୪୭ ବର୍ଷର ରେକର୍ଡ ଭାଙ୍ଗିଦେଲେ ଜସପ୍ରୀତ ବୁମ୍‌ରା

ସିଡନୀ,୪।୧୨: ଜସପ୍ରୀତ ବୁମ୍‌ରା କ୍ରିକେଟରେ ତାଙ୍କ ନାମରେ ଆଉ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଖେଳାଯାଇଥିବା କୌଣସି ଟେଷ୍ଟ ସିରିଜରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହୋଇପାରିଛନ୍ତି। ସେ ସ୍ପିନ ବୋଲିଂରେ ଭାରତୀୟ କିମ୍ବଦନ୍ତୀ ବିଶନ ସିଂ ବେଦୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ସିଡନୀ ଟେଷ୍ଟ ଆରମ୍ଭ ପୂର୍ବରୁ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ୩୦ ଉଇକେଟ ନେଇଥିଲେ ଏବଂ ବର୍ତ୍ତମାନ ୨ ଉଇକେଟ ନେଇ ସେ ଏକ ଐତିହାସିକ ସଫଳତା […] The post ୪୭ ବର୍ଷର ରେକର୍ଡ ଭାଙ୍ଗିଦେଲେ ଜସପ୍ରୀତ ବୁମ୍‌ରା appeared first on Dharitri Odia News.

୪୭ ବର୍ଷର ରେକର୍ଡ ଭାଙ୍ଗିଦେଲେ ଜସପ୍ରୀତ ବୁମ୍‌ରା

ସିଡନୀ,୪।୧୨: ଜସପ୍ରୀତ ବୁମ୍‌ରା କ୍ରିକେଟରେ ତାଙ୍କ ନାମରେ ଆଉ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଖେଳାଯାଇଥିବା କୌଣସି ଟେଷ୍ଟ ସିରିଜରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହୋଇପାରିଛନ୍ତି। ସେ ସ୍ପିନ ବୋଲିଂରେ ଭାରତୀୟ କିମ୍ବଦନ୍ତୀ ବିଶନ ସିଂ ବେଦୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ସିଡନୀ ଟେଷ୍ଟ ଆରମ୍ଭ ପୂର୍ବରୁ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ୩୦ ଉଇକେଟ ନେଇଥିଲେ ଏବଂ ବର୍ତ୍ତମାନ ୨ ଉଇକେଟ ନେଇ ସେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି।

୧୯୭୭-୭୮ ସିରିଜରେ ବିଶନ ସିଂ ବେଦୀ ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୩୧ ଉଇକେଟ ନେଇଥିଲେ। ୪୭ ବର୍ଷ ପରେ ବୁମ୍‌ରାଙ୍କ ଦ୍ୱାରା ସେହି ରେକର୍ଡ ଭାଙ୍ଗି ଯାଇଛି। ସିଡନୀ ଟେଷ୍ଟର ପ୍ରଥମ ଦିନରେ ଉସମାନ ଖ୍ବାଜାଙ୍କ ଉଇକେଟ ନେଇ ସେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ନିଜର ୩୧ତମ ଉଇକେଟ ନେଇଥିଲେ। ଦ୍ୱିତୀୟ ଦିନ ଆରମ୍ଭରେ ସେ ମାର୍ନସ ଲାବୁସାଗ୍ନେଙ୍କୁ ଆଉଟ୍‌ କରି ସିରିଜର ୩୨ତମ ୱିକେଟ ନେଇଥିଲେ।

ଅଷ୍ଟ୍ରେଲିଆରେ ଏକ ସିରିଜରେ ଭାରତ ପାଇଁ ସର୍ବାଧିକ ଉଇକେଟ
ଜସପ୍ରୀତ ବମ୍‌ରା – ୩୨ ଉଇକେଟ (୨୦୨୪-୨୫)

ବିଶ୍ୱ ସିଂ ବେଦୀ – ୩୧ ଉଇକେଟ (୧୯୭୭-୭୮)

ବି.ଏସ ଚନ୍ଦ୍ରଶେଖର – ୨୮ ଉଇକେଟ (୧୯୭୭-୭୮)

ଇଏଏସ୍‌ ପ୍ରସନ୍ନ – ୨୫ ଉଇକେଟ (୧୯୬୭-୬୮)

କପିଲ ଦେବ – ୨୫ ଉଇକେଟ (୧୯୯୧-୯୨)

ଚଳିତ ସିରିଜରେ ଚାରୋଟି ମ୍ୟାଚ ସମାପ୍ତ ହେବା ପରେ ଅଷ୍ଟ୍ରେଲିଆ ୨-୧ରେ ଆଗୁଆ ରହିଛି। ବର୍ତ୍ତମାନ ପଞ୍ଚମ ଟେଷ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଟିମ ଇଣ୍ଡିଆ ଏହି ମ୍ୟାଚ ହାରିଯାଏ ତେବେ ଏହା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ ନାହିଁ।

The post ୪୭ ବର୍ଷର ରେକର୍ଡ ଭାଙ୍ଗିଦେଲେ ଜସପ୍ରୀତ ବୁମ୍‌ରା appeared first on Dharitri Odia News.