୫୬ ବର୍ଷ ଧରି ଗର୍ଭବତୀ ଥିଲେ ମହିଳା!, ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତର କଲେ ଅସ୍ତ୍ରୋପଚାର

ନୂଆଦିଲ୍ଲୀ ୨୩/୦୩: ବର୍ଷେ କି ଦୁଇ ବର୍ଷ ନୁହେଁ । ଏକାଥରକେ ୫୬ ବର୍ଷ ଧରି ଜଣେ ମହିଳା ଗର୍ଭବତୀ । ହଠାତ୍ ପେଟ ଯନ୍ତ୍ରଣା ହେବା ପରେ ଡାକ୍ତର କରିଥିଲେ ଅସ୍ତ୍ରୋପଚାର । ଆଉ ତା ପରେ ତାଙ୍କର ହୋଇଥିଲା ମୃତ୍ୟୁ । କଥାଟି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ସତ । ନିକଟରେ ବ୍ରାଜିଲରୁ ଆସିଛି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ମାମଲା । କହିବାକୁ ଗଲେ ପିଲାଟିଏ ଯେତେବେଳେ ଜନ୍ମ ନିଏ, ମାଆର ୯ ମାସର ଗର୍ଭଧାରଣ ପରେ । ମହିଳା ଶରୀରରେ ଭ୍ରୁଣ ବିକଶିତ ହେବା ପରେ ଯାଇ ଜନ୍ମ ନିଏ ପିଲା । କାରଣ ଆମ ସୃଷ୍ଟିର ନିୟମ ହିଁ ସେହିପରି । ଭଗବାନ ଆମ ଶରୀରକୁ ସେମିତି ଗଢିଛନ୍ତି । ମାନବ ଶରୀରର ଗଠନ ଏହିପରି । ହେଲେ ଏଠାରେ ବ୍ରାଜିଲର ଜଣେ ମହିଳା ୫୬ ବର୍ଷ ଧରି ଥିଲେ ଗର୍ଭବତୀ । ଖାଲି ସେତିକି ନୁହେଁ ସେ ଏ ବିଷୟରେ ଅଞ୍ଜବି ଥିଲେ । କିନ୍ତୁ ହଠାତ୍ ଦିନେ ପେଟର ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେତେବେଳେ ମହିଳା ନିଜର ଗର୍ଭଧାରଣ ବିଷୟରେ ଜାଣିବାକୁ ପାଇଥିଲେ । ଡାନିଏଲା ଭେରା ନାମକ ଜଣେ ୮୧ ବର୍ଷ ମହିଳା ଦୀର୍ଘ ଦିନ ଧରି ପୀଡିତ ଥିଲେ । ହଠାତ୍ ପେଟ ଯନ୍ତ୍ରଣା ହେବା ପରେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତର ପରୀକ୍ଷା କରିବା ପରେ ତାଙ୍କ ପେଟରେ ଏକ କ୍ଲାସିଫାଏଡ୍ ଭ୍ରୁଣ ଥିବା ଜମା ପଡିଥିଲା । ସାତୋଟି ସନ୍ତାନର ମାତା ଡାନିଏଲାଙ୍କର ଏ ବିଷୟରେ କୌଣସି ପୂର୍ବରୁ ଜ୍ଞାନ ନଥିଲା । ମାର୍ଚ୍ଚ ୧୪

୫୬ ବର୍ଷ ଧରି ଗର୍ଭବତୀ ଥିଲେ ମହିଳା!, ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତର କଲେ ଅସ୍ତ୍ରୋପଚାର

ନୂଆଦିଲ୍ଲୀ ୨୩/୦୩: ବର୍ଷେ କି ଦୁଇ ବର୍ଷ ନୁହେଁ । ଏକାଥରକେ ୫୬ ବର୍ଷ ଧରି ଜଣେ ମହିଳା ଗର୍ଭବତୀ । ହଠାତ୍ ପେଟ ଯନ୍ତ୍ରଣା ହେବା ପରେ ଡାକ୍ତର କରିଥିଲେ ଅସ୍ତ୍ରୋପଚାର । ଆଉ ତା ପରେ ତାଙ୍କର ହୋଇଥିଲା ମୃତ୍ୟୁ । କଥାଟି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ସତ । 


ନିକଟରେ ବ୍ରାଜିଲରୁ ଆସିଛି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ମାମଲା । କହିବାକୁ ଗଲେ ପିଲାଟିଏ ଯେତେବେଳେ ଜନ୍ମ ନିଏ, ମାଆର ୯ ମାସର ଗର୍ଭଧାରଣ ପରେ । ମହିଳା ଶରୀରରେ ଭ୍ରୁଣ ବିକଶିତ ହେବା ପରେ ଯାଇ ଜନ୍ମ ନିଏ ପିଲା । କାରଣ ଆମ ସୃଷ୍ଟିର ନିୟମ ହିଁ ସେହିପରି । ଭଗବାନ ଆମ ଶରୀରକୁ ସେମିତି ଗଢିଛନ୍ତି । ମାନବ ଶରୀରର ଗଠନ ଏହିପରି । 


ହେଲେ ଏଠାରେ ବ୍ରାଜିଲର ଜଣେ ମହିଳା ୫୬ ବର୍ଷ ଧରି ଥିଲେ ଗର୍ଭବତୀ । ଖାଲି ସେତିକି ନୁହେଁ ସେ ଏ ବିଷୟରେ ଅଞ୍ଜବି ଥିଲେ । କିନ୍ତୁ ହଠାତ୍ ଦିନେ ପେଟର ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେତେବେଳେ ମହିଳା ନିଜର ଗର୍ଭଧାରଣ ବିଷୟରେ ଜାଣିବାକୁ ପାଇଥିଲେ । 


ଡାନିଏଲା ଭେରା ନାମକ ଜଣେ ୮୧ ବର୍ଷ ମହିଳା ଦୀର୍ଘ ଦିନ ଧରି ପୀଡିତ ଥିଲେ । ହଠାତ୍ ପେଟ ଯନ୍ତ୍ରଣା ହେବା ପରେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତର ପରୀକ୍ଷା କରିବା ପରେ ତାଙ୍କ ପେଟରେ ଏକ କ୍ଲାସିଫାଏଡ୍ ଭ୍ରୁଣ ଥିବା ଜମା ପଡିଥିଲା । ସାତୋଟି ସନ୍ତାନର ମାତା ଡାନିଏଲାଙ୍କର ଏ ବିଷୟରେ କୌଣସି ପୂର୍ବରୁ ଜ୍ଞାନ ନଥିଲା । 


ମାର୍ଚ୍ଚ ୧୪ରେ ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ଗର୍ଭସ୍ଥ ଶିଶୁକୁ ବାହାର କରିବାରେ ସଫଳ ହୋଇଥିଲେ । କିନ୍ତୁ ଏହି ଅପରେସନ୍ ପରେ ଡାନିଏଲା ଅଧିକ ଦିନ ବଞ୍ଚି ପାରିନଥିଲେ । ସବୁଦିନ ପାଇଁ ସେ ଚିର ନିଦ୍ରାରେ ଶୋଇପଡିଥିଲେ । ଡାନିଏଲାଙ୍କ ଚିକିତ୍ସା କରୁଥିବା ଡାକ୍ତର ପାଟ୍ରିକ୍ ଡିଜେରେମ୍ ପ୍ରକାଶ କରିଛନ୍ତି ଯେ ଅସ୍ତ୍ରୋପଚାର ପରେ ମହିଳାଙ୍କର ସଂକ୍ରମଣ ହେତୁ ମୃତ୍ୟୁ ହୋଇଛି । ସେ କହିଛନ୍ତି ଯେ ଏପରି କିଛି ଘଟଣା ଅଛି ଯେଉଁଠାରେ ଗର୍ଭାଶୟ ପରିବର୍ତ୍ତେ ଶରୀରର ଅନ୍ୟ କିଛି ଅଂଶରେ ଗର୍ଭଧାରଣ ହୁଏ ।


ଏହାକୁ ଏକ୍ଟୋପିକ୍ ଗର୍ଭଧାରଣ କୁହାଯାଏ । ଏହା ଏକ ପ୍ରକାର ଗର୍ଭଧାରଣ ଯେଉଁଠାରେ ଫର୍ଟିଲାଇଜଡ୍ ଅଣ୍ଡା ଗର୍ଭ ବାହାରେ ଗର୍ଭଧାରଣ କରିଥାଏ । ଯେଉଁଠାରେ ଏହା ବଞ୍ଚିବ ସକ୍ଷମ ନୁହେଁ । ଡାନିଏଲାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା । ପିଲାଟି ସଠିକ୍ ଭାବରେ ବିକାଶ ନହେବା ହେତୁ ଏହା ଗଣନା କରିବା ସମ୍ଭବ ନଥିଲା । ଏଭଳି ପରିସ୍ଥିତିରେ ଶରୀରରେ ପ୍ରବଳ ଯନ୍ତ୍ରଣା କିମ୍ବା ରକ୍ତସ୍ରାବ ହୁଏ ନାହିଁ । ଏକ୍ସ-ରେ ନହେବା ପର୍ଯ୍ୟନ୍ତ ଶରୀରରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।