୪ କୋଟିର ଭାଟ୍ ଦୁର୍ନୀତି, ସହାୟକ ବାଣିଜ୍ୟକର ଅଧିକାରୀ ଓ ୨ ବ୍ୟବସାୟୀଙ୍କୁ ବାନ୍ଧିଲା ଭିଜିଲାନ୍ସ
କନକ ବ୍ୟୁରୋ: ପଦାରେ ପଡ଼ିଲା ୪ କୋଟି ଟଙ୍କାର ଭାଟ୍ ହେରଫେର। ଦୁର୍ନୀତି ଧରୁଥିଲେ, ଆଉ ନିଜେ ଦୁର୍ନୀତି କରି ଫସିଯାଇଛନ୍ତି ଆସିଷ୍ଟାଂଟ କମର୍ସିଆଲ ଅଫିସର। ଏହି ଅଫିସର କ୍ଷମତାର ଦୁରୂପଯୋଗ କରି ୨ ଜଣ ବ୍ୟବସାୟୀଙ୍କ ସହ ମିଶି ୪ କୋଟି ୩ ଲକ୍ଷ ଟଙ୍କା ଭାଟ୍ ହେରଫେର କରିଥିଲେ । ଜୟପୁରସ୍ଥିତ ଆସିଷ୍ଟାଣ୍ଟ କର୍ମସିଆଲ ଅଫିସର ଅବିନାଶ ପ୍ରଧାନ ଓ ଅନ୍ୟ ୨ଜଣ ବ୍ୟବସାୟୀ ସାତ୍ୟକୀ ପଟ୍ଟନାୟକ ଏବଂ ଦୀପ୍ତିକାନ୍ତ ଚୌଧୁରୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅବିନାଶ ଏବେ ଜୟପୁରରେ ସହାୟକ ବାଣିଜ୍ୟକର ଅଧିକାରୀ ଭାବେ କାର୍ୟ୍ୟ କରୁଛନ୍ତି । ଭିଜିଲାନ୍ସର ସୂଚନା ଅନୁସାରେ, ଅବିନାଶ ଭୁବନେଶ୍ୱରସ୍ଥିତ ସିଟିଆଣ୍ଡଜିଏସଟି ଅଫିସର ଥିବାବେଳେ ନିଜ କ୍ଷମତାର ଦୁରୂପଯୋଗ କରି ସରକାରୀ ଅର୍ଥ ତୋଷାରପାତ କରିଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରିଥିଲା ଭିଜିଲାନ୍ସ । ଜାଲ ଦସ୍ତାବିଜ ଦାଖଲ କରି ସିଟି ଆଣ୍ଡ ଜିଏସଟି ଅଫିସରଙ୍କ ସହ ମିଶି ଦୁଇ ବ୍ୟବସାୟୀ ସାତ୍ୟକୀ ପଟ୍ଟନାୟକ ଓ ଦୀପ୍ତିକାନ୍ତ ଚୌଧୁରୀ ୪କୋଟି ୩ଲକ୍ଷ ୯ହଜାର ୭୨୩ଟଙ୍କା ଚଳୁ କରିଛନ୍ତି । ୨୦୧୧ ଜୁନ ୧ରୁ ୩୦ ତାରିଖ ଓ ୨୦୧୨ ମାର୍ଚ୍ଚ ୧ରୁ ୩୧ତାରିଖ ମଧ୍ୟରେ ଦୀପ୍ତିକାନ୍ତ ଚୌଧୁରୀ ୧କୋଟି ୨୩ଲକ୍ଷ ଟଙ୍କା ସାତ୍ୟକୀ ପଟ୍ଟନାୟକ ୨୦୧୧ ଏପ୍ରିଲରୁ ୨୦୧୩ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ୨କୋଟି ୮୦ଲକ୍ଷ ୯ହଜାର ୭୧୭ଟଙ୍କାର ଭ୍ୟାଟ୍ ସଂକ୍ରାନ୍ତ ଜାଲ ଦସ୍ତାବିଜ ଦାଖଲ କରିଥିଲେ । ଭିଜିଲାନ୍ସ

କନକ ବ୍ୟୁରୋ: ପଦାରେ ପଡ଼ିଲା ୪ କୋଟି ଟଙ୍କାର ଭାଟ୍ ହେରଫେର। ଦୁର୍ନୀତି ଧରୁଥିଲେ, ଆଉ ନିଜେ ଦୁର୍ନୀତି କରି ଫସିଯାଇଛନ୍ତି ଆସିଷ୍ଟାଂଟ କମର୍ସିଆଲ ଅଫିସର। ଏହି ଅଫିସର କ୍ଷମତାର ଦୁରୂପଯୋଗ କରି ୨ ଜଣ ବ୍ୟବସାୟୀଙ୍କ ସହ ମିଶି ୪ କୋଟି ୩ ଲକ୍ଷ ଟଙ୍କା ଭାଟ୍ ହେରଫେର କରିଥିଲେ । ଜୟପୁରସ୍ଥିତ ଆସିଷ୍ଟାଣ୍ଟ କର୍ମସିଆଲ ଅଫିସର ଅବିନାଶ ପ୍ରଧାନ ଓ ଅନ୍ୟ ୨ଜଣ ବ୍ୟବସାୟୀ ସାତ୍ୟକୀ ପଟ୍ଟନାୟକ ଏବଂ ଦୀପ୍ତିକାନ୍ତ ଚୌଧୁରୀଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ଅବିନାଶ ଏବେ ଜୟପୁରରେ ସହାୟକ ବାଣିଜ୍ୟକର ଅଧିକାରୀ ଭାବେ କାର୍ୟ୍ୟ କରୁଛନ୍ତି । ଭିଜିଲାନ୍ସର ସୂଚନା ଅନୁସାରେ, ଅବିନାଶ ଭୁବନେଶ୍ୱରସ୍ଥିତ ସିଟିଆଣ୍ଡଜିଏସଟି ଅଫିସର ଥିବାବେଳେ ନିଜ କ୍ଷମତାର ଦୁରୂପଯୋଗ କରି ସରକାରୀ ଅର୍ଥ ତୋଷାରପାତ କରିଥିବା ଅଭିଯୋଗ ହୋଇଥିଲା ।
ଏହାର ତଦନ୍ତ କରିଥିଲା ଭିଜିଲାନ୍ସ । ଜାଲ ଦସ୍ତାବିଜ ଦାଖଲ କରି ସିଟି ଆଣ୍ଡ ଜିଏସଟି ଅଫିସରଙ୍କ ସହ ମିଶି ଦୁଇ ବ୍ୟବସାୟୀ ସାତ୍ୟକୀ ପଟ୍ଟନାୟକ ଓ ଦୀପ୍ତିକାନ୍ତ ଚୌଧୁରୀ ୪କୋଟି ୩ଲକ୍ଷ ୯ହଜାର ୭୨୩ଟଙ୍କା ଚଳୁ କରିଛନ୍ତି । ୨୦୧୧ ଜୁନ ୧ରୁ ୩୦ ତାରିଖ ଓ ୨୦୧୨ ମାର୍ଚ୍ଚ ୧ରୁ ୩୧ତାରିଖ ମଧ୍ୟରେ ଦୀପ୍ତିକାନ୍ତ ଚୌଧୁରୀ ୧କୋଟି ୨୩ଲକ୍ଷ ଟଙ୍କା ସାତ୍ୟକୀ ପଟ୍ଟନାୟକ ୨୦୧୧ ଏପ୍ରିଲରୁ ୨୦୧୩ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ୨କୋଟି ୮୦ଲକ୍ଷ ୯ହଜାର ୭୧୭ଟଙ୍କାର ଭ୍ୟାଟ୍ ସଂକ୍ରାନ୍ତ ଜାଲ ଦସ୍ତାବିଜ ଦାଖଲ କରିଥିଲେ ।
ଭିଜିଲାନ୍ସ ଏନେଇ ଗତ ଦୁଇଦିନ ତଳେ ଡିସେମ୍ବର ୧୦ତାରିଖରେ ଏକ ମାମଲା ରୁଜୁ କରି ଏହି ସରକାରୀ ଅର୍ଥ ତୋଷାରପାତ ଅଭିଯୋଗରେ ଅବିନାଶଙ୍କ ସମେତ ସାତ୍ୟକୀ ଓ ଦୀପ୍ତିକାନ୍ତଙ୍କୁ ଗିରଫ କରିଥିବେଳେ ଏହି ମାମଲାରେ ଅନ୍ୟ କେଉଁ ବ୍ୟକ୍ତିମାନେ ସମ୍ପୃକ୍ତ ଅଛନ୍ତି ତା’ର ଖୋଳତାଡ଼ କରୁଛି ।