୩୧ ସୁଦ୍ଧା ଡାଲଓ୍ବୋଲଙ୍କୁ ହସ୍ପିଟାଲ ନିଅ
ନୂଆଦିଲ୍ଲୀ,୨୯।୧୨(ପି.ଟି.): ଚାଷୀମାନଙ୍କ ବିଭିନ୍ନ ଦାବି ନେଇ ମାସେ ହେଲା ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂ ଡାଲଓ୍ବୋଲଙ୍କ ଜୀବନ ଓ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ ଡିସେମ୍ବର ୩୧ ସୁଦ୍ଧା ତାଙ୍କୁ ଅନଶନ ସ୍ଥଳରୁ ହସ୍ପିଟାଲ ନେବା ପାଇଁ ଶନିବାର ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷକ ନେତାଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦେବାକୁ ପୂର୍ବରୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିବାବେଳେ ତାହାର ଅନୁପାଳନ ହୋଇ ନାହିଁ। ପଞ୍ଜାବ ସରକାର […] The post ୩୧ ସୁଦ୍ଧା ଡାଲଓ୍ବୋଲଙ୍କୁ ହସ୍ପିଟାଲ ନିଅ appeared first on Dharitri Odia News.
ନୂଆଦିଲ୍ଲୀ,୨୯।୧୨(ପି.ଟି.): ଚାଷୀମାନଙ୍କ ବିଭିନ୍ନ ଦାବି ନେଇ ମାସେ ହେଲା ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂ ଡାଲଓ୍ବୋଲଙ୍କ ଜୀବନ ଓ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ ଡିସେମ୍ବର ୩୧ ସୁଦ୍ଧା ତାଙ୍କୁ ଅନଶନ ସ୍ଥଳରୁ ହସ୍ପିଟାଲ ନେବା ପାଇଁ ଶନିବାର ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷକ ନେତାଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦେବାକୁ ପୂର୍ବରୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିବାବେଳେ ତାହାର ଅନୁପାଳନ ହୋଇ ନାହିଁ। ପଞ୍ଜାବ ସରକାର ସ୍ଥିତିକୁ ଅଧିକ ଗମ୍ଭୀର କରିବାକୁ ଛାଡ଼ିଦେଇଥିବାରୁ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ସୁଧାଂଶୁ ଧୁଲିଆଙ୍କ ଅବକାଶକାଳୀନ ଖଣ୍ଡପୀଠ ଭର୍ତ୍ସନା କରିଛନ୍ତି। ଆନ୍ଦୋଳନକାରୀ ଚାଷୀମାନେ ଡାଲଓ୍ବୋଲଙ୍କୁ ଘେରିରହି ତାଙ୍କୁ ହସ୍ପିଟାଲ ପଠାଇବାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ସରକାର ଅସହାୟତା ପ୍ରକାଶ କରିଥିଲେ। ଡାଲଓ୍ବୋଲ କୌଣସି ପ୍ରକାର ଡାକ୍ତରୀ ଚିକିତ୍ସା ଗ୍ରହଣ କରିବାକୁ ମନା କରିଦେଇଥିବା ପଞ୍ଜାବ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଗୁରମିନ୍ଦର ସିଂ ଖଣ୍ଡପୀଠଙ୍କୁ ଜଣାଇଥିଲେ। ଯେଉଁ ନେତାମାନେ ଡାଲଓ୍ବୋଲଙ୍କୁ ହସ୍ପିଟାଲ ଛାଡ଼ୁନାହାନ୍ତି ସେମାନେ ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଇବାରେ ସମ୍ପୃକ୍ତ, ଯାହା ଦଣ୍ଡନୀୟ ଅପରାଧ ବୋଲି ଅଦାଲତ କହିଥିଲେ। କୃଷକ ନେତାମାନେ ଡାଲଓ୍ବୋଲଙ୍କ ଶୁଭଚିନ୍ତକ ନୁହନ୍ତି। ପଞ୍ଜାବ ସରକାର ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିବେ ବୋଲି ଖଣ୍ଡପୀଠ ଆଶାବ୍ୟକ୍ତ କରିଥିଲେ।
The post ୩୧ ସୁଦ୍ଧା ଡାଲଓ୍ବୋଲଙ୍କୁ ହସ୍ପିଟାଲ ନିଅ appeared first on Dharitri Odia News.