୫ ଘଣ୍ଟାରୁ କମ୍ ସମୟ ଶୋଉଛନ୍ତି କି ? ଜାଣନ୍ତୁ ଏହାର ସାଇଡ୍ ଇଫେକ୍ଟସ୍…

ନୂଆଦିଲ୍ଲୀ ୧୦।୦୪: ଗାଢ଼ ନିଦରେ ଶୋଇବାକୁ କିଏ ବା ପସନ୍ଦ ନକରନ୍ତି । କିନ୍ତୁ ବର୍ତ୍ତମାନର ଜୀବନଶୈଳୀ ଯୋଗୁଁ ଏହା ହୋଇପାରେନି । ଅନେକ ଲୋକ ତ ୫ ଘଣ୍ଟାରୁ କମ୍ ଶୋଇଥାନ୍ତି । କିନ୍ତୁ ଜାଣନ୍ତି ଏହା କେତେ ବିପଜ୍ଜନକ । ଆସନ୍ତୁ ଜାଣିବା ଏହାର ସାଇଡ୍ ଇଫେକ୍ଟସ୍… ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଦିନକରେ ୫ ଘଣ୍ଟା ନ ଶୋଇଲେ ଏହା ଆମ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ । କମ୍ ଶୋଇବା ଦ୍ବାରା ଆମର ସ୍ମୃତି ସ୍ମରଣ ଶକ୍ତି ହ୍ରାସ ପାଇଥାଏ । ୫ଘଣ୍ଟାରୁ କମ୍‌ ଶୋଇଲେ ମସ୍ତିଷ୍କ ସଂପୂର୍ଣ୍ଣ କ୍ଳାନ୍ତ ହୋଇଯାଏ । ଯେଉଁ କାରଣରୁ ମନୋବଳ ସ୍ୱାଭାବିକ ରହେନି । ଏହାର ପ୍ରଭାବରେ ଉଦାସୀନତା, ଚିନ୍ତା, ଚାପ ଏବଂ ମୁଡ୍‌ ସ୍ବିଙ୍ଗ୍‌ ଦେଖିବାକୁ ମିଳିଥାଏ । କମ୍‌ ସମୟ ଶୋଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯିବ। କେବଳ ଏତିକି ନୁହେଁ ଠିକ୍‌ ନ ଶୋଇବା ଦ୍ବାରା ଗୁରୁତର  ରୋଗ ହୋଇପାରେ । ଏମିତିକି ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇବା ଆରମ୍ଭ କରିଥାଏ । ମଧୁମେହ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ । ତେଣୁ ବିଶେଷଜ୍ଞ ଅନୁଯାୟୀ ଅତିବେଶୀରେ ୮ ଘଣ୍ଟା ଶୋଇବା ଦରକାର ।   

୫ ଘଣ୍ଟାରୁ କମ୍ ସମୟ ଶୋଉଛନ୍ତି କି ? ଜାଣନ୍ତୁ ଏହାର ସାଇଡ୍ ଇଫେକ୍ଟସ୍…

ନୂଆଦିଲ୍ଲୀ ୧୦।୦୪: ଗାଢ଼ ନିଦରେ ଶୋଇବାକୁ କିଏ ବା ପସନ୍ଦ ନକରନ୍ତି । କିନ୍ତୁ ବର୍ତ୍ତମାନର ଜୀବନଶୈଳୀ ଯୋଗୁଁ ଏହା ହୋଇପାରେନି । ଅନେକ ଲୋକ ତ ୫ ଘଣ୍ଟାରୁ କମ୍ ଶୋଇଥାନ୍ତି । କିନ୍ତୁ ଜାଣନ୍ତି ଏହା କେତେ ବିପଜ୍ଜନକ । ଆସନ୍ତୁ ଜାଣିବା ଏହାର ସାଇଡ୍ ଇଫେକ୍ଟସ୍… 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଦିନକରେ ୫ ଘଣ୍ଟା ନ ଶୋଇଲେ ଏହା ଆମ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ । କମ୍ ଶୋଇବା ଦ୍ବାରା ଆମର ସ୍ମୃତି ସ୍ମରଣ ଶକ୍ତି ହ୍ରାସ ପାଇଥାଏ । 

୫ଘଣ୍ଟାରୁ କମ୍‌ ଶୋଇଲେ ମସ୍ତିଷ୍କ ସଂପୂର୍ଣ୍ଣ କ୍ଳାନ୍ତ ହୋଇଯାଏ । ଯେଉଁ କାରଣରୁ ମନୋବଳ ସ୍ୱାଭାବିକ ରହେନି । ଏହାର ପ୍ରଭାବରେ ଉଦାସୀନତା, ଚିନ୍ତା, ଚାପ ଏବଂ ମୁଡ୍‌ ସ୍ବିଙ୍ଗ୍‌ ଦେଖିବାକୁ ମିଳିଥାଏ । କମ୍‌ ସମୟ ଶୋଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯିବ। 

କେବଳ ଏତିକି ନୁହେଁ ଠିକ୍‌ ନ ଶୋଇବା ଦ୍ବାରା ଗୁରୁତର  ରୋଗ ହୋଇପାରେ । ଏମିତିକି ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇବା ଆରମ୍ଭ କରିଥାଏ । ମଧୁମେହ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ । ତେଣୁ ବିଶେଷଜ୍ଞ ଅନୁଯାୟୀ ଅତିବେଶୀରେ ୮ ଘଣ୍ଟା ଶୋଇବା ଦରକାର ।