୫୧ ଦିନରେ ରଥ ନିର୍ମାଣ, ତିନି ରଥରେ ବସାଗଲା କନକମୁଣ୍ଡି
ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ମାତ୍ର ଦିନ କେଇଟା। ଅଣସର ଘରୁ ବାହାରି ମହାପ୍ରଭୁ ରଥର ବସି, ଯିବେ ମାଉସୀ ଘରକୁ । ଆଉ ଏହି ଅପୂର୍ବ ମୁହୂର୍ତ୍ତକୁ ଅପେକ୍ଷା କରିରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ସେପଟେ ରଥଯାତ୍ରା ପାଇଁ ରଥଖଳାରେ ରଥନିର୍ମାଣ ପହଞ୍ଚିଛି ୫୧ ଦିନରେ।ରବିବାର, ତିନି ରଥରେ ବସିଲା କନକମୁଣ୍ଡି। ତିନି ରଥର ବେଦୀ ସିଂହାସନ ସମେତ ବେଦୀ ଚତୁର୍ପାର୍ଶ୍ୱରେ ଚାରି କୋଣକୁ ଛାଡ଼ି ପଟା ପଡ଼ିବା ସମ୍ପୂର୍ଣ୍ଣ ହୋଇଛି। ଏଥିସହ ସିଂହାସନ ବେଦୀ ଉପରେ ପ୍ରଥମ ଭୂଇଁ ଉପର ମଧ୍ୟ ଭାଗରେ ' କନକ ମୁଣ୍ଡି ' ବସି, କନକ ମୁଣ୍ଡିରୁ ୪ଗୋଟି କାଣ୍ଡ ଏବଂ ୨୦ ଗୋଟି ରୁଅ ଗମ୍ବୁଜ କାର ଭାବେ ସେଟିଙ୍ଗ କରାଯାଇଛି। ଏହା ସହ ତିନି ରଥର ସାଙ୍ଗି ନିର୍ମାଣ ମଧ୍ୟ ଶେଷ ହୋଇଛି। ଗତକାଲି ତିନି ରଥର ପ୍ରଭା ନିର୍ମାଣ ଶେଷ ହେବା ସହ ତିନିରଥ ର ଦୁଆର ବେଢ଼ା ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇ ଥିଲା। ଏଥିସହ ତିନିରଥ ର ନାଟଗୋଡ ଗୁଡିକରେ ରୂପ ଖୋଦେଇ ମଧ୍ୟ ଶେଷ ହୋଇଥିଲା।
ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ମାତ୍ର ଦିନ କେଇଟା। ଅଣସର ଘରୁ ବାହାରି ମହାପ୍ରଭୁ ରଥର ବସି, ଯିବେ ମାଉସୀ ଘରକୁ । ଆଉ ଏହି ଅପୂର୍ବ ମୁହୂର୍ତ୍ତକୁ ଅପେକ୍ଷା କରିରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ସେପଟେ ରଥଯାତ୍ରା ପାଇଁ ରଥଖଳାରେ ରଥନିର୍ମାଣ ପହଞ୍ଚିଛି ୫୧ ଦିନରେ।

ରବିବାର, ତିନି ରଥରେ ବସିଲା କନକମୁଣ୍ଡି। ତିନି ରଥର ବେଦୀ ସିଂହାସନ ସମେତ ବେଦୀ ଚତୁର୍ପାର୍ଶ୍ୱରେ ଚାରି କୋଣକୁ ଛାଡ଼ି ପଟା ପଡ଼ିବା ସମ୍ପୂର୍ଣ୍ଣ ହୋଇଛି। ଏଥିସହ ସିଂହାସନ ବେଦୀ ଉପରେ ପ୍ରଥମ ଭୂଇଁ ଉପର ମଧ୍ୟ ଭାଗରେ ' କନକ ମୁଣ୍ଡି ' ବସି, କନକ ମୁଣ୍ଡିରୁ ୪ଗୋଟି କାଣ୍ଡ ଏବଂ ୨୦ ଗୋଟି ରୁଅ ଗମ୍ବୁଜ କାର ଭାବେ ସେଟିଙ୍ଗ କରାଯାଇଛି। ଏହା ସହ ତିନି ରଥର ସାଙ୍ଗି ନିର୍ମାଣ ମଧ୍ୟ ଶେଷ ହୋଇଛି।

ଗତକାଲି ତିନି ରଥର ପ୍ରଭା ନିର୍ମାଣ ଶେଷ ହେବା ସହ ତିନିରଥ ର ଦୁଆର ବେଢ଼ା ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇ ଥିଲା। ଏଥିସହ ତିନିରଥ ର ନାଟଗୋଡ ଗୁଡିକରେ ରୂପ ଖୋଦେଇ ମଧ୍ୟ ଶେଷ ହୋଇଥିଲା।