୫ଟା ୩୦
ନାରୀ ସଶକ୍ତୀକରଣ ବିଷୟରେ ମହାତ୍ମା ଗାନ୍ଧୀ ଏକଦା କହିଥିଲେ-ଯେଉଁଦିନ ଜଣେ ମହିଳା ରାତିରେ ରାସ୍ତାରେ ମୁକ୍ତ ଭାବେ ଚାଲିପାରିବେ, ସେହିଦିନ ଆମେ କହିପାରିବୁ ଯେ ଭାରତ ସ୍ବାଧୀନତା ହାସଲ କରିଛି। ମହାତ୍ମାଙ୍କ ବାଣୀରୁ ଖିଅ ଧରି ଆଲୋଚନା କଲେ କୁହାଯାଇପାରେ ଯେ, ସାମାଜିକ ବ୍ୟବସ୍ଥା ଓ ପ୍ରତ୍ୟେକ ପୁରୁଷଙ୍କ ମାନସିକତାରେ ନାରୀମାନଙ୍କ ପାଇଁ ଏକ ସମ୍ମାନବୋଧ ଦେଖାଦେଲେ ଯାଇ ପରିବର୍ତ୍ତନ ଆସିପାରିବ। ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଡ଼ା ଆଇନ ଥିଲେ ମଧ୍ୟ ଅପରାଧ ଘଟିଚାଲିଛି। ଯଦି ଏହାର […] The post ୫ଟା ୩୦ appeared first on Dharitri Odia News.
ନାରୀ ସଶକ୍ତୀକରଣ ବିଷୟରେ ମହାତ୍ମା ଗାନ୍ଧୀ ଏକଦା କହିଥିଲେ-ଯେଉଁଦିନ ଜଣେ ମହିଳା ରାତିରେ ରାସ୍ତାରେ ମୁକ୍ତ ଭାବେ ଚାଲିପାରିବେ, ସେହିଦିନ ଆମେ କହିପାରିବୁ ଯେ ଭାରତ ସ୍ବାଧୀନତା ହାସଲ କରିଛି। ମହାତ୍ମାଙ୍କ ବାଣୀରୁ ଖିଅ ଧରି ଆଲୋଚନା କଲେ କୁହାଯାଇପାରେ ଯେ, ସାମାଜିକ ବ୍ୟବସ୍ଥା ଓ ପ୍ରତ୍ୟେକ ପୁରୁଷଙ୍କ ମାନସିକତାରେ ନାରୀମାନଙ୍କ ପାଇଁ ଏକ ସମ୍ମାନବୋଧ ଦେଖାଦେଲେ ଯାଇ ପରିବର୍ତ୍ତନ ଆସିପାରିବ। ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଡ଼ା ଆଇନ ଥିଲେ ମଧ୍ୟ ଅପରାଧ ଘଟିଚାଲିଛି। ଯଦି ଏହାର ମୂଳକୁ ଯାଇ ଚିନ୍ତା କରିବା ତେବେ ଭିନ୍ନ ଭିନ୍ନ ଦିଗକୁ ଦେଖିବା। ନାରୀ ତା’ର ସୁରକ୍ଷା ପାଇଁ ସ୍ବାଧୀନତାକୁ ବଳି ଦେଉଛି। ଉଦାହରଣ ଭାବେ ଦେଖିଲେ ଝିଅଟିଏ ପଢ଼ିବା ପାଇଁ ବାହାରକୁ ବାହାରିଲେ ବିଭିନ୍ନ ପ୍ରକାର କଟକଣାର ସମ୍ମୁଖୀନ ହୋଇଥାଏ। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଦେଇ କର୍ମକ୍ଷେତ୍ରକୁ ଯିବା ଯାଏ ପିଲାଟି ବେଳୁ ଯେଉଁ ମାନସିକତା ଦେଇ ଝିଅଟି ବଢ଼ି ଆସିଥାଏ, ସେଥିରେ ସହଜରେ ଉନ୍ନତି ଆସିପାରି ନ ଥାଏ। ଭାରତୀୟ ମାନସିକତାରେ ଏସବୁକୁ ସାଧାରଣ ଆଚରଣ ଭାବେ ଧରିନିଆଯାଇଥିବାରୁ ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ। ମନେରଖିବାକୁ ହେବ ଯେ ଏହି ମାଟିର ଇତିହାସ ଦେଖିଲେ ମହିଳାମାନଙ୍କ ପାଇଁ ପରଦା କିମ୍ବା ଅନ୍ୟ କୌଣସି ମୁହଁ ଲୁଚାଇବା ବ୍ୟବସ୍ଥା କରାଯାଇ ନ ଥିଲା। ମୁସଲମାନ ଆକ୍ରମଣ ପରେ ଘୁଁଘଟ ଭଳି ଲମ୍ବା ଓଢ଼ଣି ଉତ୍ତର ଭାରତରେ ପ୍ରବେଶ କଲା। ସେହି ସମୟ ପରେ, କ୍ରମଶଃ ସମଗ୍ର ଉପମହାଦେଶରେ ଏହି ପଶ୍ଚାତପଦ ମାନସିକତା ଜୋର ଧରିଲା।
ରେଭେନ୍ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀ ସନ୍ଧ୍ୟା ୫ଟା ୩୦ ପରେ ବୁଲିପାରିବେ ନାହିଁ ବୋଲି ୧୭ ଜୁଲାଇରେ କୁଳପତିଙ୍କ ନିର୍ଦ୍ଦେଶ କ୍ରମେ କୁଳସଚିବଙ୍କ ପକ୍ଷରୁ ଏଭଳି ଏକ କଟକଣା ଜାରି କରାଯାଇଥିଲା। ବିଶ୍ୱବିଦ୍ୟାଳୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ୧୮ ଜୁଲାଇରେ ଏ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଥିଲେ। ବିଭିନ୍ନ ମହଲ ଓ ଗଣମାଧ୍ୟମରେ ଏହି ନିର୍ଦ୍ଦେଶନାମାକୁ ମହିଳା ବିରୋଧୀ ମାନସିକତା ବୋଲି କୁହାଯାଇ ଘୋର ସମାଲୋଚନା ହେବା ପରେ କଟକଣା ଜାରିର ଘଣ୍ଟାଏ ପରେ ତାହାକୁ ପ୍ରତ୍ୟାହାର କରିନିଆଗଲା। ପ୍ରତ୍ୟାହାର ସିନା କରିନିଆଗଲା, କିନ୍ତୁ ତାହା ଏକ ବିକୃତ ମାନସିକତାକୁ ପଦାରେ ପକାଇଲା। ତାଲିବାନ ଚିନ୍ତାଧାରା ଭଳି ଏହି ନିଷ୍ପତ୍ତି ଦର୍ଶାଇଲା ଯେ କର୍ତ୍ତୃପକ୍ଷ ଓ ସମାଜ ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ଦେବାରେ ବିଫଳ ବୋଲି ସ୍ବୀକାର କରିବା ସହିତ ଝିଅମାନଙ୍କୁ ଘରକୁ ପଠାଇଦେଇ ନିଜ ଦାୟିତ୍ୱରୁ ଓହରିଗଲେ। ଏଭଳି ଚିନ୍ତାଧାରା ମହିଳାମାନଙ୍କୁ ମୁଖ୍ୟ ସ୍ରୋତରୁ ଦୂରେଇଦେବ। ଉଦାହରଣ ସ୍ବରୂପ ଏକ ବିଶ୍ୱବିଦ୍ୟାଳୟରେ ଅନେକ ଗବେଷଣା ଛାତ୍ରୀ ପାଠ ପଢ଼ୁଛନ୍ତି। ସେମାନଙ୍କୁ ସହଯୋଗ କରିବା ପାଇଁ ମହିଳା ଅଧ୍ୟାପକ, ପ୍ରଫେସର ଡେରି ପର୍ଯ୍ୟନ୍ତ ରହି କାମ କରିଥାନ୍ତି। ସନ୍ଧ୍ୟା ସାଢ଼େ ୫ଟାରେ ଅର୍ଥାତ୍ ସୂର୍ଯ୍ୟାସ୍ତ ପୂର୍ବରୁ ଝିଅ ଓ ମହିଳା କର୍ମଚାରୀମାନଙ୍କୁ ବିଦା କରିଦେବାର ମାନସିକତା ସେହି ପୁରୁଣା ମୁସଲମାନ ସମ୍ପ୍ରଦାୟର ପରଦା ବ୍ୟବସ୍ଥାକୁ ପୁନର୍ଜୀବିତ କରାଇବ। ସମ୍ଭବତଃ ଆଉ କିଛି ସମୟ ବିତିଗଲା ପରେ ଝିଅମାନଙ୍କୁ ବୁର୍ଖା ପିନ୍ଧାଇ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଘୋଡ଼ାଇ ରଖିବାର ବ୍ୟବସ୍ଥା ଆମ ହିନ୍ଦୁତ୍ୱ ଶାସକମାନେ ପ୍ରଚଳନ କରାଇପାରନ୍ତି। ତା’ର ଏକମାତ୍ର କାରଣ ହେଉଛି ପ୍ରଶାସନିକ ଦକ୍ଷତା ଅଭାବରୁ ଏଭଳି ବିକଟାଳ ଚିନ୍ତାଧାରା ଜନ୍ମ ନେଉଛି।
The post ୫ଟା ୩୦ appeared first on Dharitri Odia News.