୫ ହଜାର ଦିଅ କୋର୍ଟ କଚେରୀ ଯିବାକୁ ପଡ଼ିବ ନାହିଁ, ପୁଲିସ ବାବୁଙ୍କ ଲାଞ୍ଚ ଭିଡିଓ ଭାଇରାଲ୍

ଭଦ୍ରକ : କେସ କ୍ଲୋଜ କରିଦେବି, କୋର୍ଟ କଚେରୀ ଯିବାକୁ ପଡ଼ିବ ନାହିଁ, ମୋତେ ୫ହଜାର ଦିଅ। ସବୁ ସଟ୍‌ ଆଉଟ୍ କରିଦେବି। ଏଭଳି କହି ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଦେବାକୁ କହିଛନ୍ତି ଧାମନଗର ଥାନାର ASI ଏଲ .କେ ପଟ୍ଟନାୟକ। ଯାହାର ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇଆରାଲ ହେଉଛି। ସୂଚନା ମୁତାବକ; ଧାମନଗର ଥାନା ଅନ୍ତର୍ଗତ ବାଘୁଆରି ଗ୍ରାମର ଭବାନୀ ଦାସ ଓ ପ୍ରସାନ୍ତ ବେହେରାଙ୍କ ମଧ୍ୟରେ ପାଟି ତୁଣ୍ଡ […]

୫ ହଜାର ଦିଅ କୋର୍ଟ କଚେରୀ ଯିବାକୁ ପଡ଼ିବ ନାହିଁ, ପୁଲିସ ବାବୁଙ୍କ ଲାଞ୍ଚ ଭିଡିଓ ଭାଇରାଲ୍
police ASI's bribery video goes viral

ଭଦ୍ରକ : କେସ କ୍ଲୋଜ କରିଦେବି, କୋର୍ଟ କଚେରୀ ଯିବାକୁ ପଡ଼ିବ ନାହିଁ, ମୋତେ ୫ହଜାର ଦିଅ। ସବୁ ସଟ୍‌ ଆଉଟ୍ କରିଦେବି। ଏଭଳି କହି ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଦେବାକୁ କହିଛନ୍ତି ଧାମନଗର ଥାନାର ASI ଏଲ .କେ ପଟ୍ଟନାୟକ। ଯାହାର ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇଆରାଲ ହେଉଛି।

ସୂଚନା ମୁତାବକ; ଧାମନଗର ଥାନା ଅନ୍ତର୍ଗତ ବାଘୁଆରି ଗ୍ରାମର ଭବାନୀ ଦାସ ଓ ପ୍ରସାନ୍ତ ବେହେରାଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏନେଇ ଉଭୟଙ୍କୁ ପକ୍ଷରୁ ଥାନାରେ ଏତଲା ହୋଇଥିଲା। ପରେ ଉଭୟଙ୍କ ଭିତରେ ବୁଝାମଣା ହୋଇ ସମାଧାନ ପରେ ୩ତାରିଖ ଥାନାରେ ଏକ ବୁଝାମାଣା ପତ୍ର ଉଭୟଙ୍କ ଦସ୍ତଖତ ଓ ଟିପ ଚିହ୍ନ ଥିବା ଦରଖାସ୍ତ ଥାନାରେ ଦିଆଯାଇଥିଲା। କେସ ନେଇଥିବା ଧାମନଗର ଥାନାର ASI ଏଲ.କେ ପଟ୍ଟନାୟକ ଏହାର ଫାଇଦା ନେବାପାଇଁ ପରଦିନ ଗ୍ରାମରଖୀକୁ ସାଥିରେ ନେଇ ବାଘୁଆରୀ ଗ୍ରାମରେ ପହଞ୍ଚିଥିଲେ। ଗୋଟେ ଡାଏରି ଧରି ଗ୍ରାମର ଘର ଓ ଜମିବାଡ଼ି କାହାର ଓ କେଉଁ ପଟେ କିଏ ରହୁଛି ପଚାରି ବୁଝିଥିଲେ। ଶେଷରେ ପ୍ରସାନ୍ତ ବେହେରାଙ୍କୁ ୫ହଜାର ଟଙ୍କା ଦେଲେ ତାଙ୍କ ନାମରେ କୌଣସି କେସ ହେବ ନାହିଁ କି ତାଙ୍କୁ କୋର୍ଟ କଚେରୀ ଯିବାକୁ ପଡ଼ିବ ନାହିଁ ବୋଲି ASI ଜଣଙ୍କ କହିଥିଲେ। ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି।