୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା , ମନ୍ଦିରରେ ବିରାଜିଲେ ପ୍ରଭୁ ଶ୍ରୀରାମ

ଅଯୋଧ୍ୟା: ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାରେ ନିର୍ମିତ ନୂଆ ରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ସ୍ଥାନ ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରିଛନ୍ତି। ଏହାପରେ ରାମଲାଲାଙ୍କ ପ୍ରଥମ ଛବିକୁ ସାରା ବିଶ୍ବ ଦେଖିବାକୁ ପାଇଛି। ସୁନା ଏବଂ ମୂଲ୍ୟବାନ ରତ୍ନ ପ୍ରସ୍ତରରେ ପ୍ରସ୍ତୁତ ଅଳଙ୍କାରରେ ସଜ୍ଜିତ ରାମଙ୍କୁ ଦେଖିବା ପରେ ଦେଶ ବିଦେଶରେ ରାମଙ୍କ ଅନୁଗାମୀମାନେ ଭାବ ଓ ଭକ୍ତିରେ ମଜିଛନ୍ତି। ୮୪ ସେକେଣ୍ଡ୍ର […]

୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା , ମନ୍ଦିରରେ ବିରାଜିଲେ ପ୍ରଭୁ ଶ୍ରୀରାମ

ଅଯୋଧ୍ୟା: ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାରେ ନିର୍ମିତ ନୂଆ ରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ସ୍ଥାନ ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରିଛନ୍ତି। ଏହାପରେ ରାମଲାଲାଙ୍କ ପ୍ରଥମ ଛବିକୁ ସାରା ବିଶ୍ବ ଦେଖିବାକୁ ପାଇଛି। ସୁନା ଏବଂ ମୂଲ୍ୟବାନ ରତ୍ନ ପ୍ରସ୍ତରରେ ପ୍ରସ୍ତୁତ ଅଳଙ୍କାରରେ ସଜ୍ଜିତ ରାମଙ୍କୁ ଦେଖିବା ପରେ ଦେଶ ବିଦେଶରେ ରାମଙ୍କ ଅନୁଗାମୀମାନେ ଭାବ ଓ ଭକ୍ତିରେ ମଜିଛନ୍ତି। ୮୪ ସେକେଣ୍ଡ୍ର ଶୁଭ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ, ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ପ୍ରାଣ ପ୍ରତିଷ୍ଠା ପରିପ୍ରେକ୍ଷୀରେ ଆୟୋଜିତ ବିଭିନ୍ନ ରୀତିନୀତି ସଂପାଦନ କରିଥିଲେ। ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ମୋଦୀ ରାମଲାଲାଙ୍କ ନିକଟରେ ନିଜକୁ ସଂପୂର୍ଣ୍ଣ ସମର୍ପଣ ସ୍ବରୂପ ସାଷ୍ଟାଙ୍ଗ ଦଣ୍ଡବତ କରିଥିଲେ। ପ୍ରାଣପ୍ରତିଷ୍ଠା ସମୟରେ ଭାରତୀୟ ବାୟୁସେନାର ହେଲିକପ୍ଟରରୁ ରାମ ମନ୍ଦିର ପରିସରରେ ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରାଯାଇଥିଲା। ଆଜିର ଉତ୍ସବରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ଠାରୁ ଆରମ୍ଭ କରି ରାମ ମନ୍ଦିର ସହ ଜଡ଼ିତ ପ୍ରମୁଖ ବ୍ୟକ୍ତିଗଣ ଓ ହଜାରହଜାର ସାଧୁସନ୍ଥ ଉପସ୍ଥିତ ଥିଲେ । ସମାରୋହରେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ଥିଲେ।