୫ ଦିନ ପରେ ମିଳିଲା ବୃଦ୍ଧଙ୍କ ମୃତଦେହ, କୋଣାର୍କ ପୋଲିସର ଛାନ୍‌ଭିନ୍‌

କୋଣାର୍କ ୨୪।୦୮ : ନିଖୋଜ ବୃଦ୍ଧଙ୍କ ମୃତଦେହ । କୋଣାର୍କ-ଚନ୍ଦ୍ରଭାଗା ମୁଖ୍ୟ ରାସ୍ତା ନିକଟ ହେଲିପ୍ୟାଡ୍‌ରୁ ୫ଦିନ ଧରି ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ଠାବ କରିଛି କୋଣାର୍କ ପୋଲିସ । ମୃତ ବୃଦ୍ଧ ଜଣଙ୍କ ମାଉସିମା ସାହିର ଟହଲି ସ୍ୱାଇଁ ବୋଲି ଜଣାପଡିଛି । ମୃତଦେହ ଜବତ କରି ଛାନ୍‌ଭିନ୍‌ କରୁଛି ପୋଲିସ । ଖବର ଅନୁଯାୟୀ, ଗତ ୫ ଦିନ ତଳେ ହେଲିପ୍ୟାଡ଼ ନିକଟ ମାଉସୀ ମା" ସାହିର ଟହଲି ସ୍ବାଇଁ (୭୦)ନାମକ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ । ଏନେଇ କୋଣାର୍କ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ବି ହୋଇଥିଲା। କୋଣାର୍କ ପୋଲିସ ସହ ପରିବାର ରାମଚଣ୍ଡୀ ଠାରୁ କୁରୁଜଙ୍ଗ ପର୍ଯ୍ୟନ୍ତ ସମସ୍ତ ଜଙ୍ଗଲ ଓ ରାସ୍ତା ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା । ଶେଷରେ ଶୁକ୍ରବାର ବିଳମ୍ବିତ ରାତିରେ କିଛି  ଲୋକେ ଜଙ୍ଗଲ ଦେଇ ଘରକୁ ଫେରିବା ବାଟରେ ମୃତ ବ୍ୟକ୍ତି କଙ୍କାଳ ଦେଖି କୋଣାର୍କ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ଏହାସହ ପୋଲିସ ଅଧିକ ତଦନ୍ତ ପାଇଁ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

୫ ଦିନ ପରେ ମିଳିଲା ବୃଦ୍ଧଙ୍କ ମୃତଦେହ, କୋଣାର୍କ ପୋଲିସର ଛାନ୍‌ଭିନ୍‌

କୋଣାର୍କ ୨୪।୦୮ : ନିଖୋଜ ବୃଦ୍ଧଙ୍କ ମୃତଦେହ । କୋଣାର୍କ-ଚନ୍ଦ୍ରଭାଗା ମୁଖ୍ୟ ରାସ୍ତା ନିକଟ ହେଲିପ୍ୟାଡ୍‌ରୁ ୫ଦିନ ଧରି ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ଠାବ କରିଛି କୋଣାର୍କ ପୋଲିସ । ମୃତ ବୃଦ୍ଧ ଜଣଙ୍କ ମାଉସିମା ସାହିର ଟହଲି ସ୍ୱାଇଁ ବୋଲି ଜଣାପଡିଛି । ମୃତଦେହ ଜବତ କରି ଛାନ୍‌ଭିନ୍‌ କରୁଛି ପୋଲିସ । 

ଖବର ଅନୁଯାୟୀ, ଗତ ୫ ଦିନ ତଳେ ହେଲିପ୍ୟାଡ଼ ନିକଟ ମାଉସୀ ମା" ସାହିର ଟହଲି ସ୍ବାଇଁ (୭୦)ନାମକ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ । ଏନେଇ କୋଣାର୍କ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ବି ହୋଇଥିଲା। କୋଣାର୍କ ପୋଲିସ ସହ ପରିବାର ରାମଚଣ୍ଡୀ ଠାରୁ କୁରୁଜଙ୍ଗ ପର୍ଯ୍ୟନ୍ତ ସମସ୍ତ ଜଙ୍ଗଲ ଓ ରାସ୍ତା ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା । ଶେଷରେ ଶୁକ୍ରବାର ବିଳମ୍ବିତ ରାତିରେ କିଛି  ଲୋକେ ଜଙ୍ଗଲ ଦେଇ ଘରକୁ ଫେରିବା ବାଟରେ ମୃତ ବ୍ୟକ୍ତି କଙ୍କାଳ ଦେଖି କୋଣାର୍କ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ଏହାସହ ପୋଲିସ ଅଧିକ ତଦନ୍ତ ପାଇଁ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।