁ ଓହ୍ଲାଇଲେଣି ପ୍ରାର୍ଥୀ ।  ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହେଲାଣି । ତେବେ ବୁଧବାରଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ରାଜ୍ୟରେ ମାରାଥନ ରାଲି କରିବେ । ଏହି ସମ୍ବୋଧନ ରାଲି ଆସନ୍ତା ୧୬ ତାରିଖ ଯାଏ ଚାଲିବ । ଉତ୍ତରାଖଣ୍ଡ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ମୋଦି।  

ରିପୋର୍ଟ ଅନୁସାରେ, ଏପ୍ରିଲ ୨ରେ ଅର୍ଥାତ୍‌ ଆସନ୍ତାକାଲି ସେ ଉତ୍ତରାଖଣ୍ଡର ରୁଦ୍ରପୁର ଓ  ରାଜସ୍ଥାନର କୋଠରୁତାଲିରେ ଜନସଭା କରିବେ ।  ଏପ୍ରିଲ ୬ ତାରିଖରେ ସେ ଉତ୍ତରପ୍ରଦେଶର  ସାହାରନ୍‌ପୁରରେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ସଂଧ୍ୟାରେ ଗାଜିଆବାଦରେ ଏକ ରୋଡ୍‌ ଶୋ’ କରିବେ ନରେନ୍ଦ୍ର ମୋଦି ।  ଏପ୍ରିଲ ୯ ତାରିଖରେ ପିଲଭିତ୍‌ରେ ଏକ ବ୍ୟାପକ  ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ୧୬  ତାରିଖରେ ସେ ରାଜ୍ୟର ମୋରାଦାବାଦରେ ଏକ  ଜନସଭା କରିବେ । 

ଲୋକସଭା  ନିର୍ବାଚନକୁ ଆଉ ମାତ୍ର କେଇ ସପ୍ତାହ ବାକି ଥିବାବେଳେ ବିଜେପି ଏପ୍ରିଲ ୬ ତାରିଖରେ  ଦଳର ପ୍ରତିଷ୍ଠା ଦିବସକୁ ‘୪୦୦ ପାର୍‌' ସ୍ଲୋଗାନ୍‌  ସହିତ ପାଳନ କରିବ । ପ୍ରତିଷ୍ଠା ଦିବସ ଦିନ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରିବା ଲାଗି ଦଳ ଏହାର   କେନ୍ଦ୍ରୀୟ ନେତାଙ୍କଠାରୁ ଆରମ୍ଭ କରି ବୁଥ୍‌ସ୍ତରର  କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଜାରି କରିଛି । ଏପ୍ରିଲ ୧୯ରୁ ଆରମ୍ଭ କରି ୭ଟି  ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ।  ଏଥରକ ପ୍ରାୟ ୯୭ କୋଟି ଭୋଟର ସେମାନଙ୍କର  ମତାଧିକାର ସାବ୍ୟସ୍ତ କରିବେ ।