୪ ଟ୍ରିଲିୟନ ଉପରେ ଜିଇଏମ୍ କାରବାର
ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ମଧ୍ୟ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)ପକ୍ଷରୁ ନିକଟରେ ଆର୍ଥ ଆଓ୍ବାର ପାଳିତ ହୋଇଯାଇଛି। ବିଶେଷକରି ପରିବେଶ ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଜରୁରୀ ପଦକ୍ଷେପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆର୍ଥ ଆୱାରରେ କମ୍ପାନୀ ଗର୍ବର ସହ ଅଂଶଗ୍ରହଣ କରିଛି। ଉଲ୍ଲେଖଯୋଗ୍ୟ,୨୦୨୪ ମାର୍ଚ୍ଚ ୨୩ରେ ଟିପିସିଓଡିଏଲ୍ ପୃଥିବୀ ପ୍ରତି ପ୍ରତିବଦ୍ଧତାର ପ୍ରତୀକ ଭାବେ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ୬୦ମିନିଟ୍ ପାଇଁ ଲାଇଟ୍ ବନ୍ଦ କରିବାକୁ […] The post ୪ ଟ୍ରିଲିୟନ ଉପରେ ଜିଇଏମ୍ କାରବାର appeared first on Dharitri Odia News.
ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ମଧ୍ୟ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)ପକ୍ଷରୁ ନିକଟରେ ଆର୍ଥ ଆଓ୍ବାର ପାଳିତ ହୋଇଯାଇଛି। ବିଶେଷକରି ପରିବେଶ ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଜରୁରୀ ପଦକ୍ଷେପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆର୍ଥ ଆୱାରରେ କମ୍ପାନୀ ଗର୍ବର ସହ ଅଂଶଗ୍ରହଣ କରିଛି। ଉଲ୍ଲେଖଯୋଗ୍ୟ,୨୦୨୪ ମାର୍ଚ୍ଚ ୨୩ରେ ଟିପିସିଓଡିଏଲ୍ ପୃଥିବୀ ପ୍ରତି ପ୍ରତିବଦ୍ଧତାର ପ୍ରତୀକ ଭାବେ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ୬୦ମିନିଟ୍ ପାଇଁ ଲାଇଟ୍ ବନ୍ଦ କରିବାକୁ ଗ୍ରାହକମାନଙ୍କୁ ଉତ୍ସାହିତ କରିବା ସହ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ସହିତ ମିଶି ଆର୍ଥ ଆୱାର ପାଳନ କରିଥିଲା। ସେହିଭଳି ୨୦୨୪ ଆର୍ଥ ଆୱାରର ଶୀର୍ଷକ ‘ସୁଇଚ୍ ଅଫ୍ ଆଣ୍ଡ ଗିଭ ଆନ୍ ଆୱାର ଫର୍ ଆର୍ଥ’ ଜରିଆରେ ପରିବେଶ ନିରନ୍ତରତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରକୃତି ସହ ପୁନଃ ସଂଯୋଗ କରୁଥିବା କାର୍ଯ୍ୟକଳାପ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଥିଲା। ଟିପିସିଓଡିଏଲ୍ ଏବଂ ଏହାର ଅଂଶୀଦାରଙ୍କଠାରୁ ଆର୍ଥ ଆୱାର ପାଳନ ପାଇଁ ମିଳିଥିବା ପ୍ରତିକ୍ରିୟା ଉଲ୍ଲେଖନୀୟ । କମ୍ପାନୀର କଲ୍ ସେଣ୍ଟର ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟ କର୍ମଚାରୀମାନେ ସେମାନଙ୍କ ପରିବାର ଉତ୍ସାହର ସହ ଏହି ପଦକ୍ଷେପକୁ ସମର୍ଥନ କରିଥିଲେ। ଏ ସମ୍ପର୍କରେ ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି, ଏହା ପୃଥିବୀ ମାତାକୁ ଧନ୍ୟବାଦ ଦେବା ଏବଂ ତାହାର ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଆମର ପ୍ରତିଶ୍ରୁତିକୁ ନବୀକରଣ କରିବାର ସମୟ। ଚଳିତ ବର୍ଷର ଆର୍ଥ ଆୱାର ବିଷୟବସ୍ତୁ ‘ସୁଇଚ୍ ଅଫ୍ ଆଣ୍ଡ ଗିଭ ଆନ୍ ଆୱାର ଫର୍ ଆର୍ଥ’ ଆମକୁ ପ୍ରକୃତି ସହ ପୁନର୍ବାର ଯୋଡ଼ିଥିବା କାର୍ଯ୍ୟକଳାପରେ ନିୟୋଜିତ ହେବାକୁ ପ୍ରେରଣା ଦେଇଛି। ଆର୍ଥ ଆୱାର ପାଳନ କେବଳ ଏକ ସାଧାରଣ ପଦକ୍ଷେପ ନୁହେଁ, ଏହା ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ ଯାହା ଆମ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଆମର ମିଶନରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିଛି। ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ନଷ୍ଟ ଏବଂ ପ୍ରତିକୂଳ ପାଣିପାଗ ଘଟଣାର ବଢୁଥିବା ଆହ୍ବାନକୁ ଦୃଷ୍ଟିରେ ରଖି ଆର୍ଥ ଆୱାର ବ୍ୟକ୍ତି ବିଶେଷ ଏବଂ ସଂଗଠନଗୁଡିକୁ ଦୀର୍ଘସ୍ଥାୟୀ କାର୍ଯ୍ୟ ମାଧ୍ୟମରେ ବାସ୍ତବ ପରିବର୍ତ୍ତନ ଆଣିବାକୁ ଏକ ସୁଯୋଗ ପ୍ରଦାନ କରୁଛି।
The post ୪ ଟ୍ରିଲିୟନ ଉପରେ ଜିଇଏମ୍ କାରବାର appeared first on Dharitri Odia News.