‘୩୦ ହଜାର ଟନ୍ ଧାନ କିଣି ୮ ହଜାର କୋଟି ଟଙ୍କା ଚାଷୀଙ୍କୁ ଦେଲେଣି ସରକାର’
ଭୁବନେଶ୍ୱର,୧୭।୧: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ପ୍ରକ୍ରିୟା ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୩୦ ହଜାର ଟନ୍ ଧାନ କିଣି ସାରିଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଶୁକ୍ରବାର ପ୍ରକାଶ କରିଛନ୍ତି। ଚାଷୀଙ୍କୁ ଏହି ବାବଦକୁ ୮ ହଜାର କୋଟି ଟଙ୍କା ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅଦିନିଆ ବର୍ଷାରେ ଧାନର ମାନ କମିଥିବାରୁ କିଛି ସ୍ଥାନରେ କଟନୀଛଟନୀ ହୋଇଛି। ଚାଷୀ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ପାଉଛନ୍ତି। ବାହାରେ ବିକିଲେ ୨୧ଶହରୁ ୨୨ଶହ […] The post ‘୩୦ ହଜାର ଟନ୍ ଧାନ କିଣି ୮ ହଜାର କୋଟି ଟଙ୍କା ଚାଷୀଙ୍କୁ ଦେଲେଣି ସରକାର’ appeared first on Dharitri Odia News.
ଭୁବନେଶ୍ୱର,୧୭।୧: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ପ୍ରକ୍ରିୟା ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୩୦ ହଜାର ଟନ୍ ଧାନ କିଣି ସାରିଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଶୁକ୍ରବାର ପ୍ରକାଶ କରିଛନ୍ତି। ଚାଷୀଙ୍କୁ ଏହି ବାବଦକୁ ୮ ହଜାର କୋଟି ଟଙ୍କା ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅଦିନିଆ ବର୍ଷାରେ ଧାନର ମାନ କମିଥିବାରୁ କିଛି ସ୍ଥାନରେ କଟନୀଛଟନୀ ହୋଇଛି। ଚାଷୀ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ପାଉଛନ୍ତି। ବାହାରେ ବିକିଲେ ୨୧ଶହରୁ ୨୨ଶହ ମିଳିବ। ତେଣୁ କିଛି କଟନୀଛଟନୀ ହେଲେ ବି ଚାଷୀ ମଣ୍ଡିରେ ଧାନ ବିକ୍ରି କରୁଛନ୍ତି। ଅନ୍ୟପକ୍ଷେ ଯେଉଁଠି ଅଧିକାରୀ ଅବହେଳା କରିଛନ୍ତି କାର୍ଯ୍ୟାନୁଷ୍ଠାନ ହେଉଛି। ଯଦି ମିଲର୍ସଙ୍କ ବିରୋଧରେ ଅଭିଯୋଗ ଆସେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷେ ମଣ୍ଡିରେ ଧାନ ବିକ୍ରି ନେଇ ପଞ୍ଜୀକୃତ ଚାଷୀ ଯେଭଳି ଏଥିରୁ ବାଦ ନ ପଡ଼ନ୍ତି, ଏଥିଲାଗି ସରକାରୀସ୍ତରରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତ୍ୟେକ ମଣ୍ଡିରେ ଚାଷୀମାନଙ୍କ ହିତ ପାଇଁ ଅଧିକାରୀମାନେ ନିଯୁକ୍ତ ହୋଇ ଧାନକିଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସେମାନଙ୍କ ଧାନକିଣା ରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ୨୭ ଜିଲାରେ ଧାନକିଣା ଜାରି ରହିଛି।
The post ‘୩୦ ହଜାର ଟନ୍ ଧାନ କିଣି ୮ ହଜାର କୋଟି ଟଙ୍କା ଚାଷୀଙ୍କୁ ଦେଲେଣି ସରକାର’ appeared first on Dharitri Odia News.