୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ନୀଳଗିରି: ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି ଅବକାରୀ ଅଧିକାରୀ । ସୂଚନା ଅନୁଯାୟୀ, ନୀଳଗିରି ଅବକାରୀ ବିଭାଗର ଓଆଇସିଙ୍କ ନେତୃତ୍ବରେ ଏକ ଟିମ୍‌ ଚଢ଼ାଉ କରି ୫୧ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।ଗିରଫ ଅଭିଯୁକ୍ତ ହେଲେ ଛୋଟକାନପୁର ଅଞ୍ଚଳର ସନ୍ତୋଷ କୁମାର ଜେନା। ଜବତ ଗଞ୍ଜେଇର ମୂଲ୍ୟ ୫ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଏନେଇ ୭୨ ନମ୍ବର ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ନୀଳଗିରି: ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି ଅବକାରୀ ଅଧିକାରୀ । ସୂଚନା ଅନୁଯାୟୀ, ନୀଳଗିରି ଅବକାରୀ ବିଭାଗର ଓଆଇସିଙ୍କ ନେତୃତ୍ବରେ ଏକ ଟିମ୍‌ ଚଢ଼ାଉ କରି ୫୧ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତ ହେଲେ ଛୋଟକାନପୁର ଅଞ୍ଚଳର ସନ୍ତୋଷ କୁମାର ଜେନା। ଜବତ ଗଞ୍ଜେଇର ମୂଲ୍ୟ ୫ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଏନେଇ ୭୨ ନମ୍ବର ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।