୫ ହଜାର ଫୁଟ ଉଚ୍ଚରେ ରହସ୍ୟମୟ ଗୁମ୍ଫା
ବେଜିଂ: ବିଶ୍ୱରେ ଏପରି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର କିଛି ନା କିଛି ରହସ୍ୟ ରହିଛି। ଏହି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିଥାନ୍ତି। ଚାଇନାରେ ମଧ୍ୟ ଏପରି ଏକ ସ୍ଥାନ ରହିଛି, ଯାହା ଦୀର୍ଘ ବର୍ଷ ଧରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟରୁ ତିଆନ୍ମେନ୍ ମାଉଣ୍ଟେନ ଅନ୍ୟତମ। ଏହି ପର୍ବତମାଳାର ଉପର ମୁଣ୍ଡରେ ଏକ ଗୁମ୍ଫା ଅଛି, ଯାହା ଭୂମିଠାରୁ ୧୫୧୮ ମିଟର (ପ୍ରାୟ ୫ […] The post ୫ ହଜାର ଫୁଟ ଉଚ୍ଚରେ ରହସ୍ୟମୟ ଗୁମ୍ଫା appeared first on Dharitri Odia News.
ବେଜିଂ: ବିଶ୍ୱରେ ଏପରି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର କିଛି ନା କିଛି ରହସ୍ୟ ରହିଛି। ଏହି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିଥାନ୍ତି। ଚାଇନାରେ ମଧ୍ୟ ଏପରି ଏକ ସ୍ଥାନ ରହିଛି, ଯାହା ଦୀର୍ଘ ବର୍ଷ ଧରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟରୁ ତିଆନ୍ମେନ୍ ମାଉଣ୍ଟେନ ଅନ୍ୟତମ। ଏହି ପର୍ବତମାଳାର ଉପର ମୁଣ୍ଡରେ ଏକ ଗୁମ୍ଫା ଅଛି, ଯାହା ଭୂମିଠାରୁ ୧୫୧୮ ମିଟର (ପ୍ରାୟ ୫ ହଜାର ଫୁଟ) ଉଚ୍ଚରେ ଅବସ୍ଥିତ। କୌଣସି ପର୍ବତ ଉପରେ ଅବସ୍ଥିତ ଏହି ଗୁମ୍ଫାକୁ ବିଶ୍ୱର ସର୍ବୋଚ୍ଚ ଗୁମ୍ଫା ଭାବରେ ବିବେଚନା କରାଯାଏ । ସେହିପରି ଏହି ଗୁମ୍ଫାକୁ ସ୍ବର୍ଗର ଦ୍ୱାର ବୋଲି ମଧ୍ୟ କୁହାଯାଏ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୫୩ ଖ୍ରୀଷ୍ଟାବ୍ଦରେ ଏହି ପର୍ବତର କିଛି ଅଂଶ ଭାଙ୍ଗି ଯାଇଥିଲା। ଫଳରେ ଏହି ଗୁମ୍ଫା ସୃଷ୍ଟି ହୋଇଥିଲା। ଏହି ଗୁମ୍ଫାର ଲମ୍ବ ୧୯୬ ଫୁଟ, ଉଚ୍ଚତା ୪୩୧ ଫୁଟ ଏବଂ ମୋଟେଇ ୧୮୭ ଫୁଟ ରହିଛି। ଏତେମାତ୍ରାରେ ଉଚ୍ଚରେ ଥିବା ହେତୁ ଏହି ଗୁମ୍ଫା ସର୍ବଦା ମେଘ ଦ୍ୱାରା ଘେରି ହୋଇ ରହିଥାଏ। ବୋଧହୁଏ ସେଥିପାଇଁ ଏହାକୁ ସ୍ବର୍ଗର ଦ୍ୱାର ଭାବେ ଲୋକେ ବିବେଚନା କରନ୍ତି ବୋଲି ଅନେକ ଅନୁମାନ କରୁଛନ୍ତି।
ବହୁ ବର୍ଷ ପୂର୍ବେ ଏହି ଗୁମ୍ଫାରେ ପହଞ୍ଚିବା ପର୍ଯ୍ୟଟକଙ୍କ ପାଇଁ କଷ୍ଟସାଧ୍ୟ ସାବ୍ୟସ୍ତ ହେଉଥିଲା। କଠିନ ରାସ୍ତାରେ ଯିବାବେଳେ ଲୋକଙ୍କ ଅବସ୍ଥା ବିଗିଡି ଯାଉଥିଲା। କିନ୍ତୁ ଏବେ ପର୍ଯ୍ୟଟକମାନେ ରାସ୍ତା ଏବଂ କେବୁଲ ୱେ ବ୍ୟବହାର କରି ଏହି ଗୁମ୍ଫାରେ ପହଞ୍ଚି ପାରୁଛନ୍ତି। ତେବେ ରାସ୍ତା କିମ୍ବା କେବୁଲ ୱେରୁ ଓହ୍ଲାଇବା ପରେ ଗୁମ୍ଫାରେ ପହଞ୍ଚିବା ପାଇଁ ଲୋକଙ୍କୁ ୯୯୯ ପାହାଚ ଚଢ଼ିବାକୁ ପଡ଼ିଥାଏ।
The post ୫ ହଜାର ଫୁଟ ଉଚ୍ଚରେ ରହସ୍ୟମୟ ଗୁମ୍ଫା appeared first on Dharitri Odia News.