ଇରାନ-ପାକିସ୍ତାନ ମୁହାଁମୁହିଁ: ଅନେକ ଆତଙ୍କବାଦୀ ନିହତ

ଇସଲାମାବାଦ,୧୮ା୧: ଦୁଇଦିନ ପୂର୍ବେ ଅର୍ଥାତ୍‌ ମଙ୍ଗଳବାର ଇରାନ କରିଥିବା ଆକ୍ରମଣର ଗୁରୁବାର ଜବାବ ଦେଇଛି ପାକିସ୍ତାନ। ଆଜି ପାକିସ୍ତାନ ଇରାନର ସିସ୍ତାନ ଓ ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ବେସ୍‌ ଉପରେ ଆକ୍ରମଣ କରିଛି। ଇସଲାମାବାଦରେ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ପାକିସ୍ତାନର ସୁରକ୍ଷା ବାହିନୀ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍‌ କରିଛି। ଏହି ଅପରେଶନ ସମୟରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ପାକିସ୍ତାନ ଗୁରୁବାର […] The post ଇରାନ-ପାକିସ୍ତାନ ମୁହାଁମୁହିଁ: ଅନେକ ଆତଙ୍କବାଦୀ ନିହତ appeared first on Dharitri Odia News.

ଇରାନ-ପାକିସ୍ତାନ ମୁହାଁମୁହିଁ: ଅନେକ ଆତଙ୍କବାଦୀ ନିହତ

ଇସଲାମାବାଦ,୧୮ା୧: ଦୁଇଦିନ ପୂର୍ବେ ଅର୍ଥାତ୍‌ ମଙ୍ଗଳବାର ଇରାନ କରିଥିବା ଆକ୍ରମଣର ଗୁରୁବାର ଜବାବ ଦେଇଛି ପାକିସ୍ତାନ। ଆଜି ପାକିସ୍ତାନ ଇରାନର ସିସ୍ତାନ ଓ ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ବେସ୍‌ ଉପରେ ଆକ୍ରମଣ କରିଛି। ଇସଲାମାବାଦରେ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ପାକିସ୍ତାନର ସୁରକ୍ଷା ବାହିନୀ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍‌ କରିଛି। ଏହି ଅପରେଶନ ସମୟରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ପାକିସ୍ତାନ ଗୁରୁବାର କହିଛି, ଇରାନରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ଏବଂ ଗୁପ୍ତଚର ଭିତ୍ତିକ ଅପରେଶନରେ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଯାହାକୁ ‘ମର୍ଗ ଓ୍ବାର୍‌ ସରମାଚର’ ନାମ ଦିଆଯାଇଛିି।

The post ଇରାନ-ପାକିସ୍ତାନ ମୁହାଁମୁହିଁ: ଅନେକ ଆତଙ୍କବାଦୀ ନିହତ appeared first on Dharitri Odia News.