୩୪ ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

କଟକ,୧୧ା୧୦(ଶିଳ୍ପା ପ୍ରିୟଦର୍ଶିନୀ):ମହାନବମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କଟକର ୩୪ଟି ପୂଜା ମଣ୍ଡପ ବୁଲି ମା’ଦୁର୍ଗାଙ୍କୁ ଦର୍ଶନ କରିବେ। ସଡ଼କ ପଥରେ ସକାଳ ସାଢେ ୯ଟାରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରତାପନଗରୀ ପୂଜା ମଣ୍ଡପରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବେ। ଏହାପରେ ବାଲିକୁଦା, ଗୋପାଳପୁର, ଚାଉଳିଆଗଞ୍ଜ, ନୂଆବଜାର, ପୋତାପୋଖରୀ, ଶିଖରପୁର-ଗଣ୍ଡରପୁର-ମହାନଦୀବିହାର, ଯୋବ୍ରା, ମଙ୍ଗଳାବାଗ, ରାଣୀହାଟ ବଜାର, ରାଣୀହାଟ, କଲେଜଛକ, ଛତ୍ରବଜାର, ମଧୁପାଟଣା, ଖାନ୍‌ନଗର, ପିଠାପୁର, ଝୋଲାସାହି, ନିମସାହି, ଦରଘା ବଜାର, ଚୌଧୁରୀ ବଜାର, ବଙ୍ଗାଳୀ ସାହି, […] The post ୩୪ ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

୩୪ ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

କଟକ,୧୧ା୧୦(ଶିଳ୍ପା ପ୍ରିୟଦର୍ଶିନୀ):ମହାନବମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କଟକର ୩୪ଟି ପୂଜା ମଣ୍ଡପ ବୁଲି ମା’ଦୁର୍ଗାଙ୍କୁ ଦର୍ଶନ କରିବେ। ସଡ଼କ ପଥରେ ସକାଳ ସାଢେ ୯ଟାରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରତାପନଗରୀ ପୂଜା ମଣ୍ଡପରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବେ। ଏହାପରେ ବାଲିକୁଦା, ଗୋପାଳପୁର, ଚାଉଳିଆଗଞ୍ଜ, ନୂଆବଜାର, ପୋତାପୋଖରୀ, ଶିଖରପୁର-ଗଣ୍ଡରପୁର-ମହାନଦୀବିହାର, ଯୋବ୍ରା, ମଙ୍ଗଳାବାଗ, ରାଣୀହାଟ ବଜାର, ରାଣୀହାଟ, କଲେଜଛକ, ଛତ୍ରବଜାର, ମଧୁପାଟଣା, ଖାନ୍‌ନଗର, ପିଠାପୁର, ଝୋଲାସାହି, ନିମସାହି, ଦରଘା ବଜାର, ଚୌଧୁରୀ ବଜାର, ବଙ୍ଗାଳୀ ସାହି, ଫିରିଙ୍ଗୀ ବଜାର, ଚାନ୍ଦିନୀଚୌକ, ମହମ୍ମଦିଆ ବଜାର, ଶେଖ୍‌ ବଜାର, ରାମଗଡ କନିକା ରୋଡ, ତୁଳସୀପୁର, ଦେଉଳସାହି, ସିଡିଏ ସେକ୍ଟର-୬, ସିଡିଏ ସେକ୍ଟର-୭ ପୂଜା ମଣ୍ଡପ ବୁଲିବେ। ସେହିପରି ପାଇକ ସାହି, ଡାହାଳିଆବାଗ୍‌, ଭାଣପୁର ଓ ରାମନଗର ପୂଜା ମଣ୍ଡପରେ ମା’ଦୁର୍ଗାଙ୍କୁ ମୁଖ୍ୟମନ୍ତ୍ରୀ ଦର୍ଶନ କରିବା ପରେ ଭୁବନେଶ୍ୱର ଅଭିମୁଖେ ଗସ୍ତ କରିବେ ବୋଲି ଭାଜପା କଟକ ନଗର (ଜିଲା) ସଭାପତି ଲଲାଟେନ୍ଦୁ ବଡ଼ୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

The post ୩୪ ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.