୫ ମାସରେ ଶୁଣାଣି ଶେଷ: ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

କେନ୍ଦୁଝର,୨୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଅଶୋକ କୁମାର ପଣ୍ଡା ଏକ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ଶୁକ୍ରା ଜୁଆଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ଆଦେଶ କରଛନ୍ତି। ଜରିମାନା ଅନାଦେୟ ଆଉ ୧ ମାସ ଅଧିକ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ପ୍ରକାଶ ଯେ, ତା-୧୬.୩.୨୪ରେ ପଣ୍ଡାପଡ଼ା ଥାନା ହୁଣ୍ଡା ଗ୍ରାମ ବାଲିଦାଣ୍ଡ ସାହିର ଶୁକ୍ରା ଜୁଆଙ୍ଗ(୩୦) ତାଙ୍କ ସ୍ତ୍ରୀ ଗୋଲାପ(୨୮)ଙ୍କୁ ଗୋଟିଏ ଲୁହାରଡ୍‌ରେ ମୁଣ୍ଡକୁ ପିଟି […] The post ୫ ମାସରେ ଶୁଣାଣି ଶେଷ: ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ appeared first on Dharitri Odia News.

୫ ମାସରେ ଶୁଣାଣି ଶେଷ: ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

କେନ୍ଦୁଝର,୨୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଅଶୋକ କୁମାର ପଣ୍ଡା ଏକ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ଶୁକ୍ରା ଜୁଆଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ଆଦେଶ କରଛନ୍ତି। ଜରିମାନା ଅନାଦେୟ ଆଉ ୧ ମାସ ଅଧିକ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।

ପ୍ରକାଶ ଯେ, ତା-୧୬.୩.୨୪ରେ ପଣ୍ଡାପଡ଼ା ଥାନା ହୁଣ୍ଡା ଗ୍ରାମ ବାଲିଦାଣ୍ଡ ସାହିର ଶୁକ୍ରା ଜୁଆଙ୍ଗ(୩୦) ତାଙ୍କ ସ୍ତ୍ରୀ ଗୋଲାପ(୨୮)ଙ୍କୁ ଗୋଟିଏ ଲୁହାରଡ୍‌ରେ ମୁଣ୍ଡକୁ ପିଟି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବିବାହର ୬ ବର୍ଷ ପରେ ମଧ୍ୟ ପିଲାଛୁଆ ହେଉ ନ ଥିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତା. ୧୬/୦୩/୨୪ରେ ସେମାନେ ପିଲା ଛୁଆ ହେଉ ନ ଥିବାରୁ ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁକୁ ଏକ ଅଟୋରେ ଯାଇ ଜଣେ ବଇଦକୁ ଦେଖାଇଥିଲେ। ସେଠାରୁ ଫେରି ଅପରାହ୍ନ ୨ଟାରେ ସ୍ତ୍ରୀ-ସ୍ବାମୀ ମଧ୍ୟରେ ଝଗଡ଼ା ହୋଇଥିଲା। ଶୁକ୍ରା ଉତ୍ତ୍ୟକ୍ତ ହୋଇ ଏକ ଲୁହାରଡ୍‌ରେ ସ୍ତ୍ରୀ ଗୋଲାପଙ୍କ ମୁଣ୍ଡରେ ପିଟି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ନେଇ ପଣ୍ଡାପଡ଼ା ଥାନାର ଗ୍ରାମରକ୍ଷୀ ଦୁର୍ଯ୍ୟୋଧନ ବେହେରା ଗାଁ ଲୋକଙ୍କଠାରୁ ସୂଚନା ପାଇବା ପରେ ପଣ୍ଡାପଡ଼ା ଥାନାରେ ଲିଖିତ ଭାବେ ଜଣାଇଥିଲା। ପୋଲିସ ଘଟଣାସ୍ଥଳକୁ ଯାଇ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଲୁହାରଡ୍‌ ଜବତ କରିବା ସହ କେସ୍‌ ନମ୍ବର ୧୨୬/୨୪ରେ ମାମଲା ରୁଜୁ କରି ଶୁକ୍ରାଙ୍କୁୁ ଗିରଫ କରିଥିଲା। ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଉକ୍ତ ଦଣ୍ଡାଦେଶ କରିଛି।

ସରକାରଙ୍କ ପକ୍ଷରୁ ଜିଲା ଦୌରାଜଜ୍‌ କୋର୍ଟର ପିପି ପ୍ରଦୀପ କୁମାର ଦାସ ମାମଲା ପରିଚାଳନା କରିଥିଲେ। ଏହି ମାମଲା ପୋଲିସ ଖୁବ୍‌ କମ୍‌ ଦିନରେ ଅର୍ଥାତ୍‌ ୧ ମାସରୁ କମ୍‌ ଦିନରେ ତଦନ୍ତ କରି ଚାର୍ଜଶିଟ୍‌ ଦାଖଲ କରିଥିଲା। ପୋଲିସ ତା-୧୬.୦୩.୨୪ରେ ତଦନ୍ତ ଆରମ୍ଭ କରି ତା.୬.୦୪.୨୪ରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ହତ୍ୟା ଘଟଣାର ବିଚାର ମଧ୍ୟ ତ୍ୱରିତ ଭାବେ ପଦକ୍ଷେପ ଗ୍ରହଣ କରାଯାଇଛି। ବିଚାର ତା-୪.୬.୨୪ରେ ଆରମ୍ଭ ହୋଇ ଆଜି ଶୁଣାଣି ହୋଇଛି । ମାତ୍ର ୫ ମାସରେ ଏହି ମାମଲାର ଟ୍ରାଏଲ,ସାକ୍ଷୀ ଶୁଣାଣି, ଯୁକ୍ତି ଏବଂ ଶୁଣାଣି ଶେଷ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

The post ୫ ମାସରେ ଶୁଣାଣି ଶେଷ: ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ appeared first on Dharitri Odia News.