୫ ବର୍ଷ ହେବ କୋମାରେ ଥିଲେ ଝିଅ, ମା’ଙ୍କଠାରୁ ଗୋଟିଏ ଜୋକ୍‌ ଶୁଣି ସବୁକିଛି ବଦଳିଗଲା

ମଣିଷ ଯେତେବେଳେ କୋମାକୁ ଯାଏ, ସେମାନଙ୍କ ପ୍ରିୟଜନମାନେ ସେତେବେଳେ ବଞ୍ଚିବା ଆଶା ଛାଡିଦେଇଥାନ୍ତି। ବଞ୍ଚିବାର କୌଣସି ଭରସା ନ ଥିଲେ ମଧ୍ୟ ପରିବାର ତାଙ୍କୁ ଭେଟିବାକୁ ଡାକ୍ତରଖାନା ଯାଆନ୍ତି। ନିକଟରେ ସେମିତି ଏକ ଘଟଣା ଆମେରିକାରେ ଘଟିଛି। ଆମେରିକା ମିଚିଗାନର ବାସିନ୍ଦା ଜେନିଫର ଫ୍ଲେୱେଲେନ ଏକ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହା ପରେ କୋମାକୁ ପଳାଇଥିଲେ। ଜେନିଫର୍‌ କୋମାରେ ଥିବାବେଳେ ତାଙ୍କ ମା’ ପ୍ରତିଦିନ ଡାକ୍ତରଖାନାରେ ତାଙ୍କୁ ଭେଟୁଥିଲେ। ଦିନେ ଜେନିଫରଙ୍କ ମା’ ଝିଅକୁ […] The post ୫ ବର୍ଷ ହେବ କୋମାରେ ଥିଲେ ଝିଅ, ମା’ଙ୍କଠାରୁ ଗୋଟିଏ ଜୋକ୍‌ ଶୁଣି ସବୁକିଛି ବଦଳିଗଲା appeared first on Dharitri Odia News.

୫ ବର୍ଷ ହେବ କୋମାରେ ଥିଲେ ଝିଅ, ମା’ଙ୍କଠାରୁ ଗୋଟିଏ ଜୋକ୍‌ ଶୁଣି ସବୁକିଛି ବଦଳିଗଲା

ମଣିଷ ଯେତେବେଳେ କୋମାକୁ ଯାଏ, ସେମାନଙ୍କ ପ୍ରିୟଜନମାନେ ସେତେବେଳେ ବଞ୍ଚିବା ଆଶା ଛାଡିଦେଇଥାନ୍ତି। ବଞ୍ଚିବାର କୌଣସି ଭରସା ନ ଥିଲେ ମଧ୍ୟ ପରିବାର ତାଙ୍କୁ ଭେଟିବାକୁ ଡାକ୍ତରଖାନା ଯାଆନ୍ତି। ନିକଟରେ ସେମିତି ଏକ ଘଟଣା ଆମେରିକାରେ ଘଟିଛି।
ଆମେରିକା ମିଚିଗାନର ବାସିନ୍ଦା ଜେନିଫର ଫ୍ଲେୱେଲେନ ଏକ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହା ପରେ କୋମାକୁ ପଳାଇଥିଲେ। ଜେନିଫର୍‌ କୋମାରେ ଥିବାବେଳେ ତାଙ୍କ ମା’ ପ୍ରତିଦିନ ଡାକ୍ତରଖାନାରେ ତାଙ୍କୁ ଭେଟୁଥିଲେ। ଦିନେ ଜେନିଫରଙ୍କ ମା’ ଝିଅକୁ ଏକ ଜୋକ୍‌ କହୁଥିଲେ। ତା’ପରେ ହଠାତ୍‌ ଜେନିଫର୍‌ ହସିବାକୁ ଲାଗିଲେ। ମା’ଙ୍କ ଜୋକ୍‌ ତାଙ୍କ ଉପରେ ପ୍ରଭାବ ପକାଇଲା। ଜେନିଫର ଏହିପରି ସୁସ୍ଥ ହୋଇଥିବାର ଦେଖି ତାଙ୍କ ମା’ ମ୍ୟାଗି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ୪ ବର୍ଷ ୧୧ ମାସ ପରେ ତାଙ୍କ ଝିଅ କୋମାରୁ ବାହାରି ଆସିଥିଲେ।
ଏହି ବିଷୟରେ ସୂଚନା ପାଇବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜେନିଫରଙ୍କ ଚିକିତ୍ସା କରୁଥିବା ଡକ୍ଟର ରାଲ୍ଫ ୱାଙ୍ଗ କହିଛନ୍ତି, ଏହା ଏକ ଚମତ୍କାର ଛଡା ଆଉ କିଛି ନୁହେଁ। କାରଣ ଏହା କେବଳ ୧-୨% ରୋଗୀଙ୍କ ସହିତ ହୋଇଥାଏ।

The post ୫ ବର୍ଷ ହେବ କୋମାରେ ଥିଲେ ଝିଅ, ମା’ଙ୍କଠାରୁ ଗୋଟିଏ ଜୋକ୍‌ ଶୁଣି ସବୁକିଛି ବଦଳିଗଲା appeared first on Dharitri Odia News.