ସ୍ତ୍ରୀଙ୍କ ଠାରେ ରହିଛି କି ଏସବୁ ଗୁଣ: ସ୍ବାମୀ ହେବେ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ ସୁଖରେ ଜୀବନ ଅତିବାହିତ କରିପାରିବେ। ଚାଣକ୍ୟ ତାଙ୍କ ନୀତିରେ ମହିଳାମାନଙ୍କର ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସ୍ତ୍ରୀଙ୍କ ନିକଟରେ ଏହି ୪ ଗୁଣ ରହିଥିଲେ ସ୍ବାମୀ ଭାଗ୍ୟବାନ ହୁଅନ୍ତି ବୋଲି ସେ କହିଛନ୍ତି । ତେବେ ସେ କ’ଣ କହିଛନ୍ତି ଜାଣନ୍ତୁ ଚାଣକ୍ୟ କୁହନ୍ତି ଯେଉଁ ମହିଳାମାନଙ୍କର ଧୌର୍ଯ୍ୟର ଥାଏ, ସେମାନେ ନିଜ […] The post ସ୍ତ୍ରୀଙ୍କ ଠାରେ ରହିଛି କି ଏସବୁ ଗୁଣ: ସ୍ବାମୀ ହେବେ… appeared first on Dharitri Odia News.

ସ୍ତ୍ରୀଙ୍କ ଠାରେ ରହିଛି କି ଏସବୁ ଗୁଣ: ସ୍ବାମୀ ହେବେ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ ସୁଖରେ ଜୀବନ ଅତିବାହିତ କରିପାରିବେ। ଚାଣକ୍ୟ ତାଙ୍କ ନୀତିରେ ମହିଳାମାନଙ୍କର ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସ୍ତ୍ରୀଙ୍କ ନିକଟରେ ଏହି ୪ ଗୁଣ ରହିଥିଲେ ସ୍ବାମୀ ଭାଗ୍ୟବାନ ହୁଅନ୍ତି ବୋଲି ସେ କହିଛନ୍ତି ।

ତେବେ ସେ କ’ଣ କହିଛନ୍ତି ଜାଣନ୍ତୁ

ଚାଣକ୍ୟ କୁହନ୍ତି ଯେଉଁ ମହିଳାମାନଙ୍କର ଧୌର୍ଯ୍ୟର ଥାଏ, ସେମାନେ ନିଜ ପରିବାର ଏବଂ ସ୍ବାମୀଙ୍କୁ ଛାଡନ୍ତି ନାହିଁ। ଏପରି ମହିଳାମାନେ ପ୍ରତ୍ୟେକ ପରିସ୍ଥିତିରେ ନିଜ ସ୍ବାମୀଙ୍କ ସହିତ ରହିଥାନ୍ତିି। ଏହି ମହିଳାମାନେ ସେମାନଙ୍କ ସ୍ବାମୀଙ୍କୁ ସାହସ ଦେଇଥାନ୍ତି।

ଚାଣକ୍ୟ କହିଛନ୍ତି ଶିକ୍ଷିତା ମହିଳାମାନଙ୍କ ମଧ୍ୟରେ ଭୁଲଠିକ ବୁଝିବାର କ୍ଷମତା ଥାଏ। ଏଭଳି ମହିଳା ନିଜ ପିଲାମାନଙ୍କୁ ମଧ୍ୟ ଶିକ୍ଷିତ ସଂସ୍କାରୀ କରିଥାନ୍ତି। ଏଣୁ ଏଭଳି ମହିଳା ଯେଉଁ ଘରେ ରୁହନ୍ତି ସେହି ଘରେ ଖୁସିର ବାତାବରଣ ଥାଏ। ଏପରିକି ପରିବାରର ଉନ୍ନତି କରିଥାଏ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ସେହି ବ୍ୟକ୍ତି ବହୁତ ଭାଗ୍ୟବାନ, ଯାହାର ସ୍ତ୍ରୀ କଷ୍ଟଦାୟକ ସମୟ ପାଇଁ ଟଙ୍କା ସଞ୍ଚୟ କରନ୍ତି। ଏହିପରି ମହିଳା ନିଜ ପରିବାରକୁ କଷ୍ଟକର ପରିସ୍ଥିତିରୁ ବାହାର କରିପାରନ୍ତି।

ଶାନ୍ତ ସ୍ବଭାବର:
ଚାଣକ୍ୟ କହିଛନ୍ତି ଶାନ୍ତ ସ୍ବଭାବର ସ୍ତ୍ରୀ ପାଇଥିବା ବ୍ୟକ୍ତି ସବୁଠାରୁ ଭାଗ୍ୟବାନ। ଏହିପରି ଲୋକଙ୍କ ପରିବାରରେ କୌଣସି ଅସୁବିଧା ହୁଏ ନାହିଁ। ଏପରି ମହିଳାମାନେ ଘରେ ସୁଖ ଏବଂ ଶାନ୍ତିର ପରିବେଶ ବଜାୟ ରଖିଥାନ୍ତି।

The post ସ୍ତ୍ରୀଙ୍କ ଠାରେ ରହିଛି କି ଏସବୁ ଗୁଣ: ସ୍ବାମୀ ହେବେ… appeared first on Dharitri Odia News.