୩୦୦ କୋଟି ପାଇଁ ମର୍ଡର, ଶ଼୍ବଶୁରକୁ ଷଡ଼ଯନ୍ତ୍ର କରି ମାରିଲା ବୋହୁ
ନୂଆଦିଲ୍ଲୀ, ୧୨।୬: ମହାରାଷ୍ଟ୍ରର ନାଗପୁର ଜିଲାରେ ଗତ ମାସରେ ଘଟିଥିବା ହିଟ୍ ଆଣ୍ଡ୍ ରନ୍ ମାମଲାରେ ଏକ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାର ତଦନ୍ତ କରୁଥିବା ନାଗପୁର ପୋଲିସର ଅନୁସନ୍ଧାନରୁ ଏହି ମାମଲା ହିଟ୍ ଆଣ୍ଡ୍ ରନ୍ ପରିବର୍ତ୍ତେ ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ନାଗପୁର ପୋଲିସ ହତ୍ୟାକାଣ୍ଡର ହୃଦୟ ବିଦାରକ ଷଡଯନ୍ତ୍ରର ଖୁଲାସା କରିଛି । ମୃତ ପୁରୁଷୋତ୍ତମ ପୁଟେୱାରଙ୍କ ବୋହୂ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, […] The post ୩୦୦ କୋଟି ପାଇଁ ମର୍ଡର, ଶ଼୍ବଶୁରକୁ ଷଡ଼ଯନ୍ତ୍ର କରି ମାରିଲା ବୋହୁ appeared first on Dharitri Odia News.
ନୂଆଦିଲ୍ଲୀ, ୧୨।୬: ମହାରାଷ୍ଟ୍ରର ନାଗପୁର ଜିଲାରେ ଗତ ମାସରେ ଘଟିଥିବା ହିଟ୍ ଆଣ୍ଡ୍ ରନ୍ ମାମଲାରେ ଏକ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାର ତଦନ୍ତ କରୁଥିବା ନାଗପୁର ପୋଲିସର ଅନୁସନ୍ଧାନରୁ ଏହି ମାମଲା ହିଟ୍ ଆଣ୍ଡ୍ ରନ୍ ପରିବର୍ତ୍ତେ ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ନାଗପୁର ପୋଲିସ ହତ୍ୟାକାଣ୍ଡର ହୃଦୟ ବିଦାରକ ଷଡଯନ୍ତ୍ରର ଖୁଲାସା କରିଛି । ମୃତ ପୁରୁଷୋତ୍ତମ ପୁଟେୱାରଙ୍କ ବୋହୂ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଏହି ଷଡଯନ୍ତ୍ରର ପୁରା ମାଷ୍ଟରମାଇଣ୍ଡ ହେଉଛି ମୃତଙ୍କ ବୋହୂ । ସେ ୩ ଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଲୋଭରେ ପଡ଼ି ଏହି ଷଡଯନ୍ତ୍ର ରଚିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ୨୨ ମେ ୨୦୨୪ରେ ନାଗପୁରର ଅଜନୀ ଅଞ୍ଚଳରେ ଏକ ହିଟ୍ ଆଣ୍ଡ୍ ରନ୍ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୁରୁଷୋତ୍ତମ ପୁତେୱାର ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ଦୁଇଜଣ କାର ଆରୋହୀ ଗାଡ଼ି ଚଢ଼ାଇ ଦେଇଥିଲେ । ଏହି ଘଟଣାରେ ୭୨ ବର୍ଷ ବୟସ୍କା ପୁରୁଷୋତ୍ତମ ପୁତେୱାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ ଏହି ପୂରା ଘଟଣା ଏକ ହିଟ୍ ଆଣ୍ଡ୍ ରନ୍ ଘଟଣା ପରି ମନେ ହେଉଥିଲା। କିନ୍ତୁ ଯେତେବେଳେ ନାଗପୁର ପୋଲିସ ଏହି ଯୋଜନା ସମ଼୍ବନ୍ଧରେ ସୂଚନା ପାଇଲା ସେତେବେଳେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।
ପୋଲିସର ଅନୁସନ୍ଧାନରେ, ସୁଚିନ୍ତିତ ହତ୍ୟାକାଣ୍ଡର ଏକ ବଡ଼ ଷଡ଼ଯନ୍ତ୍ର ରହିଥିବା ଜାଣିବାକୁ ପାଇଥିଲା । ଏହାର ମାଷ୍ଟରମାଇଣ୍ଡ ମୃତ ବ୍ୟକ୍ତିଙ୍କ ବୋହୂ ଅର୍ଚ୍ଚନା ପୁତେୱାରଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ପ୍ରକୃତରେ, ପୋଲିସ ଗୁପ୍ତ ସୂତ୍ରରୁ ସୂଚନା ପାଇଥିଲା ଯେ ମୃତ ପୁରୁଷୋତ୍ତମ ପୁତେୱାରଙ୍କ ୩ ଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ହାସଲ କରିବା ପାଇଁ ବୋହୂ ଅର୍ଚ୍ଚନା ପୁତେୱାର ପ୍ରଥମେ ତାଙ୍କ ଘରୋଇ ଡ୍ରାଇଭରକୁ ପ୍ରଲୋଭନ ଦେଖାଇ ପରେ ତାଙ୍କ ସାହାଯ୍ୟରେ ଏହି ଷଡଯନ୍ତ୍ର କରିଥିଲେ। ଏଥିପାଇଁ ଦୁଇ ଜଣ ଡ୍ରାଇଭରଙ୍କୁ ୧କୋଟି ଟଙ୍କା ଏବଂ ପୁଣିଥରେ ଲାଇସେନ୍ସ ଦେବା ନେଇ ପ୍ରତିଶ୍ରୁତି ଦେଇ ଶ଼୍ବଶୁରଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା।
ତେବେ ଏହି ଘଟଣାରେ ଜଡ଼ିତ ଥିବା ବୋହୁ ଅର୍ଚ୍ଚନା, ତାଙ୍କ ଭାଇ ପ୍ରଶାନ୍ତ, ପିଏ ପାୟଲଙ୍କୁ ପୋଲିସ ଗିରଫ କରିଛି । ଅନ୍ୟପଟେ ଅଭିଯୁକ୍ତ ଡ୍ରାଇଭର ଫେରାର ରହିଥିବା ଜଣାପଡ଼ିଛି ।
The post ୩୦୦ କୋଟି ପାଇଁ ମର୍ଡର, ଶ଼୍ବଶୁରକୁ ଷଡ଼ଯନ୍ତ୍ର କରି ମାରିଲା ବୋହୁ appeared first on Dharitri Odia News.