ମା'ର ମୃତଦେହକୁ ନେଲେନି ପୁଅ-ଝିଅ, ମାନବିକତା ଦେଖାଇଲେ ସ୍ଥାନୀୟ ଲୋକେ: ୯ ଘଣ୍ଟା ପରେ ଅନ୍ତିମ ସଂସ୍କାର

ଉଦଳା ୦୩/୦୬: ଦୁଇ ଦୁଇ ଥର ୯ମାସ କଷ୍ଟ ସହିଲା ମାଆ । ଅନ୍ତଫାଡି ପିଲାଠୁ ବଡ କଲା । ନିଜେ ନଖାଇ ପିଲାଙ୍କ ପେଟ ଚିହ୍ନିଲା । ହେଲେ ପର କରିଦେଲା ସେହି କୋଳ । ଦୁଇଟି ପିଲା ତଥାପି ଚାହିଁଲେନି ମୁହଁ । ଶବ ସତ୍କାର ତ ଦୂରର କଥା ଛୁଇଁଲେନି ପୁଅ-ଝିଅ । ଦୀର୍ଘ ସମୟ ମୃତଦେହ ପଡିରହିବା ପରେ ସହିପାରିଲେନି ସ୍ଥାନୀୟ ବାସିନ୍ଦା । ଆଗେଇ ଆସିଲେ ଆଉ ବିଦ୍ଧି ଅନୁଯାୟୀ କଲେ ଅନ୍ତ୍ୟେଷ୍ଟି । ଜେସିବି ସହାୟତାରେ ଗାତ ଖୋଳି ଵିଧି ଅନୁସାରେ କରାଯାଇଛି ଅନ୍ତିମ ସଂସ୍କାର। ଉଦଳା କପ୍ତିପଦା ବଜାରଠାରୁ ମାତ୍ରି କିଛି ଦୂରରେ ନଜର ଆସିଛି ଏମିତି ଘଟଣା ।କପ୍ତିପଦା ବଜାର ଠାରୁ ମାତ୍ର କିଛି ଦୂରରେ ଡିବାସାହିରେ ରୁହନ୍ତି ବିଶ୍ୱନାଥ ମୁର୍ମୁଙ୍କ ପରିବାର । ରବିବାର ବିଶ୍ୱନାଥଙ୍କ ସୀତା ମୁର୍ମୁଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଉଦଳା ଡାକ୍ତରଖାନାରେ ଶବ ବ୍ୟବଛେଦ ପରେ ସୀତାଙ୍କ ମୃତଦେହ ହସ୍ତାନ୍ତର କରିଥିଲା ହସ୍ପିଟାଲ । ହେଲେ ମୃତଦେହ ଆସିବା ପରେ ମୃତଦେହ ଦାହ କରିବେ ନାହିଁ ବୋଲି ରୋକଠୋକ ବାପା ବିଶ୍ବନାଥଙ୍କୁ ଶୁଣାଇ ଦେଇଥିଲେ ସୀତାଙ୍କ ପୁଅ ଝିଅ । ପରେ ସ୍ତ୍ରୀର ମୃତଦେହକୁ ଟ୍ରଲିରେ ଧରି ଭଙ୍ଗା ଚାଳିଆକୁ ଫେରି ଆସିଥିଲେ ବିଶ୍ବନାଥ । ଦୀର୍ଘ ଘଣ୍ଟା ବିତିଗଲା ପଛେ ଅନାଇଗଲେନି ପିଲା । ଶେଷରେ ସ୍ତ୍ରୀର ଶବକୁ କିପରି ଦାହ କରିବେ ଭାବି ଭାବେ ଟ୍ରଲି ଉପରେ ମୃତଦେହ ରଖି ଜଗି ବସିଥିଲେ ବିଶ୍ବନାଥ । ନିଜର ସିନା ପର କଲେ, କିନ୍ତୁ ଆଗେଇ

ମା'ର ମୃତଦେହକୁ ନେଲେନି ପୁଅ-ଝିଅ, ମାନବିକତା ଦେଖାଇଲେ ସ୍ଥାନୀୟ ଲୋକେ: ୯ ଘଣ୍ଟା ପରେ ଅନ୍ତିମ ସଂସ୍କାର

ଉଦଳା ୦୩/୦୬: ଦୁଇ ଦୁଇ ଥର ୯ମାସ କଷ୍ଟ ସହିଲା ମାଆ । ଅନ୍ତଫାଡି ପିଲାଠୁ ବଡ କଲା । ନିଜେ ନଖାଇ ପିଲାଙ୍କ ପେଟ ଚିହ୍ନିଲା । ହେଲେ ପର କରିଦେଲା ସେହି କୋଳ । ଦୁଇଟି ପିଲା ତଥାପି ଚାହିଁଲେନି ମୁହଁ । ଶବ ସତ୍କାର ତ ଦୂରର କଥା ଛୁଇଁଲେନି ପୁଅ-ଝିଅ । ଦୀର୍ଘ ସମୟ ମୃତଦେହ ପଡିରହିବା ପରେ ସହିପାରିଲେନି ସ୍ଥାନୀୟ ବାସିନ୍ଦା । ଆଗେଇ ଆସିଲେ ଆଉ ବିଦ୍ଧି ଅନୁଯାୟୀ କଲେ ଅନ୍ତ୍ୟେଷ୍ଟି । ଜେସିବି ସହାୟତାରେ ଗାତ ଖୋଳି ଵିଧି ଅନୁସାରେ କରାଯାଇଛି ଅନ୍ତିମ ସଂସ୍କାର। ଉଦଳା କପ୍ତିପଦା ବଜାରଠାରୁ ମାତ୍ରି କିଛି ଦୂରରେ ନଜର ଆସିଛି ଏମିତି ଘଟଣା ।

କପ୍ତିପଦା ବଜାର ଠାରୁ ମାତ୍ର କିଛି ଦୂରରେ ଡିବାସାହିରେ ରୁହନ୍ତି ବିଶ୍ୱନାଥ ମୁର୍ମୁଙ୍କ ପରିବାର । ରବିବାର ବିଶ୍ୱନାଥଙ୍କ ସୀତା ମୁର୍ମୁଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଉଦଳା ଡାକ୍ତରଖାନାରେ ଶବ ବ୍ୟବଛେଦ ପରେ ସୀତାଙ୍କ ମୃତଦେହ ହସ୍ତାନ୍ତର କରିଥିଲା ହସ୍ପିଟାଲ । ହେଲେ ମୃତଦେହ ଆସିବା ପରେ ମୃତଦେହ ଦାହ କରିବେ ନାହିଁ ବୋଲି ରୋକଠୋକ ବାପା ବିଶ୍ବନାଥଙ୍କୁ ଶୁଣାଇ ଦେଇଥିଲେ ସୀତାଙ୍କ ପୁଅ ଝିଅ । ପରେ ସ୍ତ୍ରୀର ମୃତଦେହକୁ ଟ୍ରଲିରେ ଧରି ଭଙ୍ଗା ଚାଳିଆକୁ ଫେରି ଆସିଥିଲେ ବିଶ୍ବନାଥ । ଦୀର୍ଘ ଘଣ୍ଟା ବିତିଗଲା ପଛେ ଅନାଇଗଲେନି ପିଲା । ଶେଷରେ ସ୍ତ୍ରୀର ଶବକୁ କିପରି ଦାହ କରିବେ ଭାବି ଭାବେ ଟ୍ରଲି ଉପରେ ମୃତଦେହ ରଖି ଜଗି ବସିଥିଲେ ବିଶ୍ବନାଥ । 


ନିଜର ସିନା ପର କଲେ, କିନ୍ତୁ ଆଗେଇ ଆସିଲେ ବାହାର ଲୋକ । ମାନବିକତା ଦେଖାଇଲେ ସ୍ଥାନୀୟ ଯୁବକ। ଯେଉଁଥିପାଇଁ  ୯ ଘଣ୍ଟା ପରେ ସୋମବାର ବିଳମ୍ୱିତ ରାତିରେ ହୋଇଛି ଅନ୍ତିମ ସଂସ୍କାର। ସୋନପୋଲ ନିକଟରେ ବିଦ୍ଧି ଅନୁଯାୟୀ ଗାତ ଖୋଳି ପୋତି ଦିଆଯାଇଛି ଶେଷ ବିଦାୟ । ସେପଟେ ଏପରି ଘଟଣା ପରେ ସବୁଆଡୁ ଉଠିଛି ସମାଲୋଚନାର ସ୍ୱର । ସନ୍ତାନଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ସ୍ଥାନୀୟ ବାସିନ୍ତା ।