ପ୍ରେମ ପାଇଁ ସ୍ତ୍ରୀ କୁ ଆନାସ୍ଥେସିଆ ଦେଇ ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ମାତ୍ରାଧିକ ଆନାସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ୨ ଜଣ ପ୍ରେମିକାଙ୍କ ପାଇଁ ଏହି ଜଘନ୍ୟ କାଣ୍ଡ ଘଟାଇଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଭରତପୁର ଥାନା କଳିଙ୍ଗ ନଗର ଅଞ୍ଚଳରେ । ବୁଧୁବାର ସ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ଘଟଣାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ୨ ପ୍ରେମିକା ସହ ହତ୍ୟାକାରୀ ସ୍ୱାମୀଙ୍କୁ ଗିରଫ କରିଛି ଭରତପୁର […]

ପ୍ରେମ ପାଇଁ ସ୍ତ୍ରୀ କୁ ଆନାସ୍ଥେସିଆ ଦେଇ ହତ୍ୟା
ପ୍ରେମ ପାଇଁ ସ୍ତ୍ରୀ କୁ ଆନାସ୍ଥେସିଆ ଦେଇ ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ମାତ୍ରାଧିକ ଆନାସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ୨ ଜଣ ପ୍ରେମିକାଙ୍କ ପାଇଁ ଏହି ଜଘନ୍ୟ କାଣ୍ଡ ଘଟାଇଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଭରତପୁର ଥାନା କଳିଙ୍ଗ ନଗର ଅଞ୍ଚଳରେ । ବୁଧୁବାର ସ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ଘଟଣାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ୨ ପ୍ରେମିକା ସହ ହତ୍ୟାକାରୀ ସ୍ୱାମୀଙ୍କୁ ଗିରଫ କରିଛି ଭରତପୁର ପୁଲିସ ।

ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ଦ୍ୟୁମ୍ନ କୁମର ଗତ ୪ ବର୍ଷ ପୂର୍ବରୁ ଖୋର୍ଦ୍ଧା ଅଞ୍ଚଳର ଶୁଭଶ୍ରୀ ନାଏକଙ୍କୁ ପ୍ରେମ ବିବାହ କରିଥିଲେ । ପ୍ରଦ୍ୟୁମ୍ନ କଳିଙ୍ଗ ନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଫାର୍ମାସିଷ୍ଟ ଭାବରେ କାମ କରୁଥିଲେ । ସବୁକିଛି ଠିକ ଠାକ ଚାଲୁଥିବାବେଳେ ଉକ୍ତ ହସ୍ପିଟାଲରେ କାମ କରୁଥିବା ଅନ୍ୟ ୨ ଜଣ ନର୍ସିଂ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ପ୍ରଦ୍ୟୁମ୍ନ । ଏହାକୁ ନେଇ ଉଭୟ ପ୍ରଦ୍ୟୁମ୍ନ ଏବଂ ଶୁଭଶ୍ରୀଙ୍କ ପାରିବାରିକ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ପ୍ରଦ୍ୟୁମ୍ନ ବାରମ୍ବାର ଶୁଭଶ୍ରୀଙ୍କୁ ମାରଧର କରୁଥିଲା । ଏପରିକି ତାଙ୍କୁ ଅନେକ ଥର ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିଲା ପ୍ରଦ୍ୟୁମ୍ନ । ଏଥିରେ ଅତିଷ୍ଠ ହୋଇ ଶୁଭଶ୍ରୀ ଗତ ୬ ମାସ ହେବ ଖୋର୍ଦ୍ଧା ବିଜେବି ନଗର ସ୍ଥିତ ନିଜ ବାପ ଘରକୁ ପଳାଇ ଆସିଥିଲେ । ତେବେ ୨୭ ଅକ୍ଟୋବର ରେ ପ୍ରଦ୍ୟୁମ୍ନ ସେଠାରେ ପହଞ୍ଚି ଶ୍ୱଶୁର ଘର ଲୋକଙ୍କୁ ବୁଝା ସୁଝା କରିବାରୁ,ଝିଅ ଜୀବନ ପ୍ରତି ବିପଦ ଥିବା ନେଇ ଜଣେ ଆଇନଜୀବୀଙ୍କ ନିକଟରେ ଲେଖାପଢା କରି ସାକ୍ଷୀମାନଙ୍କ ଉପସ୍ଥିତିରେ ଝିଅକୁ ଛାଡ଼ିଥିଲେ ବାପଘର ଲୋକେ ।

ଏହାପରେ ୨୮ ତାରିଖ ଦ୍ବିପହର ସମୟରେ ଶୁଭଶ୍ରୀଙ୍କ ମାଆ ଝିଅଙ୍କୁ ଫୋନ୍ କରିବାରୁ ଦୁଇ ଜଣ ଯୁବତୀ ଫୋନ୍ ଉଠାଇଥିଲେ। ଶୁଭଶ୍ରୀଙ୍କ ଦେହ ଅସୁସ୍ଥ ଥିବାରୁ ସେମାନେ କ୍ୟାପିଟାଲ ହସ୍ପିଟାଲକୁ ଯାଉଛନ୍ତି ବୋଲି ତପସ୍ବିନୀଙ୍କୁ କହିଥିଲେ। ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ବେଳକୁ ଶୁଭଶ୍ରୀଙ୍କର ମୃତ୍ୟୁ ହୋଇ ସାରିଥିଲା । ଶୁଭଶ୍ରୀଙ୍କ ନାକରୁ ରକ୍ତ ବାହାରୁଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିବା ସହିତ ହାତରେ ଇଞ୍ଜେକ୍ସନ ସିରିଞ୍ଜର ଚିହ୍ନ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ଯୁବତୀ ଦୁଇଜଣ ଶୁଭଶ୍ରୀଙ୍କୁ କେଉଁଠାରୁ ଆଣିଲେ ସେନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ତେବେ ଏହି ଘଟଣାରେ ଶୁଭଶ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରଦ୍ୟୁମ୍ନ ସଫେଇ ଦେଇଥିଲେ । ଫଳରେ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା । ଭରତପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ ପରିବାର ଲୋକେ ।

ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ପରେ ରିପୋର୍ଟରେ ଆସିଥିଲା ସାଙ୍ଘାତିକ ତଥ୍ୟ । ଶୁଭଶ୍ରୀଙ୍କୁ ଦିଆଯାଇଥିଲା ଆନାସ୍ଥେସିଆ ଓଭରଡୋଜ । ପ୍ରଦ୍ୟୁମ୍ନ ଫାର୍ମାସିଷ୍ଟ ଥିବାରୁ କେତେ ମାତ୍ରାରେ ଆନାସ୍ଥେସିଆ ଦିଆଗଲେ ପ୍ରାଣଘାତକ ହେବ ଜାଣିଥିଲା ଏବଂ ଏହି କାମରେ ତାଙ୍କୁ ସହଯୋଗ କରିଥିଲେ ୨ ପ୍ରେମିକା । ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିଲା । ପୋଲିସ ୨ ଯୁବତୀଙ୍କ ସମେତ ସ୍ଵାମୀ ପ୍ରଦ୍ୟୁମ୍ନଙ୍କୁ ଗିରଫ କରିଛି । ଗିରଫ ପରେ ପ୍ରଦ୍ୟୁମ୍ନ ପୋଲିସ ନିକଟରେ ସତ ମାନିଥିବା କହିଛନ୍ତି ଡିସିପି ପିନାକ ମିଶ୍ର । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ଭରତପୁର ଥାନା ପୋଲିସ ।