୪ଟି ଅଫୁଟା ଗୁଳି ସହିତ ବନ୍ଧୁକ ଜବତ, ଅଭିଯୁକ୍ତ ଗିରଫ
କଳବାଡିଆ : ବାଙ୍ଗରିପୋଷି ପୁଲିସକୁ ବଡ଼ ସଫଳତା । ଘର ଭିତରେ ୪ଟି ଜୀଅନ୍ତା ଅଫୁଟା ଗୁଳି ସହିତ ଗୋଟିଏ ଲାଇସେନ୍ସ ବନ୍ଧୁକ ଜବତ କରିଛି ପୁଲିସ । ଦୀର୍ଘ ଦିନରୁ ଶିକାରୀଙ୍କୁ ବେଆଇନ ଗୁଳି ଯୋଗାଇ ଅଧିକ ଲାଭ ଖାଉଥିଲା ସମ୍ପୃକ୍ତ ଅଭିଯୁକ୍ତ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ପୋଲିସ ଥାନା ଅର୍ନ୍ତଗତ ଧୋବଣିଶୋଳ ଗ୍ରାମରୁ ଜବତ ହୋଇଛି ଲାଇସେନ୍ସ ପ୍ରାପ୍ତ ଗୁଳି ଓ ବନ୍ଧୁକ । ଏକ କେସରୁ ତିନୋଟି ଶିକାରୀଙ୍କ ବୟାନକୁ ଆଧାର କରି […]

କଳବାଡିଆ : ବାଙ୍ଗରିପୋଷି ପୁଲିସକୁ ବଡ଼ ସଫଳତା । ଘର ଭିତରେ ୪ଟି ଜୀଅନ୍ତା ଅଫୁଟା ଗୁଳି ସହିତ ଗୋଟିଏ ଲାଇସେନ୍ସ ବନ୍ଧୁକ ଜବତ କରିଛି ପୁଲିସ । ଦୀର୍ଘ ଦିନରୁ ଶିକାରୀଙ୍କୁ ବେଆଇନ ଗୁଳି ଯୋଗାଇ ଅଧିକ ଲାଭ ଖାଉଥିଲା ସମ୍ପୃକ୍ତ ଅଭିଯୁକ୍ତ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ପୋଲିସ ଥାନା ଅର୍ନ୍ତଗତ ଧୋବଣିଶୋଳ ଗ୍ରାମରୁ ଜବତ ହୋଇଛି ଲାଇସେନ୍ସ ପ୍ରାପ୍ତ ଗୁଳି ଓ ବନ୍ଧୁକ । ଏକ କେସରୁ ତିନୋଟି ଶିକାରୀଙ୍କ ବୟାନକୁ ଆଧାର କରି ଆଜି ଅପରାହ୍ନ ୪ଟା ୩୦ସମୟରେ ବାଙ୍ଗିରିପୋଷି ପୋଲିସ ଅଭିଯୁକ୍ତଙ୍କ ଘରେ ଚଢାଉ କରିଥିଲା। ଅଭିଯୁକ୍ତଙ୍କ ବୟାନ ଅନୁସାରେ ୩୫ ଟି କିଣା ରସିଦରେ ୯୫୪ ଟି ବେଆଇନ ଗୁଳି କ୍ରୟ ହୋଇଛି। ଲାଇସେନ୍ସ ଥିବା ବନ୍ଧୁକର ମାଲିକ ଅଭିଯୁକ୍ତ ଜଣକୁ ଗିରଫ କରିଛି ବାଙ୍ଗିରିପୋଷି ପୋଲିସ। ବନ୍ଧୁକ ଓ ବେଆଇନ ଗୁଳି ସପ୍ଲାଏ ଅଧୀନରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଲାଇଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଚିତ୍ତରଞ୍ଜନ ଗିରି। ଚିତ୍ତରଞ୍ଜନ ଗିରି ଆଗରୁ ଏକ ବ୍ୟାଙ୍କରେ ସିକ୍ୟୁରିଟି ଭାବେ କାମ କରୁଥିଲେ । ସେ ୨୦୧୬ ମସିହାରୁ ଗୁଳି କିଣି ଜଙ୍ଗଲରେ ପଶୁ ଶିକାର କରୁଥିବା ଶିକାରୀ ମାନଙ୍କୁ ବିକ୍ରି କରୁଥିବା ବାଙ୍ଗିରପୋଷି ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।
ବଡ଼ପାଟଣା ପଞ୍ଚାୟତକୁ ଆଇଏସଓ ମାନ୍ୟତା ନେଇ ଅନୁଧ୍ୟାନ କଲେ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ