୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏହି ପ୍ରସଙ୍ଗରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ରିପୋର୍ଟ ଅନୁଯାୟୀ, ସେ ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି । ତାଙ୍କର ୧୭ ବର୍ଷୀୟ ପୁଅଙ୍କ ଏକ ଶିଶୁ ଜନ୍ମ ହୋଇଛି। ସିଙ୍ଗାପୁରରେ ଚିକେନ୍‌ ହଟପଟ୍‌ […] The post ୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର appeared first on Dharitri Odia News.

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏହି ପ୍ରସଙ୍ଗରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ରିପୋର୍ଟ ଅନୁଯାୟୀ, ସେ ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି । ତାଙ୍କର ୧୭ ବର୍ଷୀୟ ପୁଅଙ୍କ ଏକ ଶିଶୁ ଜନ୍ମ ହୋଇଛି। ସିଙ୍ଗାପୁରରେ ଚିକେନ୍‌ ହଟପଟ୍‌ ନାମକ ଏକ ରେଷ୍ଟୁରାଣ୍ଟ ଚଳାଉଥିବା ଶିର୍ଲି ୩ ଥର ବିବାହ କରିଥିବା ବେଳେ ତାଙ୍କର ୫ ଜଣ ସନ୍ତାନ ରହିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଶିର୍ଲିଙ୍କର ପ୍ରଥମ ସନ୍ତାନ ଜନ୍ମ ହୋଇଥିଲେ।
ଶିର୍ଲି ଏନେଇ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ନିଜ ଫଲୋଅର୍ସଙ୍କୁ ସୂଚନା ଦେଇଛନ୍ତି। ଏତେ କମ୍‌ ବୟସରେ ଜେଜେ ମା’ ହେବାର ଅନୁଭୂତିକୁ ସେ ଏହି ପୋଷ୍ଟରେ ବଖାଣିଛନ୍ତି। ଯେତେବେଳେ ତାଙ୍କର ୧୭ ବର୍ଷୀୟ ପୁଅ ତାଙ୍କୁ ଜଣାଇଥିଲେ ଯେ ସେ ପିତା ହେବାକୁ ଯାଉଛନ୍ତି, ସେତେବେଳେ ଏହା ଶୁଣି ଆଦୌ ଭୟଭୀତ ହୋଇ ନ ଥିବା ଶିର୍ଲି କହିଛନ୍ତି। ପୁଅ ଓ ତାଙ୍କ ପ୍ରେମିକାଙ୍କୁ ଏ ସମ୍ପର୍କିତ ନିଷ୍ପତ୍ତି ନେବାକୁ ସେ ସ୍ବାଧୀନତା ଦେଇଥିଲେ। ଅନ୍ୟପକ୍ଷରେ, ଖୁବ୍‌ କମ୍‌ ବୟସରୁ ମାତାପିତା ହେବାକୁ ସେ ନିଜ ପିଲାମାନଙ୍କୁ ପରାମର୍ଶ ଦେଇ ନ ଥିବା ଶିର୍ଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତେବେ ପିତା ହେବା ପରେ ଏବେ ତାଙ୍କ ପୁଅ ବହୁତ ଉତ୍ସାହିତ ଅଛନ୍ତି, ତେଣୁ ସେ ମଧ୍ୟ ତାଙ୍କ ପୁଅଙ୍କ ଖୁସିରେ ସାମିଲ ହୋଇଥିବା ଶିର୍ଲି କହିଛନ୍ତି। ଏବେ ତାଙ୍କ ୧୭ ବର୍ଷୀୟ ପୁଅଙ୍କ ଦାୟିତ୍ୱ ବଢ଼ିଯାଇଥିବା ଶିର୍ଲି କରିଥିବା ଏହି ପୋଷ୍ଟରେ ସ୍ବୀକାର କରିଛନ୍ତି। ଶିର୍ଲିଙ୍କ ଏହି ଇନ୍‌ଷ୍ଟାଗ୍ରାମ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ କିଛି ୟୁଜର୍ସ ମଜାଳିଆ କମେଣ୍ଟ କରିଥିବା ବେଳେ ଆଉ କେତେଜଣ ଶିର୍ଲିଙ୍କୁ ଜଣେ ସପୋର୍ଟିଭ ମା’ କହି ତାଙ୍କର ପ୍ରଶଂସା କରିଛନ୍ତି।

The post ୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର appeared first on Dharitri Odia News.