ଦୁର୍ଘଟଣା ପରେ ‘ମୋ ବସ୍‌’ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ

‘ମୋ ବସ୍‌’ ଦୁର୍ଘଟଣାକୁ ନେଇ ଲୋକେ ତାତିବା ସହ ‘ମୋ ବସ୍‌’କୁ ଭଙ୍ଗା ରୁଜା କରିଛନ୍ତି । ଏ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଇନ୍‌ଫୋସିଟି ପୋଲିସ ପହଞ୍ଚିଛି ।

ଦୁର୍ଘଟଣା ପରେ ‘ମୋ ବସ୍‌’ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ

ଭୁବନେଶ୍ୱରରେ ପୁଣି ମୋ ବସ୍‌ ଦୁର୍ଘଟଣା । ରାଜଧାନୀର ଶିଖରଚଣ୍ଡୀ ବିହାରରେ ‘ମୋ ବସ୍‌’ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ବ୍ୟକ୍ତି ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।