୩୦ରୁ ବର୍ଷା ସମ୍ଭାବନା: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୩(ଅସମାପିକା ସାହୁ)- ରାଜ୍ୟରେ ଆସନ୍ତା ଦୁଇଦିନ ଭିତରେ ତାପାମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ। ୨୯ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କିନ୍ତୁ ୩୦ତାରିଖରୁ ରାଜ୍ୟରେ ବିଭିନ୍ନ କାଳବୈଶାଖୀ ସହ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ମଧ୍ୟ ଜାରି କରିଛି। ୩୦ତାରିଖ ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଏବଂ ୩୧ତାରିଖରେ ବରଗଡ଼, ସମ୍ବଲପୁର, ଦେବଗଡ଼, […] The post ୩୦ରୁ ବର୍ଷା ସମ୍ଭାବନା: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ appeared first on Dharitri Odia News.

୩୦ରୁ ବର୍ଷା ସମ୍ଭାବନା: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୩(ଅସମାପିକା ସାହୁ)- ରାଜ୍ୟରେ ଆସନ୍ତା ଦୁଇଦିନ ଭିତରେ ତାପାମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ। ୨୯ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କିନ୍ତୁ ୩୦ତାରିଖରୁ ରାଜ୍ୟରେ ବିଭିନ୍ନ କାଳବୈଶାଖୀ ସହ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ମଧ୍ୟ ଜାରି କରିଛି। ୩୦ତାରିଖ ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଏବଂ ୩୧ତାରିଖରେ ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଓ ଝାରସୁଗୁଡ଼ା ଆଦି ଜିଲାରେ ସ୍ବଳ୍ପ ଧରଣର ବର୍ଷା ହେବା ସହିତ କାଳବୈଶାଖୀ ହେବାର ଆଶଙ୍କା ରହିଛି। ଏସବୁ ଜିଲାରେ ଘଣ୍ଟାପ୍ରତି ପବନର ବେଗ ୩୦ରୁ ୪୦କିମି ବହିପାରେ। ତେଣୁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେପଟେ ବୁଧବାର ବୌଦ୍ଧ ଜିଲାରେ ସର୍ବାଧିକ ୩୮.୫ଡିଗ୍ରୀ ତାପମାତ୍ରା ରହିଥିଲା। ସେହିଭଳି ନୟାଗଡ଼ ୩୮.୨, ବଲାଙ୍ଗୀର ୩୮, ଭବାନିପାଟଣା ୩୮, ମାଲକାନିଗରି ୩୮, ଭୁବନେଶ୍ୱର ୩୬.୧, କଟକରେ ୩୬.୫ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି।

The post ୩୦ରୁ ବର୍ଷା ସମ୍ଭାବନା: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ appeared first on Dharitri Odia News.