୪୦ ଡିଗ୍ରୀ ଛୁଇଁବ ତାପମାତ୍ରା, ଡହ ଡହ ଖରା ସାଙ୍ଗକୁ ହେବ ପ୍ରବଳ ତାତି
ଭୁବନେଶ୍ୱର ୧୨।୦୩ : ସୋମବାର ଭୁବନେଶ୍ୱରର ତାପମାତ୍ରା ୩୫ ଡିଗ୍ରୀ ଥିଲା । ମଙ୍ଗଳବାର ୩୭ ଡିଗ୍ରୀ ରହିଛି । ଦିନକରେ ପାଖାପାଖି ୨ ଡିଗ୍ରୀ ବଢ଼ିଛି । ପାରଳାଖେମୁଣ୍ଡିରେ ୩୫.୬ ଡିଗ୍ରୀ ଥିଲା । ମଙ୍ଗଳବାର ୩୮ ଡିଗ୍ରୀ ଟପିଯାଇଛି । ସୋମବାର ତୁଳନାରେ ବଲାଙ୍ଗୀରରେ ପ୍ରାୟ ଦେଢ଼ ଡିଗ୍ରୀ ତାପମାତ୍ରା ବଢ଼ିଛି । ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିଛି । ଦିନବେଳା ଡହ ଡହ ଖରା ସାଙ୍ଗକୁ ପ୍ରବଳ ତାତି ଅନୁଭୂତ ହୋଇଛି । ଆସନ୍ତା ଦୁଇ ଦିନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିପାରେ । ବୁଧବାର ବୌଦ୍ଧରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଖୋର୍ଦ୍ଧା, ଭବାନୀପାଟଣା, ଟିଟିଲାଗଡ଼, ସୋନପୁର ଓ ମାଲକାନଗିରିରେ ତାତି ୩୯ ଡିଗ୍ରୀ ଛୁଇଁପାରେ। ରାଜଧାନୀରେ ୩୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର ଭବାନୀପାଟଣାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି ।ମଙ୍ଗଳବାର ୨୬ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୮.୧ ଡିଗ୍ରୀ ଥିଲ
ଭୁବନେଶ୍ୱର ୧୨।୦୩ : ସୋମବାର ଭୁବନେଶ୍ୱରର ତାପମାତ୍ରା ୩୫ ଡିଗ୍ରୀ ଥିଲା । ମଙ୍ଗଳବାର ୩୭ ଡିଗ୍ରୀ ରହିଛି । ଦିନକରେ ପାଖାପାଖି ୨ ଡିଗ୍ରୀ ବଢ଼ିଛି । ପାରଳାଖେମୁଣ୍ଡିରେ ୩୫.୬ ଡିଗ୍ରୀ ଥିଲା । ମଙ୍ଗଳବାର ୩୮ ଡିଗ୍ରୀ ଟପିଯାଇଛି । ସୋମବାର ତୁଳନାରେ ବଲାଙ୍ଗୀରରେ ପ୍ରାୟ ଦେଢ଼ ଡିଗ୍ରୀ ତାପମାତ୍ରା ବଢ଼ିଛି । ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିଛି । ଦିନବେଳା ଡହ ଡହ ଖରା ସାଙ୍ଗକୁ ପ୍ରବଳ ତାତି ଅନୁଭୂତ ହୋଇଛି । ଆସନ୍ତା ଦୁଇ ଦିନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିପାରେ । ବୁଧବାର ବୌଦ୍ଧରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଖୋର୍ଦ୍ଧା, ଭବାନୀପାଟଣା, ଟିଟିଲାଗଡ଼, ସୋନପୁର ଓ ମାଲକାନଗିରିରେ ତାତି ୩୯ ଡିଗ୍ରୀ ଛୁଇଁପାରେ। ରାଜଧାନୀରେ ୩୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର ଭବାନୀପାଟଣାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି ।
ମଙ୍ଗଳବାର ୨୬ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୮.୧ ଡିଗ୍ରୀ ଥିଲା । ବୌଦ୍ଧ, ଟିଟିଲାଗଡ଼ ଓ ବଲାଙ୍ଗୀରରେ ୩୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତାଳଚେରରେ ୩୭.୪, ଭବାନୀପାଟଣାରେ ୩୭.୮, ନୟାଗଡ଼ରେ ୩୭.୫, ଭୁବନେଶ୍ୱର, ଢେଙ୍କାନାଳ ଓ ମାଲକାନଗିରିରେ ୩୭ ଡିଗ୍ରୀ ରେକର୍ଡ ହୋଇଛି ।
ତେବେ ଖାଲି ଦିନ ତାପମାତ୍ରା ନୁହେଁ, ରାତି ତାପମାତ୍ରା ବି ବଢ଼ିଯିବ । ରାତିରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ଆକଳନ କରିଛି । ଫଳରେ ଆସନ୍ତା ଦୁଇ ଦିନ ଯାଏ ରାତିରେ ଆହୁରି ଗରମ ଅନୁଭୂତ ହେବ । ୧୫ ତାରିଖ ପରେ ଦିନ ତାପମାତ୍ରା କମିବ । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଯିବ । କାଳବୈଶାଖୀ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ହାଲୁକା ବର୍ଷା ସମ୍ଭାବନା ଅଛି । ୧୬ ଓ ୧୭ ତାରିଖରେ ବି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୫ରୁ ଦିନ ତାପମାତ୍ରା କମିବା ସହ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।