୫ କୁଖ୍ୟାତ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ରାଶି

ମାଲକାନଗିରି: ତେଲେଙ୍ଗାନା ଭଦ୍ରାଦ୍ରୀ କୋତ୍ତାଗୂଡେମ ଜିଲ୍ଲାରେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ପାଞ୍ଚ ମାଓବାଦୀ। ସେମାନଙ୍କ ମଧ୍ୟରୁ ଚାରି ଜଣ ମାଓବାଦୀ ଏରିଆ କମିଟି କମିଟି ସଦସ୍ୟ ହୋଇଥିବାବେଳେ ଜଣେ ହାଡକୋର ମାଓବାଦୀ ରହିଛନ୍ତି । ତେଲେଙ୍ଗାନା ପୋଲିସ ଓ ୧୪୧ ବାଟାଲିୟନ ସିଆରପିଏଫ୍‌ ଅଧିକାରୀଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ ବିଜାପୁର ଜିଲ୍ଲାର ପୁନମ ପାକ୍ସି, ତେଲେଙ୍ଗାନା ଚାର୍ଲା ଅଞ୍ଚଳର ବେଟ୍ଟି ଦେବା, ଚେନ୍ନପୁରମ୍  ଗ୍ରାମର ମାଡାକମ୍ ଉଙ୍ଗି, ଛତିଶଗଡ ଏରାପାଲି ଗ୍ରାମର ରାଭା ସୋମା ଓ ଛତିଶଗଡ଼ ପାମେଡ଼ ଅଞ୍ଚଳର ମାଡଭି ଗାଙ୍ଗୀ । ପୁନେମ ପାକ୍ସି ମାଓ ସଂଗଠନରେ ୨୦୧୬ ମସିହାରେ ଯୋଗ ଦେଇଥିବାବେଳେ ତାଙ୍କ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର । ଭେଟ୍ଟି ଦେବ ୨୦୧୮ ମସିହାରେ ମାଓବାଦୀ ସଂଗଠନରେ ଯୋଗଦେଇଥିବା ବେଳେ ତାଙ୍କ ଉପରେ  ମଧ୍ୟ ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ ସରକାର। ମାଡାକମ୍ ଉଙ୍ଗୀ ୨୦୧୮ରେ ସିଏନଏମ୍‌ର ସଦସ୍ୟ ଭାବରେ ଯୋଗ ଦେଇଥିଲେ । ତାଙ୍କ ଉପରେ ୪ ଲକ୍ଷ ଟଙ୍କା ପୁରସ୍କାର ରହିଛି । ରାଭା ସୋମା ୨୦୧୦ରେ ବାଲା ସାଙ୍ଗହମର ସଦସ୍ୟ ଭାବେ ଯୋଗ ଦେଇଥିଲେ।ସୂଚନାଥାଉକି, ଶନିବାର ମାଲକାନଗିରି ପୋଲିସକୁ ମଧ୍ୟ ମିଳିଥିଲା ବଡ଼ ସଫଳତା । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ଗିରଫ ହୋଇଛନ୍ତି ତିନି ଜଣ ମହିଳା

୫ କୁଖ୍ୟାତ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ରାଶି

ମାଲକାନଗିରି: ତେଲେଙ୍ଗାନା ଭଦ୍ରାଦ୍ରୀ କୋତ୍ତାଗୂଡେମ ଜିଲ୍ଲାରେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ପାଞ୍ଚ ମାଓବାଦୀ। ସେମାନଙ୍କ ମଧ୍ୟରୁ ଚାରି ଜଣ ମାଓବାଦୀ ଏରିଆ କମିଟି କମିଟି ସଦସ୍ୟ ହୋଇଥିବାବେଳେ ଜଣେ ହାଡକୋର ମାଓବାଦୀ ରହିଛନ୍ତି । 

ତେଲେଙ୍ଗାନା ପୋଲିସ ଓ ୧୪୧ ବାଟାଲିୟନ ସିଆରପିଏଫ୍‌ ଅଧିକାରୀଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ ବିଜାପୁର ଜିଲ୍ଲାର ପୁନମ ପାକ୍ସି, ତେଲେଙ୍ଗାନା ଚାର୍ଲା ଅଞ୍ଚଳର ବେଟ୍ଟି ଦେବା, ଚେନ୍ନପୁରମ୍  ଗ୍ରାମର ମାଡାକମ୍ ଉଙ୍ଗି, ଛତିଶଗଡ ଏରାପାଲି ଗ୍ରାମର ରାଭା ସୋମା ଓ ଛତିଶଗଡ଼ ପାମେଡ଼ ଅଞ୍ଚଳର ମାଡଭି ଗାଙ୍ଗୀ । 

ପୁନେମ ପାକ୍ସି ମାଓ ସଂଗଠନରେ ୨୦୧୬ ମସିହାରେ ଯୋଗ ଦେଇଥିବାବେଳେ ତାଙ୍କ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର । ଭେଟ୍ଟି ଦେବ ୨୦୧୮ ମସିହାରେ ମାଓବାଦୀ ସଂଗଠନରେ ଯୋଗଦେଇଥିବା ବେଳେ ତାଙ୍କ ଉପରେ  ମଧ୍ୟ ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ ସରକାର। ମାଡାକମ୍ ଉଙ୍ଗୀ ୨୦୧୮ରେ ସିଏନଏମ୍‌ର ସଦସ୍ୟ ଭାବରେ ଯୋଗ ଦେଇଥିଲେ । ତାଙ୍କ ଉପରେ ୪ ଲକ୍ଷ ଟଙ୍କା ପୁରସ୍କାର ରହିଛି । ରାଭା ସୋମା ୨୦୧୦ରେ ବାଲା ସାଙ୍ଗହମର ସଦସ୍ୟ ଭାବେ ଯୋଗ ଦେଇଥିଲେ।

ସୂଚନାଥାଉକି, ଶନିବାର ମାଲକାନଗିରି ପୋଲିସକୁ ମଧ୍ୟ ମିଳିଥିଲା ବଡ଼ ସଫଳତା । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ଗିରଫ ହୋଇଛନ୍ତି ତିନି ଜଣ ମହିଳା ମାଓବାଦୀ । ଗିରଫ ତିନି ମାଓବାଦୀଙ୍କ ନାମରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର । ଗିରଫ ତିନି ଜଣ ହେଉଛନ୍ତି ସ୍ବପ୍ନା ବବିତା ଓ ସୁନିତା । ଏମାନଙ୍କ ନାଁରେ ମାଲକାନଗିରି, କୋରାପୁଟ ଓ ଛତିଶଗଡ଼ରେ ରହିଛି ଏକାଧିକ ମାମଲା ।