୫ ମାସ ପରେ ଜେଲ୍ରୁ ମୁକୁଳିଲେ କେ. କବିତା, ଦେଲେ ‘ଜୟ ତେଲେଙ୍ଗାନା’ର ନାରା
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ଏବଂ ମନି ଲଣ୍ଡ୍ରିଂ ମାମଲାରେ ବିଆରଏସ ନେତା କେ କବିତାଙ୍କୁ ମଙ୍ଗଳବାର ମିଳିଛି ବଡ଼ ଆଶ୍ଵସ୍ତି। ସୁପ୍ରିମକୋର୍ଟ କବିତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପରେ ରାଉଜ ଏଭେନ୍ୟୁ କୋର୍ଟ ଓ୍ଵାରେଣ୍ଟ ଜାରି କରିବା ପରେ ବିଆରଏସ ନେତା ତିହାର ଜେଲ୍ରୁ ମୁକୁଳିଛନ୍ତି। ଜେଲ୍ରୁ ବାହାରିବା ପରେ କେ କବିତା ‘ଜୟ ତେଲେଙ୍ଗାନା’ର ନାରା ଦେଇଥିଲେ। ଜେଲରୁ ବାହାରିବା ସମୟରେ ତାଙ୍କ ଶୁଭେଚ୍ଛୁ ଓ ସମର୍ଥକମାନେ ସ୍ଵାଗତ କରିବା ସହ ବ୍ୟାଣ୍ଡ ବଜାଇ ବାଣ ଫୁଟାଇଛନ୍ତି।ଜେଲ୍ରୁ ବାହାରିବା ସମୟରେ କେ କେବିତା ନିଜ ପୁଅ ଓ ସ୍ଵାମୀଙ୍କୁ ଆଲିଙ୍ଗନ କରିଛନ୍ତି। ଏହି ସମୟରେ ତାଙ୍କ ଭାଇ ତଥା ବିଆରଏସ ନେତା କେଟି ରାମାରାଓ ଉପସ୍ଥିତ ଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ଦୀର୍ଘ ୫ ମାସ ପରେ ମୁଁ ନିଜ ପୁଅ, ସ୍ଵାମୀ ଓ ଭାଇଙ୍କୁ ଦେଖି ଭାବୁକ ହୋଇଛି। ଏହି ସ୍ଥିତି ପାଇଁ କେବଳ ରାଜନୀତି ଦାୟୀ। ଦେଶର ଜନତା ବେଶ ଭଲ ଭାବେ ଜାଣିଛନ୍ତି ଯେ, ମୋତେ କେବଳ ରାଜନୀତି କାରଣରୁ ଜେଲ୍ରେ ଭର୍ତ୍ତି କରି ଦିଆଗଲା। ମୁଁ କୌଣସି ଭୁଲ୍ କରି ନାହିଁ। କେ କବିତା କହିଛନ୍ତି, ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଆଇନଗତ ଓ ରାଜନୈତିକ ଭାବେ ଲଢିବି ଏବଂ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବି। ବେଆଇନ ଭାବେ ମୋତେ ଜେଲ୍ ପଠାଇ ବିଆରଏସ ଓ କ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ଏବଂ ମନି ଲଣ୍ଡ୍ରିଂ ମାମଲାରେ ବିଆରଏସ ନେତା କେ କବିତାଙ୍କୁ ମଙ୍ଗଳବାର ମିଳିଛି ବଡ଼ ଆଶ୍ଵସ୍ତି। ସୁପ୍ରିମକୋର୍ଟ କବିତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପରେ ରାଉଜ ଏଭେନ୍ୟୁ କୋର୍ଟ ଓ୍ଵାରେଣ୍ଟ ଜାରି କରିବା ପରେ ବିଆରଏସ ନେତା ତିହାର ଜେଲ୍ରୁ ମୁକୁଳିଛନ୍ତି। ଜେଲ୍ରୁ ବାହାରିବା ପରେ କେ କବିତା ‘ଜୟ ତେଲେଙ୍ଗାନା’ର ନାରା ଦେଇଥିଲେ। ଜେଲରୁ ବାହାରିବା ସମୟରେ ତାଙ୍କ ଶୁଭେଚ୍ଛୁ ଓ ସମର୍ଥକମାନେ ସ୍ଵାଗତ କରିବା ସହ ବ୍ୟାଣ୍ଡ ବଜାଇ ବାଣ ଫୁଟାଇଛନ୍ତି।
ଜେଲ୍ରୁ ବାହାରିବା ସମୟରେ କେ କେବିତା ନିଜ ପୁଅ ଓ ସ୍ଵାମୀଙ୍କୁ ଆଲିଙ୍ଗନ କରିଛନ୍ତି। ଏହି ସମୟରେ ତାଙ୍କ ଭାଇ ତଥା ବିଆରଏସ ନେତା କେଟି ରାମାରାଓ ଉପସ୍ଥିତ ଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ଦୀର୍ଘ ୫ ମାସ ପରେ ମୁଁ ନିଜ ପୁଅ, ସ୍ଵାମୀ ଓ ଭାଇଙ୍କୁ ଦେଖି ଭାବୁକ ହୋଇଛି। ଏହି ସ୍ଥିତି ପାଇଁ କେବଳ ରାଜନୀତି ଦାୟୀ। ଦେଶର ଜନତା ବେଶ ଭଲ ଭାବେ ଜାଣିଛନ୍ତି ଯେ, ମୋତେ କେବଳ ରାଜନୀତି କାରଣରୁ ଜେଲ୍ରେ ଭର୍ତ୍ତି କରି ଦିଆଗଲା। ମୁଁ କୌଣସି ଭୁଲ୍ କରି ନାହିଁ।
କେ କବିତା କହିଛନ୍ତି, ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଆଇନଗତ ଓ ରାଜନୈତିକ ଭାବେ ଲଢିବି ଏବଂ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବି। ବେଆଇନ ଭାବେ ମୋତେ ଜେଲ୍ ପଠାଇ ବିଆରଏସ ଓ କେସିଆରକୁ ମଜବୁତ କରିଛି ବିଜେପି। ବିଆରଏସର କାର୍ଯ୍ୟକାରୀ ଅଧ୍ୟକ୍ଷ, ବିଧାୟକ ଓ କେ କବିତାଙ୍କ ଭାଇ କେଟି ରାମାରାଓ ଏକ୍ସରେ ଲେଖିଛନ୍ତି, ନ୍ୟାୟର ବିଜୟ ଘଟିଛି।