୪୦୬୭ କୋଟି ଟଙ୍କାର ୨୨ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ
ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ୱାରିକ୍ଲିନ୍ ଏନର୍ଜି ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ତା’ର ଇଲୋକ୍ଟ୍ରୋଲାଇଜର ଉତ୍ପାଦନ କାରଖାନା ସ୍ଥାପନ କରିବ। ଯେଉଁଥିରେ ୪୩୫କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ଅଟକଳ କରାଯାଇଛି ।
ରାଜ୍ୟରେ ଆଉ ୪୦୬୬.୭୧ କୋଟି ଟଙ୍କାର ୨୨ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଅନୁମୋଦନ ମିଳିଛି। ଏହି ପୁଞ୍ଜିନିବେଶ ଦ୍ୱାରା ରାଜ୍ୟରେ ଅତିରିକ୍ତ ୨୫୫୨୫ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ସମସ୍ତ ୨୨ଟି ପ୍ରକଳ୍ପ ରାଜ୍ୟର ୧୨ଟି ଜିଲ୍ଲାରେ ସ୍ଥାପନ ହେବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଅର୍ଥନୀତିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଅକ୍ଷୟ ଶକ୍ତି ଉପକରଣ, ରସାୟନିକ, ବୟନ ଓ ପୋଷାକ, ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍, ଆଲୁମିନିୟମ ଡାଉନଷ୍ଟ୍ରିମ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି ଭିତ୍ତିଭୂମି ଓ ଲଜିଷ୍ଟିକ ଆଦି କ୍ଷେତ୍ରରେ ଏହି ପ୍ରକଳ୍ପ ସ୍ଥାପନ ହେବ ।
ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ୱାରିକ୍ଲିନ୍ ଏନର୍ଜି ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ତା’ର ଇଲୋକ୍ଟ୍ରୋଲାଇଜର ଉତ୍ପାଦନ କାରଖାନା ସ୍ଥାପନ କରିବ। ଯେଉଁଥିରେ ୪୩୫କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ଅଟକଳ କରାଯାଇଛି । ସେହିପରି ବାଲେଶ୍ୱରର ଶାଲିମାର ପେଂଟସ୍ ଲିମିଟେଡ୍ ୧୩୫କୋଟି ଟଙ୍କା ବିନିଯୋଗରେ ବାର୍ନିସ୍ ରଙ୍ଗ ଓ ଏହାର ପ୍ରୟୋଗାତ୍ମକ ଉତ୍ପାଦ ପ୍ରକଳ୍ପ ନିର୍ମାଣ କରିବ । ଏହାଦ୍ୱାରା ୨୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ରିଲାଏନ୍ସ ବାୟୋ ଏନର୍ଜିଂ ଲିମିଟେଡ୍ ଦ୍ୱାରା ଢେଙ୍କାନାଳ ଓ କଟକରେ ବାୟୋଗ୍ୟାସ୍, ଫର୍ମେଣ୍ଟେଡ୍ ଅର୍ଗାନିକ ସାର ଆଦି କ୍ଷେତ୍ରରେ ୨୪୨.୪୨କୋଟି ଟଙ୍କା ବିନିଯୋଗ କରି ୨ଟି ପ୍ରକଳ୍ପ ନିର୍ମାଣ କରିବ । ଏଥିରେ ମୋଟ ୧୩୮ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଓଏଫ ବିଟେକ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଖୋର୍ଦ୍ଧାରେ ସବୁ ବର୍ଗର ଲୋକଙ୍କ ପାଇଁ ପୋଷାକ ଓ ଚମଡ଼ା ଉତ୍ପାଦ ପାଇଁ ୮୫୭କୋଟି ଟଙ୍କା ବିନିଯୋଗରେ ଏକ ପ୍ରକଳ୍ପ ନିର୍ମାଣ ହେବ । ଯେଉଁଥିରେ ୧୫ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି ।