୫ ନିୟୁତ ଡଲାର କ୍ଷତିପୂରଣ ଦେବା ପରେ ମୁକୁଳିଲା ଜାହାଜ

ମୋଗାଡିସୁ : ସୋମାଲିଆ ଜଳଦସ୍ୟୁଙ୍କୁ ୫ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୪୨ କୋଟି ଟଙ୍କା) କ୍ଷତିପୂରଣ ଦେବାପରେ ବାଂଲାଦେଶର ଏକ ପଣ୍ୟବାହୀ ଜାହାଜ ଖଲାସ ହୋଇଥିବା ଜଣାପଡିଛି। ଗତ ମାର୍ଚ୍ଚରେ ‘ଏମଭି ଅବଦୁଲ୍ଲା’ ନାମକ ଉକ୍ତ ଜାହାଜଟି ମୋଜାମ୍ବିକରୁ ସଂଯୁକ୍ତ ଆରବ ଏମିରେଟ୍‌ସ ଯାତ୍ରା କରୁଥିବାବେଳେ ସୋମାଲିଆ ଜଳଦସ୍ୟୁମାନେ ଏହାକୁ ଅପହରଣ କରିନେଇଥିଲେ। ଜାହାଜକୁ ଖଲାସ କରିବାକୁ ଜଳଦସ୍ୟୁମାନେ ୫ ନିୟୁତ ଡଲାର ଅର୍ଥ ଦାବି କରିଥିଲେ। ଅବଦୁଲ ରସିଦ ୟୁସୁଫ ନାମକ ଜଣେ […]

୫ ନିୟୁତ ଡଲାର କ୍ଷତିପୂରଣ ଦେବା ପରେ ମୁକୁଳିଲା ଜାହାଜ

ମୋଗାଡିସୁ : ସୋମାଲିଆ ଜଳଦସ୍ୟୁଙ୍କୁ ୫ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୪୨ କୋଟି ଟଙ୍କା) କ୍ଷତିପୂରଣ ଦେବାପରେ ବାଂଲାଦେଶର ଏକ ପଣ୍ୟବାହୀ ଜାହାଜ ଖଲାସ ହୋଇଥିବା ଜଣାପଡିଛି। ଗତ ମାର୍ଚ୍ଚରେ ‘ଏମଭି ଅବଦୁଲ୍ଲା’ ନାମକ ଉକ୍ତ ଜାହାଜଟି ମୋଜାମ୍ବିକରୁ ସଂଯୁକ୍ତ ଆରବ ଏମିରେଟ୍‌ସ ଯାତ୍ରା କରୁଥିବାବେଳେ ସୋମାଲିଆ ଜଳଦସ୍ୟୁମାନେ ଏହାକୁ ଅପହରଣ କରିନେଇଥିଲେ। ଜାହାଜକୁ ଖଲାସ କରିବାକୁ ଜଳଦସ୍ୟୁମାନେ ୫ ନିୟୁତ ଡଲାର ଅର୍ଥ ଦାବି କରିଥିଲେ। ଅବଦୁଲ ରସିଦ ୟୁସୁଫ ନାମକ ଜଣେ ଜଳଦସ୍ୟୁଙ୍କ ବୟାନ ଅନୁଯାୟୀ ଗତ ଶୁକ୍ରବାର ଏହି ଅର୍ଥ ସେମାନଙ୍କ ନିକଟରେ ପହଞ୍ଚିଥିଲା। ପ୍ରଥମେ ସେମାନେ ଏହା ଜାଲ୍‌ ଟଙ୍କା କି ନୁହେଁ ଯାଞ୍ଚ କରିଥିଲେ। ତେବେ ସବୁ ଟଙ୍କା ଅସଲି ଜଣାପଡିବା ପରେ ସେମା​‌ନେ ନିଜ ମଧ୍ୟରେ ଏହାକୁ ଭାଗବଣ୍ଟା କରିବା ସହ ଜାହାଜକୁ ଛାଡି ଦେଇଥିବା କୁହାଯାଇଛି। ୨୦୦୮ରୁ ସୋମାଲିଆ ଜଳଦସ୍ୟୁମାନେ ଏକାଧିକ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ କରିଆସୁଛନ୍ତି।