୪ ଲକ୍ଷ ଟଙ୍କାର ଗଞ୍ଜେଇ ଛାଡ଼ି ମାଫିଆ ଚମ୍ପଟ
ମୋହନା,୨୫ା୫(ମନ୍ମଥ ମିଶ୍ର): ସୁଲୁବା ନୂଆସାହି ଓ ବାଘମାରି ଗାଁ ରାସ୍ତାରୁ ୪୧ କିଲୋରୁ ଊଦ୍ଧର୍ବ ଗଞ୍ଜେଇ ଜବତଳ ହୋଇଥିବାବେଳେ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛନ୍ତି। ଗଜପତି ଜିଲା ଚନ୍ଦ୍ରଗିରି ଫାଣ୍ଡି ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଚୋରା ଚାଲାଣକୁ ନେଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ଟିମ ଗଠନ ପରେ ସଦଳେବଳ ମୋହନା ଥାନା ଅନ୍ତର୍ଗତ ବାଘମାରି ଓ ଶୁଲୁବା ନୂଆସାହି ଗାଁ ରାସ୍ତା ମଝିରେ […] The post ୪ ଲକ୍ଷ ଟଙ୍କାର ଗଞ୍ଜେଇ ଛାଡ଼ି ମାଫିଆ ଚମ୍ପଟ appeared first on Dharitri Odia News.
ମୋହନା,୨୫ା୫(ମନ୍ମଥ ମିଶ୍ର): ସୁଲୁବା ନୂଆସାହି ଓ ବାଘମାରି ଗାଁ ରାସ୍ତାରୁ ୪୧ କିଲୋରୁ ଊଦ୍ଧର୍ବ ଗଞ୍ଜେଇ ଜବତଳ ହୋଇଥିବାବେଳେ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛନ୍ତି। ଗଜପତି ଜିଲା ଚନ୍ଦ୍ରଗିରି ଫାଣ୍ଡି ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଚୋରା ଚାଲାଣକୁ ନେଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ଟିମ ଗଠନ ପରେ ସଦଳେବଳ ମୋହନା ଥାନା ଅନ୍ତର୍ଗତ ବାଘମାରି ଓ ଶୁଲୁବା ନୂଆସାହି ଗାଁ ରାସ୍ତା ମଝିରେ ଥିବା ଏକ କଲଭର୍ଟ ନିକଟରେ ଗଞ୍ଜେଇ ଚୋରାଚାଲାଣ ପାଇଁ ଗଞ୍ଜେଇ ରଖାଯାଇଥିବା ଜାଗାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଦୁଇଜଣ ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିବା ବେଳେ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଯାହାର ପରିମାଣ ୪୧ କିଲୋ ୪୦୦ ଗ୍ରାମ ହୋଇଥିଲା। ଗଞ୍ଜେଇର ଆନୁମାନିକ ବଜାର ଦର ପାଖା ପାଖି ୪ ଲକ୍ଷ ଟଙ୍କା ହେବ ବୋଲି ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
The post ୪ ଲକ୍ଷ ଟଙ୍କାର ଗଞ୍ଜେଇ ଛାଡ଼ି ମାଫିଆ ଚମ୍ପଟ appeared first on Dharitri Odia News.