୪୯ ବର୍ଷ ବୟସରେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି ଅମିଶା
ମୁମ୍ବାଇ: ଫିଲ୍ମ ଗଦର-୨ର ସଫଳତା ପରଠାରୁ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଖଉବ ଚର୍ଚ୍ଚାରେ ଅଛନ୍ତି। ଗଦର ୨ ପରେ ଅଭିନେତ୍ରୀ ସବୁଠି ଛାଇ ହୋଇ ରହିଛନ୍ତି। ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଥାଆନ୍ତି ଏବଂ ତାଙ୍କ ଫଲୋୟର୍ସଙ୍କ ପାଇଁ କିଛି ନା କିଛି ଶେୟାର କରୁଥାଆନ୍ତି। ଆସ୍କ ମି ସେସନ ଜରିଆରେ ଅମିଶା ପ୍ରଶଂସକଙ୍କ ସହ କଥାବାର୍ତ୍ତା କରନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କୁ ତାଙ୍କ […] The post ୪୯ ବର୍ଷ ବୟସରେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି ଅମିଶା appeared first on Dharitri Odia News.
ମୁମ୍ବାଇ: ଫିଲ୍ମ ଗଦର-୨ର ସଫଳତା ପରଠାରୁ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଖଉବ ଚର୍ଚ୍ଚାରେ ଅଛନ୍ତି। ଗଦର ୨ ପରେ ଅଭିନେତ୍ରୀ ସବୁଠି ଛାଇ ହୋଇ ରହିଛନ୍ତି। ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଥାଆନ୍ତି ଏବଂ ତାଙ୍କ ଫଲୋୟର୍ସଙ୍କ ପାଇଁ କିଛି ନା କିଛି ଶେୟାର କରୁଥାଆନ୍ତି। ଆସ୍କ ମି ସେସନ ଜରିଆରେ ଅମିଶା ପ୍ରଶଂସକଙ୍କ ସହ କଥାବାର୍ତ୍ତା କରନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କୁ ତାଙ୍କ ବିବାହ ଯୋଜନା ବିଷୟରେ କହିଥିଲେ।
ଜଣେ ୟୁଜର ଅମିଶାଙ୍କୁ ପଚାରିଥିଲେ ଯେ ତାଙ୍କୁ ୪୯ବର୍ଷ, ସେ ବିବାହ କରିବାର କୌଣସି ଯୋଜନା ଅଛି କି? ଅମିଶା ଏହି ପ୍ରଶ୍ନର ଉତ୍ତର ଅତି ମଜାଦାର ଅନ୍ଦାଜରେ ଦେଇଥିଲେ। ବଲିଉଡ ଭାଇଜାନ ସଲମାନ ଖାଁ ସିଙ୍ଗଲ ଥିବାରୁ ସେ ମଧ୍ୟ ତାଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ।
ଅମିଶା ଉତ୍ତର ଦେଲେ- ’ସଲମାନ ବିବାହିତ ନୁହଁନ୍ତି ଏବଂ ମୁଁ ବି ନୁହେଁ। ଆପଣ ଭାବୁଛନ୍ତି କି ଆମେ ବିବାହ କରିବା ଉଚିତ୍। ଆପଣଙ୍କର ଆମ ପାଇଁ କ’ଣ କି ପଏଣ୍ଟ ବିବାହ ନା ଫିଲ୍ମ ପ୍ରୋଜେକ୍ଟ? ଅମେଶା ଆହୁରି ଲେଖିଛନ୍ତି- ମୁଁ ବିବାହ କରିବାକୁ ବହୁତ ଦିନ ଧରି ପ୍ରସ୍ତୁତ ଅଛି, ହେଲେ ପୁଅଟିଏ ମିଳୁନାହିଁ।
ଅମିଶା ପଟେଲଙ୍କ ଗଦର ୨ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଛି। ଏହି ମୁଭିଟି ୬୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା। ଏଥିରେ ତାରା ସିଂ ଏବଂ ସକିନାଙ୍କ ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ। ଗଦର ୨ ର ସଫଳତା ପରେ ପ୍ରଶଂସକମାନେ ବର୍ତ୍ତମାନ ଗଦର-୩କୁ ଅପେକ୍ଷା କରିଛନ୍ତି। ଗଦର ପ୍ରଥମ ଭାଗର ୨୨ ବର୍ଷ ପରେ, ନିର୍ମାତାମାନେ ଏହାର ଦ୍ୱିତୀୟ ଭାଗ ଆଣିଲେ। ଯାହା ଏକ ସୁପରହିଟ ବୋଲି ପ୍ରମାଣିତ ହୋଇଥିଲା। ବିଶେଷ କଥା ହେଉଛି ଅମିଶା ପଟେଲ ମଧ୍ୟ ଗଦର ୩ର ଏକ ଅଂଶ ହେବେ। ଗଦର ୨ ହିଟ ହେବା ପରେ ନିର୍ମାତା ଏହାର ତୃତୀୟ ଭାଗ ଘୋଷଣା କରିଥିଲେ। ଗଦର-୨ ପରଠାରୁ ଅମିଶା କୌଣସି ପ୍ରୋଜେକ୍ଟରେ ଦେଖା ଦେଇନାହାଁନ୍ତି। ବର୍ତ୍ତମାନ ପ୍ରଶଂସକମାନେ ତାଙ୍କ ଆଗାମୀ ପ୍ରୋଜେକ୍ଟଗୁଡିକ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
The post ୪୯ ବର୍ଷ ବୟସରେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି ଅମିଶା appeared first on Dharitri Odia News.