୩୦ ବର୍ଷର ପୁରୁଣା ଭ୍ରୂଣରୁ ଜନ୍ମନେଲା ଶିଶୁ

ଓ୍ବାଶିଂଟନ,୩ା୮: ଆମେରିକାର ଓହିୟୋଠାରେ ୩୦ ବର୍ଷ ତଳର ଏକ ଭ୍ରୂଣରୁ ଶିଶୁ ଜନ୍ମ ନେଇଛି। ତାହାର ନାମ ଥାଡିୟସ ଡାନିଏଲ ପିୟର୍ସ ରଖାଯାଇଛି। ୧୯୯୪ରେ ଏକ ଭ୍ରୂଣକୁ ବିକଶିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଏହାକୁ ଫ୍ରିଜରରେ ସଂରକ୍ଷିତ କରି ରଖାଯାଇଥିଲା। ଦୀର୍ଘ ୩୦ ବର୍ଷ ଧରି ସଂରକ୍ଷିତ ହୋଇ ରହିବା ପରେ ଉକ୍ତ ଭ୍ରୂଣରୁ ଥାଡିୟସ୍‌ ଜନ୍ମ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଓହିୟୋ ନିବାସୀ ଲିଣ୍ଡ୍‌ସେ (୩୪) ଏବଂ ଟିମ୍‌ ପିୟର୍ସ (୩୫) […] The post ୩୦ ବର୍ଷର ପୁରୁଣା ଭ୍ରୂଣରୁ ଜନ୍ମନେଲା ଶିଶୁ appeared first on Dharitri Odia News.

୩୦ ବର୍ଷର ପୁରୁଣା ଭ୍ରୂଣରୁ ଜନ୍ମନେଲା ଶିଶୁ

ଓ୍ବାଶିଂଟନ,୩ା୮: ଆମେରିକାର ଓହିୟୋଠାରେ ୩୦ ବର୍ଷ ତଳର ଏକ ଭ୍ରୂଣରୁ ଶିଶୁ ଜନ୍ମ ନେଇଛି। ତାହାର ନାମ ଥାଡିୟସ ଡାନିଏଲ ପିୟର୍ସ ରଖାଯାଇଛି। ୧୯୯୪ରେ ଏକ ଭ୍ରୂଣକୁ ବିକଶିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଏହାକୁ ଫ୍ରିଜରରେ ସଂରକ୍ଷିତ କରି ରଖାଯାଇଥିଲା। ଦୀର୍ଘ ୩୦ ବର୍ଷ ଧରି ସଂରକ୍ଷିତ ହୋଇ ରହିବା ପରେ ଉକ୍ତ ଭ୍ରୂଣରୁ ଥାଡିୟସ୍‌ ଜନ୍ମ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଓହିୟୋ ନିବାସୀ ଲିଣ୍ଡ୍‌ସେ (୩୪) ଏବଂ ଟିମ୍‌ ପିୟର୍ସ (୩୫) ହେଉଛନ୍ତି ଥାଡିୟସଙ୍କ ମାତାପିତା। ଗତ ଜୁଲାଇ ୨୬ରେ ଜନ୍ମ ହୋଇଥିବା ଥାଡିୟସ୍‌ଙ୍କ ଭ୍ରୂଣକୁ ୩୦ ବର୍ଷ ତଳେ ଏକ ସ୍ଥାନୀୟ ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍‌) କେନ୍ଦ୍ରରେ ବିକଶିତ କରାଯାଇଥିଲା। ସେବେଠାରୁ ଗତବର୍ଷ ନଭେମ୍ବର ପର୍ଯ୍ୟନ୍ତ ଉକ୍ତ ଭ୍ରୂଣ ଫ୍ରିଜରରେ ସଂରକ୍ଷିତ ହୋଇ ରହିଥିଲା।

ଜନ୍ମ ପରେ ଥାଡିୟସ୍‌ ସବୁଠୁ ବୟସ୍କ ଶିଶୁର ରେକର୍ଡ କରିଛନ୍ତି। ତାଙ୍କ ମା’ ଲିଣ୍ଡ୍‌ସେ କହିଛନ୍ତି, ଯେତେବେଳେ ଭ୍ରୂଣର ବୟସ ସମ୍ପର୍କରେ ତାଙ୍କୁ କୁହାଯାଇଥିଲା, ତାହା ତାଙ୍କୁ ଅଜବ ଲାଗିଥିଲା। ସେ ଏବଂ ତାଙ୍କ ସ୍ବାମୀ ଟିମ୍‌ କେବଳ ଏକ ଶିଶୁ ଚାହୁଁଥିଲେ। କୌଣସି ରେକର୍ଡ କରିବା ତାଙ୍କର ଲକ୍ଷ୍ୟ ନ ଥିଲା। ୭ ବର୍ଷ ଧରି ଗର୍ଭଧାରଣ ପାଇଁ ସଂଘର୍ଷ ପରେ ଉଭୟଙ୍କୁ ଥାଡିୟସ୍‌ଙ୍କ ଭ୍ରୂଣ ମିଳିଥିଲା। ଥାଡିୟସ୍‌ଙ୍କ ଭ୍ରୂଣ ବିକଶିତ ହେବା ବେଳକୁ ଲିଣ୍ଡ୍‌ସେଙ୍କ ବୟସ ମାତ୍ର ୩ରୁ ୪ ବର୍ଷର ହୋଇଥିବା ସେ କହିଛନ୍ତି। ୧୯୯୪ରେ ଲିଣ୍ଡା ଆଚାର୍ଡ ନାମ୍ନୀ ଜଣେ ମହିଳା ଏବଂ ତାଙ୍କ ପୂର୍ବ ସ୍ବାମୀଙ୍କ ଆଇଭିଏଫ୍‌ ଚିକିତ୍ସା ସମୟରେ ଥାଡିୟସ୍‌ଙ୍କ ଭ୍ରୂଣକୁ ଅନ୍ୟ ୩ଟି ଭ୍ରୂଣ ସହ ବିକଶିତ କରାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଭ୍ରୂଣକୁ ଲିଣ୍ଡାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା, ଯାହାର ୯ ମାସ ପରେ ଲିଣ୍ଡା ଏକ ସୁସ୍ଥ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ତେବେ ୧୯୯୪ରେ ଶିଶୁକନ୍ୟାକୁ ଜନ୍ମଦେବା ପରେ ଲିଣ୍ଡା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା। ଫଳରେ ସ୍ଥାନୀୟ ଆଇଭିଏଫ୍‌ କେନ୍ଦ୍ରରେ ଥିବା ଅନ୍ୟ ୩ଟି ଭ୍ରୂଣକୁ ଦାନ କରିବା ପାଇଁ ଲିଣ୍ଡା ନିଷ୍ପତ୍ତି ନେଇଥିଲେ। ୨୦୨୪ ନଭେମ୍ବରରେ ସଂରକ୍ଷିତ ଥିବା ଉକ୍ତ ଭ୍ରୂଣକୁ ଲିଣ୍ଡ୍‌ସେ ଏବଂ ଟିମ୍‌ଙ୍କୁ ଦିଆଯାଇଥିଲା।

The post ୩୦ ବର୍ଷର ପୁରୁଣା ଭ୍ରୂଣରୁ ଜନ୍ମନେଲା ଶିଶୁ appeared first on Dharitri Odia News.