୩୩ ବର୍ଷ ପୁରୁଣା ମାମଲାରେ ମୁଖତାର୍‌ ଅନସାରୀଙ୍କୁ ଆଜୀବନ ଜେଲ୍‌

ନୂଆଦିଲ୍ଲୀ,୧୩।୩: ମାଫିଆ ମୁଖତାର୍‌ ଅନସାରୀଙ୍କୁ ୩୩ ବର୍ଷ ୩ ମାସ ୯ ଦିନ ପୁରୁଣା ଗାଜିପୁର ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାରେ ତାଙ୍କ ଉପରେ ୨ ଲକ୍ଷ ୨ ହଜାର ଟଙ୍କା ଜରିମାନା କରାଯାଇଛି। ମାଫିଆ ମୁଖତାର୍‌ଙ୍କ ଦଣ୍ଡ ସମ୍ପର୍କରେ ଏକ ୫୪ ପୃଷ୍ଠାର ନିଷ୍ପତ୍ତି ଆସିଛି। ଏହି ଶୁଣାଣି ସମୟରେ ମୁଖତାର୍‌ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିଲେ। ବାନ୍ଦା ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା […] The post ୩୩ ବର୍ଷ ପୁରୁଣା ମାମଲାରେ ମୁଖତାର୍‌ ଅନସାରୀଙ୍କୁ ଆଜୀବନ ଜେଲ୍‌ appeared first on Dharitri Odia News.

୩୩ ବର୍ଷ ପୁରୁଣା ମାମଲାରେ ମୁଖତାର୍‌ ଅନସାରୀଙ୍କୁ ଆଜୀବନ ଜେଲ୍‌

ନୂଆଦିଲ୍ଲୀ,୧୩।୩: ମାଫିଆ ମୁଖତାର୍‌ ଅନସାରୀଙ୍କୁ ୩୩ ବର୍ଷ ୩ ମାସ ୯ ଦିନ ପୁରୁଣା ଗାଜିପୁର ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାରେ ତାଙ୍କ ଉପରେ ୨ ଲକ୍ଷ ୨ ହଜାର ଟଙ୍କା ଜରିମାନା କରାଯାଇଛି। ମାଫିଆ ମୁଖତାର୍‌ଙ୍କ ଦଣ୍ଡ ସମ୍ପର୍କରେ ଏକ ୫୪ ପୃଷ୍ଠାର ନିଷ୍ପତ୍ତି ଆସିଛି। ଏହି ଶୁଣାଣି ସମୟରେ ମୁଖତାର୍‌ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିଲେ। ବାନ୍ଦା ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆନ୍ତଃରାଜ୍ୟ ଗ୍ୟାଙ୍ଗ (ଆଇଏସ୍‌-୧୯୧) ନେତା ତଥା ମାଫିଆ ମୁଖତାରଙ୍କୁ ଅଷ୍ଟମ ଥର ପାଇଁ ଦଣ୍ଡିତ କରାଯାଇଛି।
ସ୍ପେଶାଲ ଜଜ କୋର୍ଟ (ଏମ୍‌ପି-ବିଧାୟକ କୋର୍ଟ) ଅବନୀଶ ଗୌତମ ବୁଧବାର ମୁଖତାର ଅନସାରୀଙ୍କୁ ଦଣ୍ଡିତ କରିଛନ୍ତି। ଏହି ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖାରଙ୍କୁ ଉପସ୍ଥାପନ କରାଯାଇଥିଲା। ଜୁନ ୫, ୨୦୨୩ରେ ଉକ୍ତ କୋର୍ଟ ଅକ୍ଷୟ ରାୟ ହତ୍ୟା ମାମଲାରେ ମୁଖାର୍‌ ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏପର୍ଯ୍ୟନ୍ତ ୭ଟି ମାମଲାରେ ମୁଖତାର୍‌ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

The post ୩୩ ବର୍ଷ ପୁରୁଣା ମାମଲାରେ ମୁଖତାର୍‌ ଅନସାରୀଙ୍କୁ ଆଜୀବନ ଜେଲ୍‌ appeared first on Dharitri Odia News.