୩୦ ବର୍ଷ ପରେ ଜ୍ଞାନବାପି ମସଜିଦରେ ହିନ୍ଦୁଙ୍କ ପୂଜାର୍ଚ୍ଚନା, ମୁସଲିମ ପକ୍ଷର ବିରୋଧ

ନୂଆଦିଲ୍ଲୀ: ବାରାଣସୀର ଜ୍ଞାନବାପି ମସଜିଦର ବେସ୍‌ମେଣ୍ଟରେ ଥିବା ଦକ୍ଷିଣ କୋଠରିରେ ଆଜି ହିନ୍ଦୁପକ୍ଷ ପୂଜା କରିଛନ୍ତି। ୩୦ ବର୍ଷ ପରେ ଏହା ପ୍ରଥମ ଥର ପାଇଁ ସମ୍ଭବ ହୋଇପାରିଛି। କୋର୍ଟ ଗତକାଲି ମସଜିଦ ପରିସରରେ ହିନ୍ଦୁପକ୍ଷଙ୍କୁ ପୂଜାର୍ଚ୍ଚନା ପାଇଁ ଅନୁମତି ଦେବାପରେ ଆଜି ଏହା ସମ୍ଭବ ହୋଇପାରିଛି । ତେବେ ଏହାକୁ ମୁସଲମାନ ପକ୍ଷ ବିରୋଧ କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜିଲ୍ଲା ଜଜ୍ ଏକେ ବିଶ୍ୱେଶ ଗତକାଲି କହିଥିଲେ ଯେ ଶୈଳେନ୍ଦ୍ର କୁମାର ପାଠକ ବ୍ୟାସ […]

୩୦ ବର୍ଷ ପରେ ଜ୍ଞାନବାପି ମସଜିଦରେ ହିନ୍ଦୁଙ୍କ ପୂଜାର୍ଚ୍ଚନା, ମୁସଲିମ ପକ୍ଷର ବିରୋଧ

ନୂଆଦିଲ୍ଲୀ: ବାରାଣସୀର ଜ୍ଞାନବାପି ମସଜିଦର ବେସ୍‌ମେଣ୍ଟରେ ଥିବା ଦକ୍ଷିଣ କୋଠରିରେ ଆଜି ହିନ୍ଦୁପକ୍ଷ ପୂଜା କରିଛନ୍ତି। ୩୦ ବର୍ଷ ପରେ ଏହା ପ୍ରଥମ ଥର ପାଇଁ ସମ୍ଭବ ହୋଇପାରିଛି। କୋର୍ଟ ଗତକାଲି ମସଜିଦ ପରିସରରେ ହିନ୍ଦୁପକ୍ଷଙ୍କୁ ପୂଜାର୍ଚ୍ଚନା ପାଇଁ ଅନୁମତି ଦେବାପରେ ଆଜି ଏହା ସମ୍ଭବ ହୋଇପାରିଛି । ତେବେ ଏହାକୁ ମୁସଲମାନ ପକ୍ଷ ବିରୋଧ କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜିଲ୍ଲା ଜଜ୍ ଏକେ ବିଶ୍ୱେଶ ଗତକାଲି କହିଥିଲେ ଯେ ଶୈଳେନ୍ଦ୍ର କୁମାର ପାଠକ ବ୍ୟାସ ଏବଂ କାଶୀ ବିଶ୍ୱନାଥ ଟ୍ରଷ୍ଟ ଦ୍ୱାରା ନିଯୁକ୍ତ ଜଣେ ପୂଜକଙ୍କୁ ମନ୍ଦିର ପରିସରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ବ୍ୟାସଙ୍କ ପକ୍ଷରୁ ଆଇନଜୀବୀ ସୁଭାଷ ନନ୍ଦନ ଚତୁର୍ବେଦୀ କହିଛନ୍ତି ଯେ ଅଦାଲତଙ୍କ ଆଦେଶ ପାଳନ ହେବା ଅତ୍ୟନ୍ତ ଆନନ୍ଦର ବିଷୟ। ମସଜିଦ କମିଟିର ଓକିଲ ଅଖଲାକ୍ ଅହମଦ କହିଛନ୍ତି ଯେ ବ୍ୟାସ ପରିବାର ବେସମେଣ୍ଟରେ କେବେ ପୂଜା କରି ନ ଥିଲେ। କୋଠରିରେ କୌଣସି ମୂର୍ତ୍ତି ନ ଥିଲା। ବ୍ୟାସ ପରିବାରର ସଦସ୍ୟଙ୍କ ପାଖରେ ସେଲର ଥିଲା ବୋଲି କହିବା ଭୁଲ। ବେସମେଣ୍ଟ ଅଞ୍ଜୁମାନ ଇନ୍ତେଜାମିଆ ମାସଜିଦ କମିଟି ଦଖଲରେ ଅଛି। ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଏହି ମସଜିଦ ସିଲ୍‌ କରିବାର ୩୦ ବର୍ଷ ପରେ ଆଜି ଏହି ଅନୁମତି ମିଳିଛି।