୫୧ ଡାକ୍ତରଙ୍କ ଏଣ୍ଟ୍ରିକୁ ବ୍ୟାନ କଲେ ମମତା, ରହିଛି ସନ୍ଦୀପ କନେକଶନ
କୋଲକାତା,୧୦।୯: କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସଡ଼କଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ରହିଛି ଉତ୍ତେଜନା। ତେବେ ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ହେଲେ ହସ୍ପିଟାଲର ୫୧ ଜଣ ଡାକ୍ତରଙ୍କ ଏଣ୍ଟ୍ରିକୁ ବ୍ୟାନ କରାଯାଇଛି। ହଁ ପଶ୍ଚିମବଙ୍ଗର ମମତା ସରକାର ୫୧ ଜଣ ଡାକ୍ତର ଓ ପିଜିଟି ଷ୍ଟୁଡେଣ୍ଟଙ୍କ ଆରଜି କର ହସ୍ପିଟାଲରେ ଏଣ୍ଟ୍ରି ଉପରେ ବ୍ୟାନ ଲଗାଇଛନ୍ତି। ଏମାନେ […] The post ୫୧ ଡାକ୍ତରଙ୍କ ଏଣ୍ଟ୍ରିକୁ ବ୍ୟାନ କଲେ ମମତା, ରହିଛି ସନ୍ଦୀପ କନେକଶନ appeared first on Dharitri Odia News.
କୋଲକାତା,୧୦।୯: କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସଡ଼କଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ରହିଛି ଉତ୍ତେଜନା। ତେବେ ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ହେଲେ ହସ୍ପିଟାଲର ୫୧ ଜଣ ଡାକ୍ତରଙ୍କ ଏଣ୍ଟ୍ରିକୁ ବ୍ୟାନ କରାଯାଇଛି। ହଁ ପଶ୍ଚିମବଙ୍ଗର ମମତା ସରକାର ୫୧ ଜଣ ଡାକ୍ତର ଓ ପିଜିଟି ଷ୍ଟୁଡେଣ୍ଟଙ୍କ ଆରଜି କର ହସ୍ପିଟାଲରେ ଏଣ୍ଟ୍ରି ଉପରେ ବ୍ୟାନ ଲଗାଇଛନ୍ତି। ଏମାନେ ନା ହସ୍ପିଟାଲ ଭିତରେ ପ୍ରବେଶ କରିପାରିବେ ନା ହସ୍ପିଟାଲର କୌଣସି ଆକ୍ଟିଭିଟିଜରେ ଭାଗ ନେଇ ପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କର ସନ୍ଦୀପ ଘୋଷ କନେକସନ ରହିଛି। ମମତା ସରକାର ଏମିତି ସମୟରେ ଏହି ବ୍ୟାନ ଲଗାଇଛନ୍ତି, ଯେତେବେଳେ ସୁପ୍ରିମକୋର୍ଟ ଆନ୍ଦୋଳନ ରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି।
ସୂଚନାଯୋଗ୍ୟ, ୫୧ ଡାକ୍ତର-ପିଜିଟି ଛାତ୍ରଙ୍କୁ ଆରଜି କର ହସ୍ପିଟାଲରେ ପ୍ରବେଶ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁହାଯାଇଥିଲା ଯେ ଏହି ଡାକ୍ତରୀ ଛାତ୍ରମାନଙ୍କ ମଧ୍ୟରୁ ଅନେକ କିଛି ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ପଚରାଉଚରା ଶେଷ ହେବା ପରେ ହିଁ ଆସିବାକୁ କୁହାଯାଇଛି। ସୂତ୍ରରୁ ପ୍ରକାଶ ଯେ ଏହି ଡାକ୍ତରମାନେ ସନ୍ଦୀପ ଘୋଷ ଲବିଙ୍କର। ଅର୍ଥାତ୍ ସନ୍ଦୀପ ଘୋଷଙ୍କ ସହ ଜଡିତ ଥିବା ଡାକ୍ତରଙ୍କ ପ୍ରବେଶ ଉପରେ ମମତା ସରକାର ବାରଣ କରିଛନ୍ତି। ତେବେ ଏକ ଘରେଶଇ ଟେଲିଭିଜନ ଚ୍ୟାନେଲ ନିକଟରେ ମମତା ସରକାରଙ୍କ ଆଦେଶର ଏକ ନକଲ ଅଛି ବୋଲି କୁହାଯାଉଛି, ଯେଉଁଥିରେ ଏହା ଉଲ୍ଲେଖ କରାଯାଇଛି । ୯ସେପ୍ଟେମ୍ବର ୨୦୨୪ରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ସ୍ବତନ୍ତ୍ର ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଆରଜି କର ମେଡିକାଲ କଲେଜ ଏହି ନିଷ୍ପତ୍ତି ନେଇଥିଲା।
ଏହି ନିର୍ଦ୍ଦେଶ ଅନୁଯାୟୀ, ହସ୍ପିଟାଲ କହିଛି ଯେ ଏହା ଆମ ନଜରକୁ ଆସିଛି ଯେ କେତେଜଣ ଡାକ୍ତର ଏପରି ଆଚରଣ ପ୍ରଦର୍ଶନ କରୁଛନ୍ତି ଯାହା ଭୟଭୀତ ସଂସ୍କୃତିକୁ ପ୍ରୋତ୍ସାହିତ କରିଥାଏ, ଯାହା ଦ୍ୱାରା ଅନୁଷ୍ଠାନର ଗଣତାନ୍ତ୍ରିକ ପରିବେଶ ବିପଦରେ ପଡିଥାଏ। ତେଣୁ ସମ୍ପୃକ୍ତ ଡାକ୍ତର ଏବଂ ଛାତ୍ରମାନେ ସେମାନଙ୍କର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ୧୧ ସେପ୍ଟେମ୍ବର ୨୦୨୪ରେ ଅନୁସନ୍ଧାନ କମିଟି ନିକଟରେ ନିଜକୁ ଉପସ୍ଥାପନ କରିବା ଆବଶ୍ୟକ। ସ୍ବତନ୍ତ୍ର ପରିଷଦ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଯାଞ୍ଚ କମିଟି ସେମାନଙ୍କୁ ପଚରାଉଚରା ନକରିବା ପର୍ଯ୍ୟନ୍ତ ସେମାନଙ୍କୁ ଅନୁଷ୍ଠାନରେ ପ୍ରବେଶ କରିବାକୁ ବାରଣ କରାଯାଇଛି। କେବଳ ଏତିକି ନୁହେଁ, ସେମାନେ ହସ୍ପିଟାଲର କୌଣସି କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ନାହିଁ । ଏହି କ୍ରମରେ ୫୧ ଡାକ୍ତର-ଛାତ୍ରଙ୍କ ସମ୍ପୂର୍ଣ୍ଣ ତାଲିକା ଦିଆଯାଇଛି।
The post ୫୧ ଡାକ୍ତରଙ୍କ ଏଣ୍ଟ୍ରିକୁ ବ୍ୟାନ କଲେ ମମତା, ରହିଛି ସନ୍ଦୀପ କନେକଶନ appeared first on Dharitri Odia News.