୪୦୦୦ ବର୍ଷ ପୂର୍ବର ଲିପ୍ଷ୍ଟିକ୍ !
ମେକ୍ଅପ୍ର କଥା ଆସିଲେ ଲିପ୍ଷ୍ଟିକ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ମ୍ୟାଟ୍, କ୍ରିମି, ଲିକୁଇଡ୍ ଆଦି ବିଭିନ୍ନ ପ୍ରକାରର ଲିପ୍ଷ୍ଟିକ୍ ବଜାରରେ ଉପଲବ୍ଧ ହୋଇଥାଏ । ହେଲେ ପ୍ରାଚୀନ ସମୟରେ ଲିପ୍ଷ୍ଟିକ୍ କିଭଳି ଥିଲା, ଏହି ପ୍ରସଙ୍ଗରେ ପ୍ରନିତତ୍ତ୍ୱବିଦ୍ଙ୍କ ଗବେଷଣା ପରେ ପ୍ରାୟ ୪୦୦୦ ବର୍ଷ ତଳର ପୁରୁଣା ଲିପ୍ଷ୍ଟିକ୍ର ସନ୍ଧାନ କରାଯାଇଛି । ପ୍ରାଚୀନ ସମୟରେ ଏହି ଲିପ୍ଷ୍ଟିକ୍ ଦ୍ୱାରା ହିଁ ମହିଳାମାନେ ମେକ୍ଅପ୍ କରୁଥିଲେ । ଇରାନର ଜିରାଫଫ କ୍ଷେତ୍ରରେ ଗବେଷକମାନଙ୍କୁଏକ ଗାଢ୍ ଲାଲ୍ […]

ମେକ୍ଅପ୍ର କଥା ଆସିଲେ ଲିପ୍ଷ୍ଟିକ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ମ୍ୟାଟ୍, କ୍ରିମି, ଲିକୁଇଡ୍ ଆଦି ବିଭିନ୍ନ ପ୍ରକାରର ଲିପ୍ଷ୍ଟିକ୍ ବଜାରରେ ଉପଲବ୍ଧ ହୋଇଥାଏ । ହେଲେ ପ୍ରାଚୀନ ସମୟରେ ଲିପ୍ଷ୍ଟିକ୍ କିଭଳି ଥିଲା, ଏହି ପ୍ରସଙ୍ଗରେ ପ୍ରନିତତ୍ତ୍ୱବିଦ୍ଙ୍କ ଗବେଷଣା ପରେ ପ୍ରାୟ ୪୦୦୦ ବର୍ଷ ତଳର ପୁରୁଣା ଲିପ୍ଷ୍ଟିକ୍ର ସନ୍ଧାନ କରାଯାଇଛି । ପ୍ରାଚୀନ ସମୟରେ ଏହି ଲିପ୍ଷ୍ଟିକ୍ ଦ୍ୱାରା ହିଁ ମହିଳାମାନେ ମେକ୍ଅପ୍ କରୁଥିଲେ । ଇରାନର ଜିରାଫଫ କ୍ଷେତ୍ରରେ ଗବେଷକମାନଙ୍କୁଏକ ଗାଢ୍ ଲାଲ୍ ପେଷ୍ଟ୍ର ଏକ ଛୋଟିଆ ବୋତଲ ମିଳିଛି । ପୂର୍ବରୁ ଏହାକୁ ସାମାନ୍ୟ ବୋଲି କୁହାଯାଉଥିଲା, କିନ୍ତୁ ଅଧିକ ଗବେଷଣା କରାଯିବା ପରେ ଏହା ପ୍ରାୟ ୪୦୦୦ ବର୍ଷ ପୂର୍ବର ଲିପ୍ଷ୍ଟିକ୍ ବୋଲି କୁହାଯାଉଛି । ରିପୋର୍ଟ ମୁତାବକ, ୨୦୦୧ରେ ଦକ୍ଷିଣପୂର୍ବ ଇରାନ୍ର ଅନେକ ଅଂଶରେ ବନ୍ୟା ଆସିଥିଲା । ଯାହାଫଳରେ କେତେକ ପ୍ରାଚୀନ କବ୍ରିସ୍ତାନ ମଧ୍ୟରୁ ଅବଶେଷଗୁଡ଼ିକ ବନ୍ୟାରେ ଭାସିଆସିଥିଲା ଏବଂ ଲୁଟେରାମାନେ ସବୁକିଛି ଲୁଟ୍କରି ନେଇଯାଇଥିଲେ । ସେହି ସମୟରେ ହିଁ ଏହି ବୋତଲ ମିଳିଥିଲା ବୋଲି ମେସୋପଟାମିଆ ଇତିହାସରେ ବର୍ଣ୍ଣିତ ରହିଛି । ହେଲେ ସେତେବେଳେ ଏହି ବୋତଲକୁ ଏକ ପ୍ରାଚୀନ ସଭ୍ୟତାର ଅଂଶବିଶେଷ ବୋଲି ମନେ କରାଯାଇ ଜିରାଫଫର ସଂଗ୍ରହାଳୟରେ ରଖାଯାଇଥିଲା । ମାତ୍ର ବର୍ତ୍ତମାନ ପ୍ରନିତତ୍ତ୍ୱବିଦ୍ମାନେ ଏହି ବୋତଲକୁ ନେଇ ଗବେଷଣା କରିବା ପରେ ଏହା ଏକ ପୁରାତନ ଲିପ୍ଷ୍ଟିକ୍ ବୋଲି ଜଣାପଡ଼ିଛି । ସେହି ସମୟରେ ପ୍ରାକୃତିକ ଉପାଦାନରୁ ହିଁ ବିଭିନ୍ନ ପ୍ରସାଦାନ ସାମଗ୍ରୀ ତିଆରି କରାଯାଉଥିଲା । ସେହିପରି ହେମେଟାଇଟ୍, ମାଙ୍ଗାନିଜ୍, ବ୍ରୁନାଇଟ୍, ଗାଲେନା ଭଳି ଲାଲ୍ ରଙ୍ଗର ମିନେରାଲ୍ ବ୍ୟବହାର କରାଯାଇ ଏହି ଲିପ୍ଷ୍ଟିକ୍କୁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି । ଏହି ପୁରୁଣା ଲିପ୍ଷ୍ଟିକ୍ଟି ବର୍ତ୍ତମାନର ଲିପ୍ଷ୍ଟିକ୍ ସହିତ ଅନେକାଂଶରେ ମିଶୁଛି ବୋଲି ପ୍ରନିତତ୍ତ୍ୱବିଦ୍ମାନେ କହିଛନ୍ତି । ସେମାନଙ୍କ କହିବା ମୁତାବକ, ବୋତଲର ମୋଟେଇ ଓ ଆକାର କାରଣରୁ ଏହାକୁ ସହଜରେ ବ୍ୟବହାର କରାଯାଉଥିଲା । ତେବେ ଏଯାବତ୍ ମଧ୍ୟ ଲିପ୍ଷ୍ଟିକ୍ କେବେ ଓ କେଉଁଠି ପ୍ରଥମେ ତିଆରି କରାଯାଇଥିଲା ତାହା ଦ୍ୱନ୍ଦରେ ରହିଛି । ତଥାପି ବୈଜ୍ଞାନିକଙ୍କ କହିବା ଅନୁସାରେ ଇରାନର ଏହି ପ୍ରାଚୀନ ଲିପ୍ଷ୍ଟିକ୍ଟି ପ୍ରସାଦାନ ସାମଗ୍ରୀର ଦୀର୍ଘକାଳୀନ ପରମ୍ପରାକୁ ଦର୍ଶାଉଛି । ଯାହାକୁ ବ୍ୟବହାର କରାଯାଇ ମହିଳାମାନେ ନିଜକୁ ସଜାଉଥିଲେ ।