୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ
ଦିଗପହଣ୍ଡି,୨୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ପକ୍ଷରୁ ଘୋଡ଼ାହାଡ ଡ୍ୟାମ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଘୋଡାହାଡ ଡ଼୍ୟାମ ପର୍ଯ୍ୟଟନସ୍ଥଳୀ ନିକଟରେ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଖମାରିଗାଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ବୁରୁବନ୍ଧ ଗ୍ରାମ ବନ ସୁରକ୍ଷା ସମିତି ସଭାପତି ବୃନ୍ଦାବନ ନାୟକ, ଗଞ୍ଜାମ କଲେଜ ପ୍ରାଣୀ ବିଜ୍ଞାନ ଅଧ୍ୟାପକ […] The post ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ appeared first on Dharitri Odia News.
ଦିଗପହଣ୍ଡି,୨୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ପକ୍ଷରୁ ଘୋଡ଼ାହାଡ ଡ୍ୟାମ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଘୋଡାହାଡ ଡ଼୍ୟାମ ପର୍ଯ୍ୟଟନସ୍ଥଳୀ ନିକଟରେ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଖମାରିଗାଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ବୁରୁବନ୍ଧ ଗ୍ରାମ ବନ ସୁରକ୍ଷା ସମିତି ସଭାପତି ବୃନ୍ଦାବନ ନାୟକ, ଗଞ୍ଜାମ କଲେଜ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ମହେନ୍ଦ୍ର ସେଠୀ, ପରିବେଶବିତ୍ ଡା. ଶଙ୍କର ବେଜଙ୍କ ସମେତ ଦିଗପହଣ୍ଡି ବନପାଳ ସନ୍ତୋଷ କୁମାର ବିଶୋୟୀରତ୍ନ ଓ ଅନ୍ୟ ସମସ୍ତ ବନପାଳ, ବନରକ୍ଷୀ ତଥା ସ୍ଥାନୀୟ ଅଞ୍ଚଳ ବାସିନ୍ଦା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ମଞ୍ଚାସୀନ ଅତିଥିବୃନ୍ଦ କୁମ୍ଭୀର ସଂରକ୍ଷଣ ଓ ଏହାର ସୁରକ୍ଷା ଏବଂ ପ୍ରକୃତି ପାଇଁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସଭା ପୂର୍ବରୁ ଏକ ସଚେତନତା ଶୋଭାଯାତ୍ରା ବୁରୁବନ୍ଧ ଗ୍ରାମ ପରିକ୍ରମା କରିଥିଲା।
The post ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ appeared first on Dharitri Odia News.