୩ଦେଶ ଉପରେ ଟ୍ରମ୍ପ ଟାରିଫ ଲଗାଇବା ପରେ ଚିନ୍ତାରେ ଅନ୍ୟଦେଶ । ଭାରତୀୟ ବଜାରରେ ବଡ ପ୍ରଭାବ
କନକ ବ୍ୟୁରୋ : ସେୟାର ମାର୍କେଟରେ ଲାଗିଛି ନିଆଁ । ମାତ୍ର କିଛି ସମୟ ମଧ୍ୟରେ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ସୂଚନା ଅନୁସାରେ ଆଜି ସେୟାର ବଜାରରେ ବଡ଼ ଧରଣ ହ୍ରାସ ଘଟିଛି । ଉଭୟ ନିଫ୍ଟି ଏବଂ ସେନ୍ସେକ୍ସରେ ହ୍ରାସ ଘଟିଛି । ତେବେ ଏହାର ମୁଖ୍ୟ କାରଣ ଟ୍ରମ୍ପ ବୋଲି କୁହାଯାଉଛି । ଆମେରିକାର ରାଷ୍ଟ୍ରପତିଙ୍କ ଘୋଷଣା ପରେ ଏଭଳି ଘଟିଥିବା କୁହାଯାଉଛି । ଚୀନ, କାନାଡ଼ା ଏବଂ ମେକ୍ସିକୋ ଉପରେ ଆମେରିକାର ଟ୍ୟାକ୍ସ ବୃଦ୍ଧି ପରେ ସେୟାର ମାର୍କେଟରେ ବଡ଼ ଧରଣର ହଇଚଇ ସୃଷ୍ଟି ହୋଇଛି । କିଛି ମିନିଟରେ ୭୦୦ ଅଙ୍କ ଖସିଲା ସେନସେକ୍ସ ସେନ୍ସେକ୍ସ ୭୦୦ ଅଙ୍କ ହ୍ରାସ ହୋଇ ୭୬, ୮୨୭.୯୫ରେ ପହଞ୍ଚି ଥିବାବେଳେ ନିଫ୍ଟି ୨୦୭.୯୦ ଅଙ୍କର ହ୍ରାସ୍ ହୋଇ ୨୩,୨୭୪.୨୫ ଅଙ୍କରେ ପହଞ୍ଚିଛି । ତେବେ ସୋମବାର ସେୟାର ବଜାର ଖୋଲୁ ଖୋଲୁ ମାର୍କେଟ ଦ୍ରୁତ ଗତିରେ ହ୍ରାସ ହେବା ଆରମ୍ଭ ହୋଇଥିଲା । ସେୟାର ମାର୍କେଟର ପ୍ରମୁଖ ସୂଚକାଙ୍କ ମଧ୍ୟ ଏବେ ହ୍ରାସ ଘଟିଛି । ଏପରିକି ପ୍ରମୁଖ କମ୍ପାନୀମାନଙ୍କର ସେୟାରରେ ମଧ୍ୟ ହ୍ରାସ ଘଟିଛି । ତେବେ ସେୟାର ମାର୍କେଟରେ ବଡ଼ ଧରଣର କ୍ଷତି ସହିଛନ୍ତି ନିବେଶକ । ବିଏସଇ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ଗତ ବାଣିଜ୍ୟ ଅଧିବେଶନରେ ୪୨୪ ଲକ୍ଷ କୋଟିରୁ ୪୧୯ କୋଟ ଲକ୍ଷକୁ ହ୍ରାସ ପାଇଛି । ଏହି କାରଣରୁ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ତେବେ ବଜେଟ ଘୋଷଣା ହେବା ପରେ
କନକ ବ୍ୟୁରୋ : ସେୟାର ମାର୍କେଟରେ ଲାଗିଛି ନିଆଁ । ମାତ୍ର କିଛି ସମୟ ମଧ୍ୟରେ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ସୂଚନା ଅନୁସାରେ ଆଜି ସେୟାର ବଜାରରେ ବଡ଼ ଧରଣ ହ୍ରାସ ଘଟିଛି । ଉଭୟ ନିଫ୍ଟି ଏବଂ ସେନ୍ସେକ୍ସରେ ହ୍ରାସ ଘଟିଛି । ତେବେ ଏହାର ମୁଖ୍ୟ କାରଣ ଟ୍ରମ୍ପ ବୋଲି କୁହାଯାଉଛି । ଆମେରିକାର ରାଷ୍ଟ୍ରପତିଙ୍କ ଘୋଷଣା ପରେ ଏଭଳି ଘଟିଥିବା କୁହାଯାଉଛି । ଚୀନ, କାନାଡ଼ା ଏବଂ ମେକ୍ସିକୋ ଉପରେ ଆମେରିକାର ଟ୍ୟାକ୍ସ ବୃଦ୍ଧି ପରେ ସେୟାର ମାର୍କେଟରେ ବଡ଼ ଧରଣର ହଇଚଇ ସୃଷ୍ଟି ହୋଇଛି ।
କିଛି ମିନିଟରେ ୭୦୦ ଅଙ୍କ ଖସିଲା ସେନସେକ୍ସ
ସେନ୍ସେକ୍ସ ୭୦୦ ଅଙ୍କ ହ୍ରାସ ହୋଇ ୭୬, ୮୨୭.୯୫ରେ ପହଞ୍ଚି ଥିବାବେଳେ ନିଫ୍ଟି ୨୦୭.୯୦ ଅଙ୍କର ହ୍ରାସ୍ ହୋଇ ୨୩,୨୭୪.୨୫ ଅଙ୍କରେ ପହଞ୍ଚିଛି । ତେବେ ସୋମବାର ସେୟାର ବଜାର ଖୋଲୁ ଖୋଲୁ ମାର୍କେଟ ଦ୍ରୁତ ଗତିରେ ହ୍ରାସ ହେବା ଆରମ୍ଭ ହୋଇଥିଲା । ସେୟାର ମାର୍କେଟର ପ୍ରମୁଖ ସୂଚକାଙ୍କ ମଧ୍ୟ ଏବେ ହ୍ରାସ ଘଟିଛି । ଏପରିକି ପ୍ରମୁଖ କମ୍ପାନୀମାନଙ୍କର ସେୟାରରେ ମଧ୍ୟ ହ୍ରାସ ଘଟିଛି । ତେବେ ସେୟାର ମାର୍କେଟରେ ବଡ଼ ଧରଣର କ୍ଷତି ସହିଛନ୍ତି ନିବେଶକ । ବିଏସଇ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ଗତ ବାଣିଜ୍ୟ ଅଧିବେଶନରେ ୪୨୪ ଲକ୍ଷ କୋଟିରୁ ୪୧୯ କୋଟ ଲକ୍ଷକୁ ହ୍ରାସ ପାଇଛି । ଏହି କାରଣରୁ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ତେବେ ବଜେଟ ଘୋଷଣା ହେବା ପରେ ଆଶା ରହିଥିଲା କି ସେୟାର ମାର୍କେଟରେ ନିବେଶକମାନେ ଭଲ ଲାଭ ପାଇବେ । ମାତ୍ର ଆମେରିକାର ଟ୍ୟାକ୍ସ ବୃଦ୍ଧି ଘୋଷଣା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଛି।
ଟ୍ରମ୍ପ ବଢାଇଲେ ଟାରିଫ୍ ,ଚିନ୍ତାରେ ବିଭିନ୍ନ ଦେଶ
ସେୟାର ବଜାର ଖସିବା ପଛରେ ଟ୍ରମ୍ପଙ୍କ ନୂଆ ଟାରିଫ୍ ପ୍ଲାନ ରହିଛି
ଯାହା ବିଶ୍ବସ୍ତରରେ ନିବେଶକଙ୍କ ଆତ୍ମବିଶ୍ବାସକୁ ହ୍ରାସ କରାଇଛି
ସପ୍ତାହକ ମଧ୍ୟରେ କାନାଡା, ମେକ୍ସିକୋ, ଚୀନ ଉପରେ ନୂତନ ଶୁକ୍ଳ ଲାଗୁ କରିବାକୁ ଟ୍ରମ୍ପ ଘୋଷଣା କରିଛନ୍ତି
କାନାଡା , ମେକ୍ସିକୋ ଉପରେ ୨୫%ଶୁକ୍ଳ ଲାଗୁ କରାଯାଇଛି
ଚୀନ ଉପରେ ୧୦%ଶୁକ୍ଳ ଲାଗୁକରାଯାଇଛି
ଚୀନ ଡବ୍ଲ୍ୟଟିଓ ନିକଟରେ ଟ୍ରମ୍ପଙ୍କ ନିଷ୍ପତି ଉପରେ ଚ୍ୟାଲେଜ କରିବ
ଟ୍ରମ୍ପଙ୍କ ଘୋଷଣା ପରେ ଏସୀୟା ଦେଶ ମାନଙ୍କରେ ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ହ୍ରାସ
ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା
ଭାରତୀୟ ଟଙ୍କା ଡଲାର ପିଛା ୮୭ଟଙ୍କା ସ୍ତରକୁ ହ୍ରାସ ପାଇଛି