୫ ମହଲାରୁ ଡେଇଁ ଜୀବନ ହାରିଲେ ଟିକ୍‌ଟକ୍‌ ଷ୍ଟାର, ନିଜକୁ ନିଜେ ବାହା ହୋଇ ଚର୍ଚ୍ଚାକୁ ଆସିଥିଲେ

ନୂଆଦିଲ୍ଲୀ: ନିଜେ ନିଜକୁ ବାହା ହୋଇ ସାରା ବିଶ୍ୱରେ ଚର୍ଚ୍ଚାର ପରିସରକୁ ଆସିଥିଲେ ତୁର୍କୀ ଟିକ୍‌ଟକ୍‌ ଷ୍ଟାର କୁବ୍ରା ଅୟକୁତ। କିନ୍ତୁ ଶେଷରେ ଜୀବନ ହାରିଦେଇଛନ୍ତି ଏହି ଚର୍ଚ୍ଚିତ ନାୟିକା।  ଆପାର୍ଟମେଣ୍ଟର ୫ମ ମହଲାରୁ ତଳକୁ ଡେଇଁ ଜୀବନ ହାରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ ହୋଇଥିଲା।ଇସ୍ତାନବୁଲର ସୁଲତାନବେଲି ଜିଲ୍ଲାରେ ରହୁଥିଲେ କୁବ୍ରା। ଆତ୍ମହତ୍ୟା କରିବା ପୂର୍ବରୁ କୁବ୍ରା ଗୋଟିଏ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ସେଥିରେ ମଧ୍ୟ କୁବ୍ରା ବେଶ ଚିନ୍ତିତ ଥିବା ଭଳି ଲାଗୁଥିଲେ। ସେହିପରି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ଗୋଟିଏ ଚିଠି ମଧ୍ୟ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ।ଶେଷ ଟିକ୍‌ଟକ୍‌ ଭିଡିଓରେ ସେ ନିଜ ଆପାର୍ଟମେଣ୍ଟ ସଫା କରୁଥିବା ଦେଖିବାକୁ ମିଳିଥିଲା। ସେ ଏଥିରେ କହିଛନ୍ତି ଯେ “ମୁଁ ଶକ୍ତି ଫେରିପାଇଛି। ପ୍ରତିଦିନ ମୋ ଓଜନ ଗୋଟିଏ କେଜି ହ୍ରାସ ପାଉଛି। ମୁଁ କଣ କରିବି ବୁଝିପାରୁନି। ମୁଁ ଓଜନ ବଢ଼ାଇବା ପାଇଁ ଚାହୁଁଛି.. କଣ କରିବି ଯେ...। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ୍ୟୁର ତଦନ୍ତ ଆରମ୍ଭ କରିଛି। ପିନ୍ଧିଥିବା ପୋଷାକରୁ ପୁଲିସ ଗୋଟିଏ ହାତ ଲେଖାଚିଠି ଉଦ୍ଧାର କରିଛି। ଏଥିରେ ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି।

୫ ମହଲାରୁ ଡେଇଁ ଜୀବନ ହାରିଲେ ଟିକ୍‌ଟକ୍‌ ଷ୍ଟାର, ନିଜକୁ ନିଜେ ବାହା ହୋଇ ଚର୍ଚ୍ଚାକୁ ଆସିଥିଲେ

ନୂଆଦିଲ୍ଲୀ: ନିଜେ ନିଜକୁ ବାହା ହୋଇ ସାରା ବିଶ୍ୱରେ ଚର୍ଚ୍ଚାର ପରିସରକୁ ଆସିଥିଲେ ତୁର୍କୀ ଟିକ୍‌ଟକ୍‌ ଷ୍ଟାର କୁବ୍ରା ଅୟକୁତ। କିନ୍ତୁ ଶେଷରେ ଜୀବନ ହାରିଦେଇଛନ୍ତି ଏହି ଚର୍ଚ୍ଚିତ ନାୟିକା।  ଆପାର୍ଟମେଣ୍ଟର ୫ମ ମହଲାରୁ ତଳକୁ ଡେଇଁ ଜୀବନ ହାରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ ହୋଇଥିଲା।

ଇସ୍ତାନବୁଲର ସୁଲତାନବେଲି ଜିଲ୍ଲାରେ ରହୁଥିଲେ କୁବ୍ରା। ଆତ୍ମହତ୍ୟା କରିବା ପୂର୍ବରୁ କୁବ୍ରା ଗୋଟିଏ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ସେଥିରେ ମଧ୍ୟ କୁବ୍ରା ବେଶ ଚିନ୍ତିତ ଥିବା ଭଳି ଲାଗୁଥିଲେ। ସେହିପରି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ଗୋଟିଏ ଚିଠି ମଧ୍ୟ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ।

ଶେଷ ଟିକ୍‌ଟକ୍‌ ଭିଡିଓରେ ସେ ନିଜ ଆପାର୍ଟମେଣ୍ଟ ସଫା କରୁଥିବା ଦେଖିବାକୁ ମିଳିଥିଲା। ସେ ଏଥିରେ କହିଛନ୍ତି ଯେ “ମୁଁ ଶକ୍ତି ଫେରିପାଇଛି। ପ୍ରତିଦିନ ମୋ ଓଜନ ଗୋଟିଏ କେଜି ହ୍ରାସ ପାଉଛି। ମୁଁ କଣ କରିବି ବୁଝିପାରୁନି। ମୁଁ ଓଜନ ବଢ଼ାଇବା ପାଇଁ ଚାହୁଁଛି.. କଣ କରିବି ଯେ...। 

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ୍ୟୁର ତଦନ୍ତ ଆରମ୍ଭ କରିଛି। ପିନ୍ଧିଥିବା ପୋଷାକରୁ ପୁଲିସ ଗୋଟିଏ ହାତ ଲେଖାଚିଠି ଉଦ୍ଧାର କରିଛି। ଏଥିରେ ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି।