ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ, ଧରିବା ପାଇଁ ଚାଲିଛି ତନାଘନା

ବଡ଼ବିଲ: ବଡ଼ବିଲ ପୋଲିସ୍ ହେପାଜତରୁ ଆଜି ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି । ସନ୍ଧ୍ୟାରେ ତା'କୁ ଡାକ୍ତରୀ ମାଇନା ପାଇଁ ନିଆଯାଇଥିବା ବେଳେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଖସି ପଳାଇଛି ଅଭିଯୁକ୍ତ । ମେଡିକାଲର ଶୌଚାଗାର ସ୍କାଇଲାଇଟରେ ଲାଗିଥିବା ମଶା ଜାଲିକୁ ବାହାର କରି ସେଥିରେ ଗଳି ଚମ୍ପଟ ମାରିଛି ଏହି ଅଭିଯୁକ୍ତ ଜଣକ । ଫେରାର ଅଭିଯୁକ୍ତର ନାଁ ଅମିତ୍ ଦାସ ଏବଂ ଏକ ଦୁଷ୍କର୍ମ ମାମଲାରେ ତାକୁ ଗିରଫ କରାଯାଇଥିବା କୁହାଯାଉଛି । ଆଜି ଡାକ୍ତରୀ ମାଇନା ବେଳେ, ମଉକା ଦେଖି ଫେରାର ହେବାରେ ସେ ସକ୍ଷମ ହୋଇଛି ଅଭିଯୁକ୍ତ । ଘଟଣା ପରେ ଅଭିଯୁକ୍ତକୁ ଧରିବା ପାଇଁ ବଡ଼ବିଲ ପୋଲିସ ତନାଘନା ଚଳାଇଛି । ଏନେଇ ବଡ଼ବିଲ ଏସ ଡି ପି ଓ ପ୍ରିୟସ ରଞ୍ଜନ ଛୋଟରାୟଙ୍କ ସହ ଯୋଗ ଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କର ପ୍ରତିକ୍ରିୟା ମିଳିନାହିଁ। ଏହି ଘଟଣା ବଡ଼ିବିଲ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି।  

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ, ଧରିବା ପାଇଁ ଚାଲିଛି ତନାଘନା

ବଡ଼ବିଲ: ବଡ଼ବିଲ ପୋଲିସ୍ ହେପାଜତରୁ ଆଜି ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି । ସନ୍ଧ୍ୟାରେ ତା'କୁ ଡାକ୍ତରୀ ମାଇନା ପାଇଁ ନିଆଯାଇଥିବା ବେଳେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଖସି ପଳାଇଛି ଅଭିଯୁକ୍ତ । ମେଡିକାଲର ଶୌଚାଗାର ସ୍କାଇଲାଇଟରେ ଲାଗିଥିବା ମଶା ଜାଲିକୁ ବାହାର କରି ସେଥିରେ ଗଳି ଚମ୍ପଟ ମାରିଛି ଏହି ଅଭିଯୁକ୍ତ ଜଣକ । ଫେରାର ଅଭିଯୁକ୍ତର ନାଁ ଅମିତ୍ ଦାସ ଏବଂ ଏକ ଦୁଷ୍କର୍ମ ମାମଲାରେ ତାକୁ ଗିରଫ କରାଯାଇଥିବା କୁହାଯାଉଛି । 

ଆଜି ଡାକ୍ତରୀ ମାଇନା ବେଳେ, ମଉକା ଦେଖି ଫେରାର ହେବାରେ ସେ ସକ୍ଷମ ହୋଇଛି ଅଭିଯୁକ୍ତ । ଘଟଣା ପରେ ଅଭିଯୁକ୍ତକୁ ଧରିବା ପାଇଁ ବଡ଼ବିଲ ପୋଲିସ ତନାଘନା ଚଳାଇଛି । ଏନେଇ ବଡ଼ବିଲ ଏସ ଡି ପି ଓ ପ୍ରିୟସ ରଞ୍ଜନ ଛୋଟରାୟଙ୍କ ସହ ଯୋଗ ଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କର ପ୍ରତିକ୍ରିୟା ମିଳିନାହିଁ। ଏହି ଘଟଣା ବଡ଼ିବିଲ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି।