୪୦ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ

ଖଜୁରୀପଡ଼ା ୦୪/୦୩( ବିଦୁର ବେହେରା)ଜିଲ୍ଲା  ଅବକାରୀ  ଭ୍ରାମ୍ୟମାଣ ଗାଡ଼ି  ଫୁଲବାଣୀ ପକ୍ଷରୁ ମଙ୍ଗଳବାର ଦିନ ରାଣୀ ପଥର ଘାଟିରେ  ପଟ୍ରୋଲିଂ କରୁଥିବା ବେଳେ କିଛି ଗାଡ଼ିକୁ ସନ୍ଦେହ ହେବାରୁ ଅଟକାଇ ଗାଡ଼ି ଯାଞ୍ଚ କରିବାରୁ ସେଥିରୁ ୪୦ କିଲୋ ଗଞ୍ଜେଇ ଜବତ ହୋଇଛି ଏବଂ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଓଡ଼ି ୦୫ ବିଟି ୦୯୧୨ ଗାଡ଼ିରେ ଫୁଲବାଣୀରୁ ବୌଦ୍ଧ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାରୁ ଉକ୍ତ […] The post ୪୦ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ appeared first on Dharitri Odia News.

୪୦ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ
ଖଜୁରୀପଡ଼ା ୦୪/୦୩( ବିଦୁର ବେହେରା)ଜିଲ୍ଲା  ଅବକାରୀ  ଭ୍ରାମ୍ୟମାଣ ଗାଡ଼ି  ଫୁଲବାଣୀ ପକ୍ଷରୁ ମଙ୍ଗଳବାର ଦିନ ରାଣୀ ପଥର ଘାଟିରେ  ପଟ୍ରୋଲିଂ କରୁଥିବା ବେଳେ କିଛି ଗାଡ଼ିକୁ ସନ୍ଦେହ ହେବାରୁ ଅଟକାଇ ଗାଡ଼ି ଯାଞ୍ଚ କରିବାରୁ ସେଥିରୁ ୪୦ କିଲୋ ଗଞ୍ଜେଇ ଜବତ ହୋଇଛି ଏବଂ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।
ସୂଚନା ପ୍ରକାରେ ଓଡ଼ି ୦୫ ବିଟି ୦୯୧୨ ଗାଡ଼ିରେ ଫୁଲବାଣୀରୁ ବୌଦ୍ଧ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାରୁ ଉକ୍ତ ଗାଡ଼ି କୁ ଯାଞ୍ଚ କରାଯିବାରୁ ସେଥିରୁ ୪୦ କିଲୋ ଗଞ୍ଜେଇ ଅବକାରୀ ବିଭାଗ ଜବତ କରିଛି ।ଗାଡ଼ିରେ ଥିବା ଦୁଇ ଜଣ ବ୍ୟକ୍ତି ଫେରାର ହୋଇଛନ୍ତି ।ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ସୁରକ୍ଷା ଦେବା ପାଇଁ ଯାଉଥିବା ଗାଡ଼ି ଓଡ଼ି ୦୨ ଡିଏ ୦୮୨୫ ଗାଡ଼ିକୁ ମଧ୍ୟ ଜବତ କରିଛି ଏବଂ ମୂଳ ସୁବଳିଆ ଗ୍ରାମର ସାନନ୍ଦ ନାୟକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏନେଇ ଅବକାରୀ ବିଭାଗ ୩୦୦/୨୪-୨୫ ମାମଲା ରୁଜୁ କରିଥିବା ଅବକାରୀ ବିଭାଗର ସବନିସ୍ପେକ୍ଟର ଭବାନୀ ଶଙ୍କର ସେଠୀ ସୂଚନା ଦେଇଛନ୍ତି।

The post ୪୦ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ appeared first on Dharitri Odia News.