୩୯ ତମ ବରଦା କପ୍ ଉଦ୍‌ଯାପିତ, ଫାଇନାଲରେ ଜିତିଲା ଇଞ୍ଜନପୁର ଯାଜପୁର

ଚଣ୍ଡିଖୋଲ: ଉଦ୍‌ଯାପିତ ହୋଇଯାଇଛି ୩୯ ତମ ବରଦା କପ୍। ସାର୍ଥକ କ୍ଲବ୍‌ ଆନୁକୁଲ୍ୟରେ ଉନ୍ମେଷ ସାମଲଙ୍କ ସ୍ମୃତିରେ ସ୍ଥାନୀୟ ବରଦା ବେଲବଣ ଯଜ୍ଞ ପଡ଼ିଆରେ ଚାଲିଥିବା ବରଦା କପ୍‌ର ଫାଇନାଲ୍ ମ୍ୟାଚ୍‌ ସୋମବାର ଖେଳାଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଇଞ୍ଜନପୁର ଯାଜପୁର ଏବଂ ପିସିସି ପଞ୍ଚୁପାଣ୍ଡବ କ୍ଲବ୍‌ କେନ୍ଦ୍ରାପଡ଼ା। ମ୍ୟାଚ୍‌ରେ ଇଞ୍ଜନପୁର ଯାଜପୁର ୬ ୱିକେଟରେ ବିଜୟ ହୋଇ ଟ୍ରଫି ହାତେଇଛି। ବିଜେତା ଦଳର ଶୁଭ୍ର ରଞ୍ଜନ ରାଉତ ମ୍ୟାନ ଅଫ ଦି ମ୍ୟାଚ୍ ଓ ରାଜେଶ ପାତ୍ର ମ୍ୟାନ୍ ଅଫ୍‌ ଦି ସିରିଜ୍ ବିବେଚିତ ହୋଇଥିଲେ । ଅତିଥିଭାବେ ପୂର୍ବତନ ଶିକ୍ଷକ ଉମାକାନ୍ତ ବଳ, ରାମଚନ୍ଦ୍ର ପଣ୍ଡା, ହରିଶ ଚନ୍ଦ୍ର ପୃଷ୍ଟି ଓ ବିଧାନ ଚନ୍ଦ୍ର ସାମଲ ଯୋଗ ଦେଇ ବିଜେତା ଦଳ ଓ ଉପ ବିଜେତା ଦଳକୁ ଟ୍ରଫି ଓ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ । ବିନୋଦ ରାଉତ, ଓ ସମୀର ନାୟକ ମ୍ୟାଚ୍ ପରିଚାଳନା କରିଥିଲେ ।

୩୯ ତମ ବରଦା କପ୍ ଉଦ୍‌ଯାପିତ, ଫାଇନାଲରେ ଜିତିଲା ଇଞ୍ଜନପୁର ଯାଜପୁର

ଚଣ୍ଡିଖୋଲ: ଉଦ୍‌ଯାପିତ ହୋଇଯାଇଛି ୩୯ ତମ ବରଦା କପ୍। ସାର୍ଥକ କ୍ଲବ୍‌ ଆନୁକୁଲ୍ୟରେ ଉନ୍ମେଷ ସାମଲଙ୍କ ସ୍ମୃତିରେ ସ୍ଥାନୀୟ ବରଦା ବେଲବଣ ଯଜ୍ଞ ପଡ଼ିଆରେ ଚାଲିଥିବା ବରଦା କପ୍‌ର ଫାଇନାଲ୍ ମ୍ୟାଚ୍‌ ସୋମବାର ଖେଳାଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଇଞ୍ଜନପୁର ଯାଜପୁର ଏବଂ ପିସିସି ପଞ୍ଚୁପାଣ୍ଡବ କ୍ଲବ୍‌ କେନ୍ଦ୍ରାପଡ଼ା। ମ୍ୟାଚ୍‌ରେ ଇଞ୍ଜନପୁର ଯାଜପୁର ୬ ୱିକେଟରେ ବିଜୟ ହୋଇ ଟ୍ରଫି ହାତେଇଛି। 


ବିଜେତା ଦଳର ଶୁଭ୍ର ରଞ୍ଜନ ରାଉତ ମ୍ୟାନ ଅଫ ଦି ମ୍ୟାଚ୍ ଓ ରାଜେଶ ପାତ୍ର ମ୍ୟାନ୍ ଅଫ୍‌ ଦି ସିରିଜ୍ ବିବେଚିତ ହୋଇଥିଲେ । ଅତିଥିଭାବେ ପୂର୍ବତନ ଶିକ୍ଷକ ଉମାକାନ୍ତ ବଳ, ରାମଚନ୍ଦ୍ର ପଣ୍ଡା, ହରିଶ ଚନ୍ଦ୍ର ପୃଷ୍ଟି ଓ ବିଧାନ ଚନ୍ଦ୍ର ସାମଲ ଯୋଗ ଦେଇ ବିଜେତା ଦଳ ଓ ଉପ ବିଜେତା ଦଳକୁ ଟ୍ରଫି ଓ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ । ବିନୋଦ ରାଉତ, ଓ ସମୀର ନାୟକ ମ୍ୟାଚ୍ ପରିଚାଳନା କରିଥିଲେ ।