୫ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

ଆଜି ୫ ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଟକ୍କର ଦେବେ ଭୃଗୁ ବକ୍ସିପାତ୍ର।

୫ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

ଆଜି ଆଉ ୫ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ବଲାଙ୍ଗିର ଲୋକସଭା ପାଇଁ ସୁରେନ୍ଦ୍ର ସିଂ ଭୋଇଙ୍କୁ ବିଜେଡି ଟିକଟ ଦେଇଥିବାବେଳେ ଭଦ୍ରକ
ଲୋକସଭା ପାଇଁ ମଞ୍ଜୁଲତା ମଣ୍ଡଳ, ବରଗଡ଼ ପାଇଁ ପରିଣୀତା ମିଶ୍ର, ବ୍ରହ୍ମପୁର ପାଇଁ ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିବା ଭୃଗୁ ବକ୍ସିପାତ୍ର ଏବଂ କେନ୍ଦୁଝର ପାଇଁ ଧନୁର୍ଜୟ ସିଦ୍ଧୁଙ୍କୁ ବିଜେଡି ପ୍ରାର୍ଥୀ କରିଛି। କେବଳ ବାଲେଶ୍ୱର ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେଡି।