୩ଲକ୍ଷ ଟଙ୍କା ଚୋବାଇଦେଲା ପୋଷା କୁକୁର, ମଳରୁ ବାହାର କଲେ ଛିଣ୍ଡାନୋଟ, ଆଉ ତା’ ପରେ…
ଇଂଲଣ୍ଡ,୫।୧: ୟୁକେର ଜଣେ ଦମ୍ପତିଙ୍କ ସହ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ତାଙ୍କରି ଘରେ ତାଙ୍କ ସାମ୍ନାରେ ତାଙ୍କ ପୋଷା କୁକୁର ୪ହଜାର ଡଲାର ଅର୍ଥାତ ୩.୩୨ଲକ୍ଷ ଟଙ୍କା ଚୋବାଇ ଖାଇଦେଲା। ଯାହାକୁ ଦେଖି ଦମ୍ପତି ମୁଣ୍ଡରେ ହାତ ଦେଇଥିଲେ। ଏ ସମ୍ପର୍କରେ କ୍ୟାରି କହିଛନ୍ତି, ସେ ଘରକାମରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କ ସ୍ବାମୀ କ୍ଲେଟନ ଜୋରରେ ଚିଲ୍ଲେଇବାକୁ ଲାଗିଥିଲେ। ପାଟି ଶୁଣି ଆସି ସ୍ବାମୀଙ୍କ ପାଖରେ […] The post ୩ଲକ୍ଷ ଟଙ୍କା ଚୋବାଇଦେଲା ପୋଷା କୁକୁର, ମଳରୁ ବାହାର କଲେ ଛିଣ୍ଡାନୋଟ, ଆଉ ତା’ ପରେ… appeared first on Dharitri Odia News.
ଇଂଲଣ୍ଡ,୫।୧: ୟୁକେର ଜଣେ ଦମ୍ପତିଙ୍କ ସହ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ତାଙ୍କରି ଘରେ ତାଙ୍କ ସାମ୍ନାରେ ତାଙ୍କ ପୋଷା କୁକୁର ୪ହଜାର ଡଲାର ଅର୍ଥାତ ୩.୩୨ଲକ୍ଷ ଟଙ୍କା ଚୋବାଇ ଖାଇଦେଲା। ଯାହାକୁ ଦେଖି ଦମ୍ପତି ମୁଣ୍ଡରେ ହାତ ଦେଇଥିଲେ।
ଏ ସମ୍ପର୍କରେ କ୍ୟାରି କହିଛନ୍ତି, ସେ ଘରକାମରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କ ସ୍ବାମୀ କ୍ଲେଟନ ଜୋରରେ ଚିଲ୍ଲେଇବାକୁ ଲାଗିଥିଲେ। ପାଟି ଶୁଣି ଆସି ସ୍ବାମୀଙ୍କ ପାଖରେ ପହଞ୍ଚି ଯାହା ଦେଖିଥିଲେ, ସେଥିରେ ତାଙ୍କୁ ଅଚାନକ ହାର୍ଟଆଟାକ୍ ଆସିବା ପରି ଲାଗିଥିଲା। ତାଙ୍କ ପୋଷା କୁକୁର ସୋସିଲ ୩ଲକ୍ଷ ଟଙ୍କା ଚୋବାଇ ଖାଇ ଦେଇଥିଲା।
ଦମ୍ପତି କିଛି ବିଶେଷ କାମ ପାଇଁ ସେମାନଙ୍କ ଜଏଣ୍ଟ ଆକାଉଣ୍ଟରୁ ଟଙ୍କା କାଢିଥିଲେ। ଏହି ୩.୩୨ଲକ୍ଷ ନଗଦ ଟଙ୍କାକୁ ସେ କିଚେନ କାଉଣ୍ଟରରେ ରଖିଥିଲେ। ଯାହକୁ ସୋସିଲ ଗିଳି ଦେଇଥିଲା।
ଏହି ଘଟଣା ପରେ ଦମ୍ପତି ସୋସିଲର ଦାନ୍ତରୁ ନୋଟ୍ ବାହାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେହି ଉଦ୍ୟମ ବିଫଳ ହୋଇଥିଲା। ତେଣୁ ସେମାନେ ସୋସିଲ ମଳତ୍ୟାଗ କରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପରେ ସେ ମଳତ୍ୟାଗ କରିବା କ୍ଷଣି ସେଥିରୁ ନୋଟ୍ ଖୋଜିବା ଆରମ୍ଭ କରି ଦେଇଥିଲେ। ସେମାନେ ମଳରୁ ନୋଟ୍ଖଣ୍ଡ ବାହାର କରି ଧୋଇବାକୁ ଲାଗିଲେ। ଖୁବ୍ କମ୍ ନୋଟ୍ ସେହି ମଳରୁ ମିଳି ପାରିଥିଲା ଯାହାକୁ ସେମାନେ ସଫା କରି ବ୍ୟାଙ୍କରେ ଜମା କରିଥିଲେ। ସିରିୟାଲ ନମ୍ବର ଥିବା ଯୋଗୁ ବ୍ୟାଙ୍କ ସେ ସବୁକୁ ଗ୍ରହଣ କରିଥିଲା। ସେମାନେ ମୋଟ ୩୭,୪୦୦ଟଙ୍କା ହରାଇ ସାରିଥିଲେ। ବାକି ଅଢେଇ ଲକ୍ଷ ଟଙ୍କା ନୋଟକୁ ବ୍ୟାଙ୍କରେ ଜମା କରି ନୂଆ ନୋଟ୍ ପାଇଥିଲେ।
The post ୩ଲକ୍ଷ ଟଙ୍କା ଚୋବାଇଦେଲା ପୋଷା କୁକୁର, ମଳରୁ ବାହାର କଲେ ଛିଣ୍ଡାନୋଟ, ଆଉ ତା’ ପରେ… appeared first on Dharitri Odia News.