୫୫ ହଜାର ଡଲାର ଦିଅ,ନଚେତ ଉଡାଇ ଦେବି,୧୦ ହୋଟେଲକୁ ବୋମା ଧମକ

ଲକ୍ଷ୍ନୌ୨୭/୧୦: ପ୍ରଥମେ ବିମାନ ପରେ ଗୁଜରାଟର ହୋଟେଲ । ଆଉ ଏବେ ଲକ୍ଷ୍ନୌର ନାମୀଦାମୀ ୧୦ଟି ହୋଟେଲକୁ ଆସିଛି ବୋମା ଧମକ । ଇମେଲ ଜରିଆରେ ହୋଟେଲ ଗୁଡିକୁ ବୋମା ପକାଇ ଉଡାଇ ଦେବାର ଧମକ ମିଳିଛି । ରବିବାର ସକାଳ ପ୍ରାୟ ୮ଟା ୩୦ ସମୟରେ Sandyhookchildkilling@outlook.com ମେଲ୍‌ ଆଇଡିରେ ମେସେଜ ଆସିଥିଲା । ମେଲ୍‌ର ସବଜେକ୍ଟରେ ‘ହୋଟେଲରେ ବୋମା’ ଲେଖାଯାଇଥିଲା । ମେଲରେ ଲେଖା ହୋଇଛି ‘ହୋଟେଲ୍ ଭିତରେ ଏକ କଳା ବ୍ୟାଗରେ ବୋମା ଅଛି ।  ୫୫,୦୦୦(ଭାରତୀୟ ମୁଦ୍ରାରେ ୪୬ ଲକ୍ଷ) ଡଲାର ଦିଅ, ନହେଲେ ବୋମା ବିସ୍ଫୋରଣ କରିଦେବି, ଚାରିଆଡେ ରକ୍ତ ରଞ୍ଜିତ ହୋଇଯିବ। ବୋମାକୁ ପ୍ରତିରୋଧ କରିବାକୁ ଚେଷ୍ଟା କରିବ ତ, ବିସ୍ଫୋରଣ ହେବ। ବଞ୍ଚିବାକୁ ଚାହୁଁଥିଲେ ଆଇଡି- shaikha.nasser20077@gmail.com ଯୋଗାଯୋଗ କର । ହୋଟେଲ୍ କର୍ମଚାରୀ ମେଲ୍ ଦେଖିବା ପରେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ହୋଟେଲ ଗୁଡିକରେ ସର୍ଚ୍ଚ ଅପରେସନ କରିଥିଲେ । ହେଲେ କୌଣସି  ଆପତ୍ତିଜନକ ସାମଗ୍ରୀ ପାଇନଥିଲେ । କିଛି ଦିନ ତଳେ ଲଗାତର ଭାରତୀୟ ବିମାନକୁ  ବୋମା ଧମକ ଆସୁଥିଲା । ଏବେ ହୋଟେଲରେ ଆରମ୍ଭ ହୋଇଯାଇଛି। ଶନିବାର ଗୁଜରାଟର 10ଟି ହୋଟେଲକୁ ବୋମା ଧମକ ମିଳିଥିଲା। ସମାନ ଭାବେ ଇମେଲ୍ ଆଇଡିଜରିଆରେ ଧମକ ଆସିଥିଲା।ଭାରତୀୟ ବିମାନକୁ ବୋମା ଧମକ ମିଳିବା ଘଟଣାରେ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାତ୍ର ହୋଟେଲଗୁଡ଼ିକୁ ଧମକ

୫୫ ହଜାର ଡଲାର ଦିଅ,ନଚେତ ଉଡାଇ ଦେବି,୧୦ ହୋଟେଲକୁ ବୋମା ଧମକ

ଲକ୍ଷ୍ନୌ୨୭/୧୦: ପ୍ରଥମେ ବିମାନ ପରେ ଗୁଜରାଟର ହୋଟେଲ । ଆଉ ଏବେ ଲକ୍ଷ୍ନୌର ନାମୀଦାମୀ ୧୦ଟି ହୋଟେଲକୁ ଆସିଛି ବୋମା ଧମକ । ଇମେଲ ଜରିଆରେ ହୋଟେଲ ଗୁଡିକୁ ବୋମା ପକାଇ ଉଡାଇ ଦେବାର ଧମକ ମିଳିଛି । ରବିବାର ସକାଳ ପ୍ରାୟ ୮ଟା ୩୦ ସମୟରେ Sandyhookchildkilling@outlook.com ମେଲ୍‌ ଆଇଡିରେ ମେସେଜ ଆସିଥିଲା । ମେଲ୍‌ର ସବଜେକ୍ଟରେ ‘ହୋଟେଲରେ ବୋମା’ ଲେଖାଯାଇଥିଲା । 

ମେଲରେ ଲେଖା ହୋଇଛି ‘ହୋଟେଲ୍ ଭିତରେ ଏକ କଳା ବ୍ୟାଗରେ ବୋମା ଅଛି ।  ୫୫,୦୦୦(ଭାରତୀୟ ମୁଦ୍ରାରେ ୪୬ ଲକ୍ଷ) ଡଲାର ଦିଅ, ନହେଲେ ବୋମା ବିସ୍ଫୋରଣ କରିଦେବି, ଚାରିଆଡେ ରକ୍ତ ରଞ୍ଜିତ ହୋଇଯିବ। ବୋମାକୁ ପ୍ରତିରୋଧ କରିବାକୁ ଚେଷ୍ଟା କରିବ ତ, ବିସ୍ଫୋରଣ ହେବ। ବଞ୍ଚିବାକୁ ଚାହୁଁଥିଲେ ଆଇଡି- shaikha.nasser20077@gmail.com ଯୋଗାଯୋଗ କର । 

ହୋଟେଲ୍ କର୍ମଚାରୀ ମେଲ୍ ଦେଖିବା ପରେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ହୋଟେଲ ଗୁଡିକରେ ସର୍ଚ୍ଚ ଅପରେସନ କରିଥିଲେ । ହେଲେ କୌଣସି  ଆପତ୍ତିଜନକ ସାମଗ୍ରୀ ପାଇନଥିଲେ । 

କିଛି ଦିନ ତଳେ ଲଗାତର ଭାରତୀୟ ବିମାନକୁ  ବୋମା ଧମକ ଆସୁଥିଲା । ଏବେ ହୋଟେଲରେ ଆରମ୍ଭ ହୋଇଯାଇଛି। ଶନିବାର ଗୁଜରାଟର 10ଟି ହୋଟେଲକୁ ବୋମା ଧମକ ମିଳିଥିଲା। ସମାନ ଭାବେ ଇମେଲ୍ ଆଇଡିଜରିଆରେ ଧମକ ଆସିଥିଲା।

ଭାରତୀୟ ବିମାନକୁ ବୋମା ଧମକ ମିଳିବା ଘଟଣାରେ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାତ୍ର ହୋଟେଲଗୁଡ଼ିକୁ ଧମକ ମିଳିବାରେ କାହାର ହାତ ରହିଛି, କୌଣସି ସ୍ପଷ୍ଟ ସୂଚନା ମିଳିନି ।